Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Opium Raid / ଶିମଳିପାଳ ଜଙ୍ଗଲ ଭିତରେ ଜହର ଚାଷ

Bikash Mohanty
Browse all articles by Bikash Mohanty
·5 months ago·2 min read
ଶିମଳିପାଳ ଜଙ୍ଗଲ ଭିତରେ ଜହର ଚାଷ
OPIUM RAID

Key Points

ଶିମିଳିପାଳରେ ଅଫିମ ଚାଷ
ପୁଲିସ୍ ଦ୍ୱାରା ନଷ୍ଟ ହେଲା ୯୫ ହଜାରରୁ ଅଧିକ ଗଛ
ଆନୁମାନିକ ମୁଲ୍ୟ ଦୁଇ କୋଟି ଟଙ୍କା 
ଶିମିଳିପାଳରେ ଅଫିମ। ଶିମିଳିପାଳ ସଂଲଗ୍ନ ୫୦ ହେକ୍ଟର ଜମିରେ ହୋଇଛି ଅଫିମ ଚାଷ। ରବିବାର ଯଶୀପୁର ପୋଲିସ, ବନ ବିଭାଗ, ଅବକାରୀ ବିଭାଗ ଏବଂ ସ୍ଥାନୀୟ ତହସିଲଦାରଙ୍କ ମିଳିତ ସହଯୋଗରେ ଅସ୍ତକୁଅଁର ଗ୍ରାମପଞ୍ଚାୟତର ଗୋପୀନାଥପୁର ଅଞ୍ଚଳର ୨ଟି ସ୍ଥାନରେ ଚାଷ କରାଯାଇଥିବା ୯୫,୮୫୦ଟି ଅଫିମ ଗଛକୁ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧ କୋଟି ୯୧ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମୟୂରଭଞ୍ଜ ଜିଲ୍ଲା ଜଶୀପୁର ବ୍ଲକ୍ ଅନ୍ତର୍ଗତ ଏବଂ ଶିମିଳିପାଳ ଅଭୟାରଣ୍ୟ ସଂଲଗ୍ନ' ଏହି ତିନଟି ପଞ୍ଚାୟତ ବରେହିପାଣି, ଅସ୍ତକୁଅଁରୀ ଓ ଗୁଡୁଗୁଡିଆ ର ୯ଟି ଗାଁର ୧୩ ଟି ସ୍ଥାନରେ ୫୦ ହେକ୍ଟର ରୁ ଅଧିକ ଜାଗାରେ ଅଫିମ ଚାଷ ହେଉଥିବା ନେଇ ବନବିଭାଗ ପକ୍ଷରୁ ଜିଲ୍ଲା ପୋଲିସକୁ ସୂଚନା ଦିଆଯାଇଛି। ଏହା ମଧ୍ୟରେ ଅଧିକାଂଶ ପ୍ରାଇଭେଟ୍ ଜମି ରହିଥିବା ବେଳେ କିଛି ଗୋଚର ଓ ସରକାରୀ ଜମି ମଧ୍ୟ ରହିଥିବା ନେଇ ଶିମିଳିପାଳ କର୍ତ୍ତୃପକ୍ଷ କହିଛନ୍ତି। ବୁଢ଼ାବଳଙ୍ଗ ଗାଁରେ ସବୁଠାରୁ ଅଧିକ ଜମିରେ ଏହି ଚାଷ ହୋଇଥିବା ଜଣାପଡିଛି।

ଶିମିଳିପାଳ ମଧ୍ୟରେ ଏଭଳି ବେଆଇନ ଅଫିମ ଚାଷ ହେଉଥିବା ଘଟଣା କୁ ନିନ୍ଦା କରିବା ସହ ଏଥିପାଇଁ ବିଶେଷ କରି ବନବିଭାଗ କୁ ଦାୟି କରିଛନ୍ତି ପରିବେଶବିତ୍। ପରିବେଶବିତ୍ ଙ୍କ ମତରେ ଅଫିମ ଚାଷ ଶିମିଳିପାଳ ଅଭୟାରଣ୍ୟ ପାଇଁ ଏକ ବଡ଼ କ୍ଷତି କାରକ ଅଟେ। ଅଫିମ ଫୁଲର ବାସ୍ନାରେ ବାୟୁ ଅସନ୍ତୁଳିତ ହେଉଥିବା ବେଳେ ଏହାର ପ୍ରଭାବରେ ଗଛ ଲତା ନଷ୍ଟ ହେବା ସହିତ ଅନେକ କୀଟ ପତଙ୍ଗ ଓ ଛୋଟ ଛୋଟ ପକ୍ଷୀ ମାନେ ମଧ୍ୟ ମୃତ୍ୟୁ ମୁଖରେ ପଡ଼ିଥାନ୍ତି। ଏବଂ ସବୁଠାରୁ ବଡ଼ କଥା ହେଉଛି ଏହା ପ୍ରଚୁର ଲାଭ ଦାୟକ ହୋଇଥିବାରୁ ଏହି ଚାଷ ବିଶେଷ କରି ମାଓବାଦୀ ମାନେ କରିଥାନ୍ତି। ଏହି ଗଛରୁ ଅଫିମ ଭଳି ମାଦକ ଦ୍ରବ୍ୟ ସଂଗ୍ରହ କରିବା ସହିତ ଫଳରୁ ପୋସ୍ତ ଏବଂ ଚୋପାରୁ ମଧ୍ୟ ଅନେକ ନିଶାଦ୍ରବ୍ୟ ପ୍ରସ୍ତୁତ କରି ପ୍ରଚୁର ଅର୍ଥ ରୋଜଗାର କରିଥାନ୍ତି। ଏହି ଟଙ୍କା ସେମାଙ୍କର କଳା ସାମ୍ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ତେଣୁ ଶିମିଳିପାଳ ରେ ହେକ୍ଟର ହେକ୍ଟର ଜମିରେ ଏହି ଚାଷ ହେବା ଆଗାମୀ ଦିନ ପାଇଁ ଜମା ଶୁଭଙ୍କର ନୁହେଁ ବୋଲି ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ୱାବଧାରକ ତଥା ପରିବେଶବିତ୍ ଭାନୁମିତ୍ର ଆଚାର୍ଯ୍ୟ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି; ଏତେ ପରିମାଣ ର ଅଫିମ ଚାଷ ହେଉଥିବା ଜାଣିବା ପରେବି' ପୋଲିସ ଏଯାଏଁ କାହାକୁ ଗିରଫ କରିନାହିଁ କାହିଁକି ? କାହାର ଇସାରାରେ ଏବଂ କେତେ ଦିନ ଧରି ଏହି ବେଆଇନ ଚାଷ ଏଠାରେ ହୋଇଆସୁଛି ? ଏହି ଚାଷ ପାଇଁ ମଞ୍ଜି କୋଉଠୁ ଆସୁଛି ଏବଂ ଏହାର ବ୍ୟବସାୟିକ ଚେର କେତେଯାଏଁ ଲମ୍ବିଛି ? ଏଠାକାର ନିରୀହ ଆଦିବାସୀ ଙ୍କୁ ପର୍ବର୍ତ୍ତାଇ କିଏ ଏହି କଳା ସାମ୍ରାଜ୍ୟର ସମ୍ରାଟ୍ ବନିଛି ? ଏହି ଚାଷ କେବଳ ଏହିଠାରେ ହିଁ ସୀମିତ ଅଛି ନାଁ' ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ବି ଏହା ଚାଷ ହେଉଛି ? ଏହି କଳା ସମ୍ରାଜ୍ୟ ପଛରେ ଜିଲ୍ଲାର କୌଣସି ବିଭାଗୀୟ ଅଧିକାରୀ ଙ୍କର ସମ୍ପୃକ୍ତି ନାହିଁ ତ' ????
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Opium Raid | Jashipur Police Destroy 95,850 Opium Plants Worth ₹1.91 Crore | Argus News