ଅଦା ଚାଷ କରିବ ଦୁର୍ଗମବାସୀଙ୍କୁ ସ୍ୱାବଲମ୍ବୀ

ଅଦା ଚାଷକୁ ନେଇ କୋରାପୁଟ ଜିଲ୍ଲା ତିଆରି କରିଛି ନିଜର ସ୍ଵତନ୍ତ୍ର ପରିଚୟ । ଖାସ କରି କୋରାପୁଟ ଜିଲ୍ଲା ର ,ପଟାଙ୍ଗି ,ଲମତାପୂଟ ଓ ବନ୍ଧୁଙ୍ଗା ଆଞ୍ଚଳ ଅଦା ଚାଷର ଭୂ ସ୍ଵର୍ଗ କୁହାଯାଏ । କିନ୍ତୁ ବିଡମ୍ବନା ର କଥା 25 ବର୍ଷର ସ୍ଥିର ସରକାର ପରେ ଭି ହୋଇ ପାରିନଥିଲା ଅଦା ଚାଷୀ ଙ୍କ ସମସ୍ୟା ର ସ୍ଥାଇ ସମାଧାନ । ଉପ୍ତାଦନ ଅଧିକା ଥିବା ବେଳେ କ୍ଷତି ର ପରିମାଣ ଭି ଥିଲା ବେସ ଅଧିକା ଜଳବାୟୁ ଠାରୁ ଆରମ୍ଭ କରି ସରକ୍ଷଣ ବ୍ୟବସ୍ଥା ସାଜିଥିଲା ମୁଖ୍ୟ କାରଣ ନା ମିଳୁଥିଲା ତାଲିମ ନା ହେଉଥିଲା ଅବଶ୍ୟକ ମୁତାବକ ଅଦା କୁ ନେଇ ଗବେଷଣା । ତଥ୍ୟ ମୁତାବକ ଦେଖିବାକୁ ଗଲେ ଜିଲ୍ଲାର ଜଳବାୟୁ ଓ ଜମି ଅଦା ଚାଷ ପାଇଁ ବେଶ୍ ଉପଯୋଗୀ। ଏଥିପାଇଁ ଉଭୟ ଖରିଫ୍ ଓ ରବି ଋତୁରେ ଏଠାରେ ଅଦା ଚାଷ ହେଉଛି। ଜିଲ୍ଲାର ପଟ୍ଟାଙ୍ଗି, ଲକ୍ଷ୍ମୀପୁର, ନନ୍ଦପୁର, ଲମତାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଦଶମନ୍ତପୁର ବ୍ଳକରେ ଅଦା ଚାଷ ବେଶୀ ପରିମାଣରେ ହେଉଥିବା ବେଳେ ଅନ୍ୟ ବ୍ଳକରେ ମଧ୍ୟ କମ୍ ପରିମାଣର ଚାଷ ହେଉଛି। ବର୍ତମାନ ରାଜ୍ୟରେ ନୂତନ ସରକାର ଆସିଲା ପରେ ଚାଷୀଙ୍କ ପାଇଁ ଫିଟିଛି ନୂଆ ଆଶା ।
ଦୀର୍ଘ ଦିନ ଧରି କୋରାପୁଟ ଜିଲା ପଟାଙ୍ଗିରେ ଥିବା ଓଡ଼ିଶା କୃଷି ଓ ବୈଷ୍ବିକ ବିଶ୍ଵବିଦ୍ୟାଳୟ ତରଫରୁ ଗବେଷଣା କରି ଚାଷୀ ଙ୍କ ପାଇଁ ଅଣାଯାଇଛି ନୂତନ କିସମର ଅଦା । ଯାହା ବର୍ତମାନ ଅଦା ଚାଷୀଙ୍କ ପାଇଁ ଆଣି ଦେଇଛି ନୂଆ ଆସାର ଆଲୋକ । ବର୍ତମାନ 5 ଟି କିସମର ନୂତନ ଅଦା ବାହାର କରାଯାଇଛି ସୁପ୍ରଭା ,ସୁରଭି , ସୁରଚି ସୁଭଦ୍ରା ଓ ପ୍ରୟାଗ । ଏହି ଅଦା ବିହନ ଗୁଡିକ ବର୍ତମାନ ନୂତନ ଭାବେ ଓଡ଼ିଶା କୃଷି ଓ ବୈଷ୍ବିକ ବିଶ୍ଵବିଦ୍ୟାଳୟ ତରଫରୁ ଗବେଷଣା କେନ୍ଦ୍ର ତରଫରୁ ନୂତନ ଭାବେ ଆରମ୍ଭ କରାଯାଇଛି । ସବୁଠାରୁ ବଡକଥା କି ଏହି ସବୁ ନୂତନ କିସମର ଅଦାକୁ ନେଇ ଚାଷୀ ଆରମ୍ଭରୁ କେବେ କରିନଥିଲେ ଚାଷ କିନ୍ତୁ ବର୍ତମାନ ଏହୁ ସବୁ ଅଦା ଚାଷ କରିବାକୁ ନେଇ ତାଲିମ ଦିଆଯାଉଛି । ଆଗକୁ ଏହି ସବୁ ଅଦା ଚାଷକୁ ଚାଷୀମାନେ ଜୈବିକ ଭାବେ ଚାଷ କରିବେ କମ ପରିଶ୍ରମରେ ଅଧିକ ଗୁଣବତା ଥିବା ଅଦାକୁ ନିଜ ଚାଷ ଜମିରୁ ଉତ୍ପାଦନ କରିପାରିବେ ।
ନୂଆ ଆଶାରେ ବର୍ତମାନ କୋରାପୁଟିଆ ଚାଷୀ । ରାଜ୍ୟ ସରକାର ଙ୍କ ପ୍ରଚେଷ୍ଟା ପୁଣି ଆପଣାଇବେ ନିଜ ମୂଳ ବେଉସାକୁ ଆଉ ହବ ନାହିଁ ଆଗକୁ କ୍ଷତି କି ଆଉ ଯିବାକୁ ପଡିବନି ବିଦେଶ ଏଥର ନିଜ ଜମିରେ ନିଜ ପ୍ରଚେଷ୍ଟାରେ ଫଳାଇବେ ସୁନା ।