Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଆଗାମୀ ୨ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା !

Smruti Parija
Browse all articles by Smruti Parija
·1 year ago·1 min read
ଆଗାମୀ ୨ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା !

ରାଜ୍ୟରେ ମେଘୁଆ ପାଗ ସହ ବର୍ଷା ସମ୍ଭାବନା ରହିଛି । କାଳବୈଶାଖୀ ବର୍ଷା ଆଣିବ ଆଶ୍ୱସ୍ତି । ଆଗାମୀ ୨ ଦିନ ସାରା ରାଜ୍ୟରେ କାଳବୈଶାଖୀ ବର୍ଷା ହେବ । ଟ୍ରପ୍ ଲାଇନ ତଥା ବଙ୍ଗୋପସାଗରରୁ ବହୁଥିବା ଆଦ୍ର ବାୟୁ ଓ ପଶ୍ଚିମ ଦିଗରୁ ଆସୁଥିବା ଶୁଷ୍କ ବାୟୁ କାଳବୈଶାଖୀ ବର୍ଷା କରାଇବ । ପାଣିପାଗର ଏହି ଦୁଇ ନିୟାମକ ଉଭୟ ଉଭୟଙ୍କ ସଂସ୍ପର୍ଶରେ ଆସି ପ୍ରତିକ୍ରିୟାଶିଳ ହୋଇ ଝଡ଼ ବର୍ଷା କରାଇବ ।


ଆଜି ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି ଗଂଜାମ ନୟାଗଡ ଖୋର୍ଦ୍ଧା ପୁରୀ ଏହି ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ଝଡ ପବନ ସହ ବର୍ଷା ହେବା ସମ୍ଭାବନା ଦେଇଛି ବିଭାଗ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେପଟେ ଆସନ୍ତା ୨ ଦିନ ଯାଏଁ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୨ ଦିନ ପରେ ପୁଣି କଲବଲ କରିବ ଖରା ଗରମ ଓ ଗୁଳୁଗୁଳି ।

Sponsored
Kalabaisakhi rains will continue across the state for the next 2 days | Argus News