Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜ୍ୟରେ ବଢ଼ିବ ଗ୍ରୀଷ୍ମପ୍ରବାହ: ଦୁଇ ଦିନ ପରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

Ritu Das
Browse all articles by Ritu Das
·1 year ago·1 min read
ରାଜ୍ୟରେ ବଢ଼ିବ ଗ୍ରୀଷ୍ମପ୍ରବାହ: ଦୁଇ ଦିନ ପରେ ୨ରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ମାତ୍ର ଦୁଇ ଦିନ ପରଠୁ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଅର୍ଥାତ୍‌ ରାଜ୍ୟରେ ସମସ୍ତ ଜିଲ୍ଲାର ତାପମାତ୍ରା ରବିବାରଠୁ ବୃଦ୍ଧି ହେବ । ଭୁବନେଶ୍ୱରରେ ଆସନ୍ତା ୨୪ ଘଣ୍ଟା ପାଇଁ ଆକାଶ ସଫା ରହିବ। ସର୍ବାଧିକ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରୀ ରହିବ । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଗୁରୁବାର ପାରଳାଖେମୁଣ୍ଡି ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଥିଲା । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୬.୮ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ଥିଲା । ୩୫ ଡିଗ୍ରୀ ଉପରେ ୮ଟି ସହର ଥିଲା।


ବୁଧବାରଠୁ ଗୁରୁବାର ତାପମାତ୍ରା ସାମାନ୍ୟ ଖସିଛି । ମାଲକାନାଗିରିର ତାପମାତ୍ରା ୩୫.୪ ଡିଗ୍ରୀ, ଯାଜପୁରର ତାପମାତ୍ରା ୩୫.୨ ଡିଗ୍ରୀ ରହିଥିବା ବେଳେ ମାଲକାନାଗିରି, ନୂଆପଡ଼ା, ଖୋର୍ଦ୍ଧା, କେନ୍ଦ୍ରାପଡ଼ାରେ ତାପମାତ୍ରା ୩୫ ଡିଗ୍ରୀ ରହିଥିଲା । ଭୁବନେଶ୍ୱରର ତାପମାତ୍ରା ୩୪.୪ ଡିଗ୍ରୀ ରହିଥିଲା । ଅନୁଗୁଳରେ ତାପମାତ୍ରା ୩୪.୭, ସମ୍ବଲପୁରରେ ୩୪ ଡିଗ୍ରୀ, ବଲାଙ୍ଗୀରରେ ୩୪.୪, କୋରାପୁଟରେ ୩୪.୨, ସୋନପୁରରେ ୩୪.୧, ନୟାଗଡ଼ରେ ୩୪, ଭଦ୍ରକରେ ୩୪, ବରଗଡ଼ରେ ୩୪.୭ ଡିଗ୍ରୀ ତାପମାତ୍ରା ରହିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Heat-wave-to-intensify-in-the-state-Temperatures-to-rise-by-2-to-3-degrees-in-two-days | Argus News