Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rape allegation / ନାବାଳିକା ଗଣଦୁଷ୍କର୍ମ ଘଟଣାର ନୁଆ ଟୁଇଷ୍ଟ, ୫ ଗିରଫ, ଅଭିଯୁକ୍ତଙ୍କୁ ଛାଡିବା ଦାବିରେ ସ୍କୁଲର ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ

Bikash Mohanty
Browse all articles by Bikash Mohanty
·4 months ago·2 min read
ନାବାଳିକା ଗଣଦୁଷ୍କର୍ମ ଘଟଣାର ନୁଆ ଟୁଇଷ୍ଟ, ୫  ଗିରଫ, ଅଭିଯୁକ୍ତଙ୍କୁ  ଛାଡିବା ଦାବିରେ ସ୍କୁଲର ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ
School

Key Points

ନାବାଳିକା ଗଣଦୁଷ୍କର୍ମ ଘଟଣାର ନୁଆ ଟୁଇଷ୍ଟ
୫ ଜଣ ଅଭିଯୁକ୍ତ ଗିରଫ
ଅଭିଯୁକ୍ତଙ୍କୁ ଛାଡିବା ଦାବିରେ ବିକ୍ଷୋଭ
ସ୍କୁଲର ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ଥାନା ସମ୍ମୁଖରେ ବିକ୍ଷୋଭ 



ପୁଣି ଗୁରୁ ନାଁ ରେ କଳଙ୍କ ! 12 ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଲଜ୍ଜାଜନକ ଖବର ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଂଚଳରୁ । ଛାତ୍ରୀ ଜଣକ ଏକ ଘରୋଇ ସ୍କୁଲ ରେ ସପ୍ତମ ଶ୍ରେଣୀରେ ପଢ଼ୁଥିବା ବେଳେ 4 ଜଣ ଶିକ୍ଷକ ବଳପୂର୍ବକ ଛାତ୍ରୀଙ୍କ ସହ ଶାରୀରିକ ସମ୍ପର୍କ ରଖିଆସୁଥିବା ଅଭିଯୋଗ ହୋଇଥିଲା। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ  ଦୀର୍ଘ 4 ବର୍ଷ ଧରି ନାବାଳିକା ଛାତ୍ରୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ 4 ଜଣ ଶିକ୍ଷକ ଓ ଜଣେ ଶିକ୍ଷୟତ୍ରୀ । ଅଭିଯୋଗ ପରେ ରାଜକନିକା ପୋଲିସ ୫ ଜଣଙ୍କୁ ପୋଷ୍କ ଆଇନରେ ଗିରଫ କରିଛି।  ଘଟଣାକୁ ରେଡ ଫ୍ଲାଗ ଅନ୍ତର୍ଭୁକ୍ତ କଲା କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ DG ଙ୍କ ନେତୃତ୍ୱରେ ହେବ ତଦନ୍ତର ଅନୁଧ୍ୟାନ।  ସେପଟେ ଏହି ଘଟଣାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଛାଡିବା ଦାବିରେ ସ୍କୁଲର ଅବିଭାବକ ଓ ଛାତ୍ର ଛାତ୍ରୀଙ୍କ ଥାନା ସମ୍ମୁଖରେ ବିକ୍ଷୋଭ କରିଛନ୍ତି।

କେନ୍ଦ୍ରାପଡା ରାଜକନିକା ସପ୍ତମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ଘଟଣାରେ ତଦନ୍ତ ବେଳେ ଏହା ସାମନାକୁ ଆସିଛି । ଛାତ୍ରୀ ଜଣଙ୍କ ଚତୁର୍ଥ ଶ୍ରେଣୀରେ ପାଠ ପଢୁଥିବା ସମୟରୁ ହିଁ ତାଙ୍କୁ ଶିକ୍ଷକ ଶୋଷଣ କରୁଥିଲେ ବୋଲି ଅଭିଯୋଗ କରିଛନ୍ତି ଛାତ୍ରୀ।  ସ୍କୁଲର ଖେଳ ଛୁଟି ସମୟରେ ଛାତ ଉପରକୁ ଡାକି ନେଇ ଘୃଣ୍ୟ କାମ କରିଆସୁଥିଲେ ଶିକ୍ଷକ। ଏଥିରେ ସେମାନଙ୍କୁ ସହଯୋଗ କରୁଥିଲେ ସେହି ସ୍କୁଲର ଜଣେ ଶିକ୍ଷୟିତ୍ରୀ ବେଲି ଛାତ୍ରୀ ଅଭିଯୋଗ କରିଥିଲେ।  ବାରମ୍ବାର ନିର୍ଯାତିତ ହେବା ପରେ ଅତିଷ୍ଠ ହୋଇ, ଛାତ୍ରୀ ଜଣକ ନିଜ ମା ଙ୍କ ଆଗରେ ସବୁ କଥା କହିଲା ପରେ, ପରିବାର ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଥିଲା।  ଚାରି ଜଣିଆ ଟିମ ପୀଡ଼ିତାଙ୍କ ଘରେ ପହଂଚି ତାଙ୍କ ବୟାନ ରେକର୍ଡ କରିଥିଲେ।

କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟାରିଆ ନିଜେ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। କେନ୍ଦ୍ରାପଡା ପୋଲିସର ଏକ ଉଚ୍ଚ ସ୍ତରୀୟ କମିଟି ଅତିରିକ୍ତ ଏସପି ଓ ଜଣେ ମହିଳା ଡିଏସପି ଘଟଣାର ତଦନ୍ତ ଭାର ନେଇଛନ୍ତି ବୋଲି ଏସପି ସିଦ୍ଧାର୍ଥ କଟାରିଆ ସୁଚନା ଦେଇଥଲେ।

ଶିକ୍ଷାନୁଷ୍ଠାନରେ ପାଠ ପଢି ଏକ ସୁନ୍ଦର ଭବିଷ୍ୟତ ଗଢିବାକୁ ଲକ୍ଷ୍ୟ ରଖିଥିଲେ ଛାତ୍ରୀ । କିନ୍ତୁ ସ୍କୁଲ ଶିକ୍ଷକଙ୍କ ଲୋଲୁପ ଦୃଷ୍ଟି ପଡିବା ପରେ ତାଙ୍କୁ ବାରମ୍ବାର ନିର୍ଯାତନାର ଶିକାର ହେବାକୁ ପଡିଥିଲା । ଏନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଶେଷରେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଦ୍ବାରସ୍ଥ ହୋଇଥିଲେ ପରିବାର ଲୋକେ। 

ପଢନ୍ତୁ ଏହି ଖବର: ଗୁରୁଙ୍କ ନାଁରେ କଳଙ୍କ, ୪ ଶିକ୍ଷକ ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Rape allegation | Rape allegation | Five School Staff Arrested for Alleged Rape of Minor Student in Kendrapara | Argus News