|
logo
Live

Argus News - ପଶୁ ପକ୍ଷୀଙ୍କ ଆର୍ତ୍ତ ଚିତ୍କାର...ଭୂଇଁରେ ଲୋଟି ପଡିଛି ଶହ ଶହ ଗଛ

Odisha

ପଶୁ ପକ୍ଷୀଙ୍କ ଆର୍ତ୍ତ ଚିତ୍କାର...ଭୂଇଁରେ ଲୋଟି ପଡିଛି ଶହ ଶହ ଗଛ

Smruti Parija
Browse all articles by Smruti Parija
·1 year ago·2 min read
ପଶୁ ପକ୍ଷୀଙ୍କ ଆର୍ତ୍ତ ଚିତ୍କାର...ଭୂଇଁରେ ଲୋଟି ପଡିଛି ଶହ ଶହ ଗଛ

ହାଇଦ୍ରାବାଦ ସେଣ୍ଟ୍ରାଲ୍ ୟୁନିଭରସିଟି କ୍ୟାମ୍ପସ ନିକଟରେ ଥିବା 400 ଏକର ପରିମିତ କାଞ୍ଚା ଗଚ୍ଛିବୋଲି ଜଙ୍ଗଲ । ଯାହା ରଙ୍ଗା ରେଡ୍ଡୀ ଜିଲ୍ଲାରେ ଅବସ୍ଥିତ । ଯାହାକୁ କୁହାଯାଏ ହାଇଦ୍ରାବାଦର ଫୁସ୍ ଫୁସ୍ । ସୂଚନା ମୁତାବକ ଜଙ୍ଗଲ କଟାଯାଇ ଆଇଟି ପାର୍କ ନିର୍ମାଣ କରିବେ ସରକାର ।


ଆନ୍ତର୍ଜାତୀୟ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ 30 ମାର୍ଚ୍ଚ ରୁ ଏପ୍ରିଲ 2 ମଧ୍ୟରେ ପାଖାପାଖି 2 ବର୍ଗ କିଲୋମିଟର ପର୍ଯ୍ୟନ୍ତ ଗଛ ଗୁଡିକୁ କଟାଯାଇଛି । ଆଉ ଏ ଗଛ କାଟିବା ପାଇଁ 50 ରୁ ଉର୍ଦ୍ଧ୍ୱ ଡ୍ରୋଜର କାଞ୍ଚା ଗଚ୍ଛିବୋଲି ଜଙ୍ଗଲରେ ନିୟୋଜିତ କରାଯାଇଥିଲା ।



ହେଲେ ଏହି ଘଟଣା ଜଣାପଡିବା ପରେ ହାଇଦ୍ରାବାଦ ସେଣ୍ଟ୍ରାଲ ୟୁନିଭରସିଟିର ଛାତ୍ରଛାତ୍ରୀ, ପରିବେଶବିତ, କିଛି ସ୍ଥାନୀୟ ଲୋକ ଲଗାତାର ଏନେଇ ବିରୋଧ ପ୍ରଦର୍ଶନ କରିଥିଲେ । ବାରମ୍ବାର ବିରୋଧ କରିବା ପରେ ତେଲେଙ୍ଗାନା ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ଆଇଟି ପାର୍କ ପାଇଁ 400 ଏକର ଜାଗାରେ ଗଛ କଟା ଉପରେ ରୋକ ଲଗାଇଦେଇଛନ୍ତି । ତେବେ ଏହି ଘଟଣା ପରେ ରାଜନୀତି ଜୋର୍ ଧରିଛି । ଗୋଟେ ପକ୍ଷ ଆଇଟି ପାର୍କ ନିର୍ମାଣ ବିରୋଧରେ କହୁଥିବାବେଳେ ଅନ୍ୟ ଗୋଷ୍ଠୀ ପାର୍କ ସପକ୍ଷରେ ଯୁକ୍ତି ବାଢିଛନ୍ତି । କହିଛନ୍ତି ପାର୍କ ହେଲେ 5 ଲକ୍ଷ ଚାକିରି ସୃଷ୍ଟି ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ହେଲେ ସେ ଯାହା ହେଉ ନା କାହିଁକି...ଯଦି ISFR 2023 ରିପୋର୍ଟକୁ ଦେଖିବା ଦେଶରେ ମୋଟ ଜଙ୍ଗଲ ଏବଂ ବୃକ୍ଷ ଆଚ୍ଛାଦନ 8,27,357 ବର୍ଗ କିଲୋମିଟର । ଯାହା ଦେଶର ଭୌଗୋଳିକ କ୍ଷେତ୍ରଫଳର 25.17 ପ୍ରତିଶତ । କେବଳ ଜଙ୍ଗଲ ଆଚ୍ଛାଦନର କ୍ଷେତ୍ରଫଳ ହେଉଛି 7,15,343 ବର୍ଗ କିଲୋମିଟର (21.76%) ଯେତେବେଳେ ବୃକ୍ଷ ଆଚ୍ଛାଦନର କ୍ଷେତ୍ରଫଳ 1,12,014 ବର୍ଗ କିଲୋମିଟର (3.41%)। 2021 ତୁଳନାରେ ଏଥିରେ 1445 ବର୍ଗ କିଲୋମିଟର ବୃଦ୍ଧି ଘଟିଛି । ଯାହା ସମଗ୍ର ସମାଜ ପାଇଁ ଯଦିଓ ଖୁସି ଖବର । ମଣିଷ ତାରି ହାତରେ ସୃଷ୍ଟିକୁ ବିନାଶ କରି ଚାଲିଛି । ମନ ଇଚ୍ଛା ଜଙ୍ଗଲ କାଟିବାରୁ ବିଶ୍ୱ ତାପନ ସହ ଅଦିନିଆ ବର୍ଷା ଓ ପ୍ରାକୃତିକ ବିପର୍ଯ୍ୟୟ ବୃଦ୍ଧି ପାଉଛି ।


ଜଙ୍ଗଲ କାଟିଦେଲେ ଜୀବ ଜନ୍ତୁ ପଶୁ ପକ୍ଷୀ ବାସହରା ହୋଇଯିବେ । ଆଇଟି ପାର୍କ କଲେ ଲୋକଙ୍କୁ ନିଯୁକ୍ତି ମିଳିବ । ହେଲେ ନୀରିହ ଜୀବ ଜନ୍ତୁ ଯିବେ କୁଆଡେ । ଆମେ ଜାଣିଛେ ମଣିଷ ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଜରୁରୀ । ଏଥିସହ ପରିବେଶ ସୁରକ୍ଷା ପାଇଁ ଗଛ ଯେତିକି ଦରକାରୀ, ମାନବ ସଭ୍ୟତା ତିଷ୍ଟି ରହିବା ପାଇଁ ଜୀବ ଜନ୍ତୁଙ୍କ ସେତିକି ଆବଶ୍ୟକତା ରହିଛି । ଏବେ ସମୟ ଭାବିବାର...ନହେଲେ ନେଡି ଗୁଡ କହୁଣୀକୁ ବୋହିଗଲେ ସମ୍ଭାଳିବାକୁ କେହିନଥିବେ...



Sponsored
ପଶୁ ପକ୍ଷୀଙ୍କ ଆର୍ତ୍ତ ଚିତ୍କାର...ଭୂଇଁରେ ଲୋଟି ପଡିଛି ଶହ ଶହ ଗଛ | Argus News