Odisha News / ଗିଡିପାବାଲିର ବାସହୀନ ପରିବାରଙ୍କୁ ଘର ନିର୍ମାଣ ସହାୟତା ପ୍ରଦାନ କଲେ ଗଞ୍ଜାମ ଜିଲ୍ଲାପାଳ
·30 mins ago·1 min read

Key Points
ବିପନ୍ନ ପରିବାରଙ୍କ ଥଇଥାନ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ
ଗିଡିପାବାଲିର ବିପନ୍ନ ପରିବାରଙ୍କ ଥଇଥାନ ଓ ଭବିଷ୍ୟତ ସୁରକ୍ଷା ଦିଗରେ ଏକ ପ୍ରଶଂସନୀୟ ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ। ଜିଲ୍ଲାପାଳ ପ୍ରଭାବିତ ପ୍ରତ୍ୟେକ ପରିବାରକୁ ଘର ନିର୍ମାଣ ଓ ଆନୁଷଙ୍ଗିକ ଆବଶ୍ୟକତା ପାଇଁ ମୋଟ ୧,୮୪,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଛନ୍ତି। ଏହି ରାଶି ମଧ୍ୟରେ ଘର ନିର୍ମାଣ ପାଇଁ ୧,୭୦,୦୦୦ ଟଙ୍କା, ବାସନକୁସନ ପାଇଁ ୫,୦୦୦ ଟଙ୍କା, ପୋଷାକ ପାଇଁ ୫,୦୦୦ ଟଙ୍କା ଏବଂ ଗୁହାଳ ନିର୍ମାଣ ପାଇଁ ୪,୦୦୦ ଟଙ୍କା ଅନ୍ତର୍ଭୁକ୍ତ ରହିଛି।
ପ୍ରଭାବିତ ୮ଟି ପରିବାର ମଧ୍ୟରୁ ୨ଟି ପରିବାର ବର୍ତ୍ତମାନ ବାଇବେଲି ଗ୍ରାମ ପଞ୍ଚାୟତର ନାରଙ୍ଗିପାଲିଠାରେ ଏବଂ ଅନ୍ୟ ୬ଟି ପରିବାର ଜି. ଉଦୟଗିରି ଏନ୍ଏସିର କଲ୍ୟାଣ ମଣ୍ଡପଠାରେ ଆଶ୍ରୟ ନେଇଛନ୍ତି। ଏହି ପରିବାରଗୁଡ଼ିକର ସ୍ଥାୟୀ ଥଇଥାନ ନିମନ୍ତେ ଉଭୟ ସ୍ଥାନରେ ଜମି ଆବଣ୍ଟନ କରାଯିବା ସହ ସେମାନଙ୍କୁ ସରକାରୀ ଗୃହ ନିର୍ମାଣ ଯୋଜନାରେ ସାମିଲ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି।
ଏହି ଅବସରରେ ଜିଲ୍ଲାପାଳ ପ୍ରଭାବିତ ପରିବାରର ମହିଳାମାନଙ୍କୁ ଶାଢ଼ି ଏବଂ ଶିଶୁମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ କରିଥିଲେ। ପ୍ରଭାବିତ ପରିବାରଗୁଡ଼ିକର ସମସ୍ୟା ଓ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସ୍ଥାୟୀ ଥଇଥାନ ସହ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ସର୍ବଦା ତତ୍ପର ରହିଛି।
ଏହି ଗସ୍ତ ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ବେହେରା, ଭଞ୍ଜନଗର ବିଡିଓ, ଅତିରିକ୍ତ ତହସିଲଦାର, ନିର୍ବାହୀ ଅଧିକାରୀ, ବାଲିଗୁଡ଼ା ଉପଜିଲ୍ଲାପାଳ, ଜି. ଉଦୟଗିରି ବିଡିଓ ଏବଂ ନିର୍ବାହୀ ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଉପସ୍ଥିତ ଥିଲେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories