Bjd Leaders joins Bjp / ଯାଜପୁର ଜିଲ୍ଲାରେ ଭାଙ୍ଗୁଛି ବିଜେଡି ଗଡ଼, ପୁର୍ବତନ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଜେପିରେ ସାମିଲ
·5 months ago·2 min read

Key Points
ଯାଜପୁରରେ ଛିଣ୍ଡୁଛି ବିଜେଡି ବଡ଼ୁଛି ବିଜେପି
ପୁର୍ବତନ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ବିଜେପିରେ
୧୬ ଜଣ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ
ପଂଚାୟତ ନିର୍ବାଚନରେ ବିଜେଡିକୁ ଲାଗିବ କି ଶକ୍ତ ଝଟକା?

ଯାଜପୁର ଜିଲ୍ଲାରେ ଛିଣ୍ଡୁଛି ବିଜେଡି ବଡ଼ୁଛି ବିଜେପି । ଯାଜପୁର ବିଜେଡି ନେତୃତ୍ବ ଉପରେ ନେତାଙ୍କର ଭରସା ନାହିଁ। ଏକଦା ବିଜେଡିର ଗଡ କୁହାଯାଉଥିବା ଯାଜପୁର ଜିଲ୍ଲା ଏବେ ବିଜେଡି ମୁକ୍ତ ରାସ୍ତାରେ । ବିଜେଡି ଛାଡି ବିଜେପିରେ ଯୋଗ ଦେଉଛନ୍ତି ଆଗ ଧାଡିର ନେତା । ମଜଭୁତ ହେଉଛି ବିଜେପି। ଦୁର୍ବଳ ହେଉଛି ବିଜେଡି। ପୁର୍ବତନ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ସହ ୧୬ ଜଣ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି।
ରାଜ୍ୟ ବିଜେଡିରେ ଯାଜପୁର ନେତାଙ୍କ ସବୁ ବେଳେ ରହିଥାଏ ଦବଦବା । ଏବେ କିନ୍ତୁ ଯାଜପୁର ବିଜେଡିରେ ସବୁ ଗଡ଼ବଡ଼। ୨୦୨୪ ସାଧାରଣ ନିର୍ବାଚନରେ ବିଜେଡି ଯାଜପୁର ଜିଲ୍ଲାରେ ମାତ୍ର ୩ଟି ଆସନରେ ବିଜୟୀ ହୋଇଥିଲା । ଜିଲ୍ଲାର ଦୁଇ ହେବିଓ୍ବେଟ ନେତା ପ୍ରଣବ ବଳବନ୍ତରାଏ ଧର୍ମଶାଳାରୁ ଓ ସୁକିନ୍ଦାରୁ ପ୍ରିତି ରଂଜନ ଘଡ଼େଇ ପରାସ୍ତ ହୋଇଥିଲେ। ସେହିପରି କୋରେଇ ଆସନରୁ ଦଳର ହେବିଓ୍ବେଟ ପ୍ରଣବ ପ୍ରକାଶ ଦାସଙ୍କ ମା ସନ୍ଧ୍ୟାରାଣୀ ଦାସ ମଧ୍ୟ ନିର୍ବାଚନ ହାରିଥିଲେ।
ଯାଜପୁର ଜିଲ୍ଲାରେ ଜିଲ୍ଲାପରିଷଦ ବିଜେଡି ଗଠନ କରିଥିବା ବେଳେ ଏବେ ସବୁ ଗଡବଡ ହୋଇଯାଇଛି । ଦଳର ନେତୃତ୍ବ ଉପରେ ଆଉ କର୍ମୀ ଏବଂ ନେତାଙ୍କ ଭରସା ପାଉ ନାହିଁ । ବିଜେଡିକୁ ଲାଗିଛି ଶକ୍ତ ଝଟକା । କାରଣ ବିଜେଡି ଛାଡିଛନ୍ତି ପୁର୍ବତନ ସାଂସଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏବଂ ଉପାଧ୍ୟକ୍ଷଙ୍କ ସହ ୧୬ ଜଣ ଜିଲ୍ଲାପରିଷଦ ସଦସ୍ୟ । ବଡ଼ଚଣା, ଧର୍ମଶାଳା, କୋରେଇ, ବରି ଓ ସୁକିନ୍ଦାରେ ପ୍ରାୟ ୧୯ ଜଣ ନେତା ବିଜେପିରେ ସାମିଲ ହୋଇଛନ୍ତି । ଯଦିଓ ଜଣେ ଜିଲ୍ଲା ପରିଷଦ ସଦସ୍ୟା ଟିନା ହାଇବ୍ରୁ ପୁଣି ବିଜେଡିକୁ ଫେରିଆସିଛନ୍ତି, ତଥାପି ଯାଜପୁରରେ ଦୁର୍ବଳ ହୋଇଛି ବିଜେଡି ସଂଗଠନ ।
ଆଗକୁ ପଂଚାୟତ ନିର୍ବାଚନ । ଏହା ପୁର୍ବରୁ ବିଜେଡିକୁ ଲାଗିଛି ଶକ୍ତ ଝଟକା । ତୃଣମୂଳ ସ୍ତରର ନେତା ବିଜେଡି ଛାଡି ବିଜେପିରେ ଯୋଗ ଦେବା, ବିଜେଡି ପାଇଁ ଆତ୍ମଘାତୀ ହୋଇଛି । ଯାଜପୁର ବିଜେଡିର ଆଗଧାଡିର ନେତା ପ୍ରଣବ ପ୍ରକାଶ ଦାସ, ପ୍ରୀତିରଂଜନ ଘଡାଇ, ପ୍ରଣବ ବଳବନ୍ତରାୟ , ବିଶ୍ବ ମଲ୍ଲିକ ଏବଂ ପ୍ରମିଳା ମଲ୍ଲିକ ଥିବା ବେଳେ, ଏତେ ସଂଖ୍ୟାରେ ଜିଲ୍ଲାସ୍ତରୀୟ ନେତା ବିଜେଡି ଛାଡିବା ଦଳକୁ ଯାଜପୁର ଜିଲ୍ଲାରେ ଦୁର୍ବଳ କରିଛି । ଆଗକୁ ଅନେକ ବିଜେଡି ନେତା ବିଜେପିରେ ସାମିଲ ହେବେ ବୋଲି ରାଜନୀତି ସମୀକ୍ଷକ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories