Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କାମ ସାରି ଘରକୁ ଫେରୁଥିଲେ ...

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
 କାମ ସାରି ଘରକୁ ଫେରୁଥିଲେ ...

ଦଇବ ସାଧିଲା ଦାଉ। କାମ ସାରି ଘରକୁ ଫେରୁଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ପତି-ପତ୍ନୀଙ୍କ ପ୍ରାଣ। ଏମିତି ହୃଦୟ ବିଦାରକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ। ଦୁର୍ଘଟଣାରେ ମୃତ ଦମ୍ପତ୍ତି ହେଉଛନ୍ତି ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିକ୍ଷକ ଭାବେ କ‌ାର୍ଯ୍ୟରତ ଥିବା ମଦନ ମୋହନ ସାହୁ ଏବଂ ତାଙ୍କ ପତ୍ନୀ ଚତୁରୀ ସାହୁ।


ଆଜି ଅପରାହ୍ନରେ ଉଭୟ ନିଜ କାମ ସାରି କଣ୍ଡାଳ ନିକଟରେ ଥିବା ପେଟ୍ରୋଲ ପମ୍ପକୁ ତେଲ ପକାଇବାକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଏକ ଟ୍ରକ୍‌ ଜୋରରେ ଧକ୍କା ଦେଇ ଖସି ଯାଇଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କ୍ଷତିପୂରଣ ପ୍ରତିଶୃତି ନଦେଇ ପୋଲିସ ମର ଶରୀରକୁ ଉଠାଇ ନେବାରୁ ଚାପା ଉତ୍ତେଜନା ଦେଖାଦେଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ସମୟ ଧରି ଗାଡ଼ିମଟର ଅଟକି ରହିଥିଲା । ପରେ ତାଳଚେର ପୋଲିସ ପହଞ୍ଚି ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରତିଶୃତି ସହ ଦୁର୍ଘଟଣା ଘଟାଇଥିବା ଟ୍ରକଟିକୁ କଣିହାଁ ଅଂଚଳରୁ ଜବତ କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

Sponsored
Husband and wife die in road accident | Argus News