Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଭିସିରେ ଯୋଡି ହେଲେ ସମସ୍ତ କମିଶନର ଏବଂ ପ୍ରିନ୍ସପାଲ ସେକ୍ରେଟାରୀ। ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଅସଜଡ଼ା ହୋଇଥିବା ଟ୍ୟାପ, ନଳକୂପ, ଟିୱେଲ ସଜାଡିବା ସହ ୨୪ ଘଣ୍ଟିଆ ସବୁ ପିଏଚଓ ଓ watco ଅଫିସ ଖୋଲା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଅଭିଯୋଗ ଆସିଲେ ତୁରନ୍ତ ସମାଧାନ କରାଯିବ।

ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବ। ବସ ଷ୍ଟାଣ୍ଡ, ସମ୍ବେଦନଶୀଳ ସ୍ଥାନ, ବଜାର ଘାଟରେ ମଧ୍ୟ ପାଣିର ସମସ୍ତ ବ୍ୟବସ୍ଥା କରାଯିବ। ଜନ ଗହଳି ପୂର୍ଣ୍ଣ ସ୍ଥାନରେ ବିଶେଷ ନଜର ରଖାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଅମୃତ ସରୋବରଗୁଡ଼ିକରେ ପାଣି କିପରି ସ୍ଵଚ୍ଛ ରହିବ ତାର ବ୍ୟବସ୍ଥା କରାଯିବ। ଖରାରେ ଲୋକ ବିଶେଷ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ। ଦିନ ୧୧ରୁ ୩ଟା ବାହାରେ ଶ୍ରମିକ ମାନେ କାମ ନ କରିବା ପାଇଁ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Housing and Urban Development Minister holds review meeting in view of summer heat wave | Argus News