Kapilash Road Assault / କପିଳାସ ରାସ୍ତାରେ ଯୁବକ-ଯୁବତୀଙ୍କୁ ମାଡ଼ ଓ ଦୁର୍ବ୍ୟବହାର ଘଟଣା…୩ ଗିରଫ
·1 hour ago·2 min read

Key Points
କପିଳାସ ପାହାଡ଼ ରାସ୍ତାରେ କପଲଙ୍କୁ ଅଟକାଇ ମାଡ଼ ଓ ଦୁର୍ବ୍ୟବହାର, ଭିଡିଓ ଭାଇରାଲ ପରେ ୩ ଗିରଫ
ବିହାରର ଜାମୁଇରେ ଜଣେ ଯୁବତୀଙ୍କ ପ୍ରତି ହୋଇଥିବା ନିର୍ଯାତନା ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଥିବାବେଳେ ଏବେ ସମାନ ଘଟଣା ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ କପିଳାସ ପାହାଡ଼ରେ ଘଟିଛି। ଏକ କପଲଙ୍କୁ ଅଟକାଇ ହଇରାଣ କରାଯାଉଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ପ୍ରକାଶ ପାଇଥିଲା। ଆଉ ସଙ୍ଗେ ସଙ୍ଗେ ବଡ଼ ଆକ୍ସନ ନେଇଛି ଢେଙ୍କାନାଳ ପୋଲିସ।
ପର୍ଯ୍ୟଟକ ଥିବା ଏହି ଦମ୍ପତି ଢେଙ୍କାନାଳର କପିଳାସ ପାହାଡ଼ ମନ୍ଦିରକୁ ଯାଉଥିବା ବେଳେ ଏକ ନିର୍ଜନ ରାସ୍ତାରେ ସେମାନଙ୍କୁ ଅଟକାଇ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସୋସିଆଲ ମିଡିଆରେ ବ୍ୟାପକ ଭାବରେ ପ୍ରସାରିତ ହୋଇଥିବା ଭିଡିଓଟି ପୋଲିସ ଜାଣିବା ପରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଗତ ୧୮ ତାରିଖରେ ଅଭିଯୋଗକାରୀ ଯୁବତୀ ତାଙ୍କ କିଛି ସାଙ୍ଗଙ୍କ ସହ କପିଳାସରୁ ଫେରୁଥିଲେ । ଏହି ସମୟରେ ସୋରିଷିଆପଡ଼ା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଭଣରଗଡ଼ା ଗାଁ ନିକଟରେ ସରୋଜ ନାୟକ, ସମୀର ନାୟକ ଓ ଅନ୍ୟ କିଛି ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ସେମାନଙ୍କୁ ଗାଳିଗୁଲଜ କରିବା ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଛି ।
ପରେ ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପ ପରେ ଘଟଣା ସେଠାରେ ସମାଧାନ ହୋଇଥିଲା । ତେବେ ଯୁବତୀ ଓ ତାଙ୍କ ସାଙ୍ଗମାନେ ପୁଣି ଆଗକୁ ବଢ଼ିବା ସମୟରେ ଅଭିଯୁକ୍ତମାନେ ସେମାନଙ୍କୁ ଅଟକାଇ ଭିଡିଓ କରିଥିବା ଅଭିଯୋଗ ହୋଇଛି। ଏହାପରେ ୧୯ ତାରିଖରେ ସେହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଜାଣିବାକୁ ପାଇଥିଲେ ଅଭିଯୋଗକାରୀ । ଘଟଣା ସମ୍ପର୍କରେ ସେ ୨୧ ତାରିଖରେ ଚୌଦ୍ୱାର ଥାନାରେ ଅଭିଯୋଗ କରିଥିଲେ। ଚୌଦ୍ୱାର ଥାନାରୁ ଜିରୋ ଏଫ୍ଆଇଆର୍ ଗଁଦିଆ ଥାନାରେ ପହଞ୍ଚିବା ପରେ ଢ଼େଙ୍କାନାଳ SP ଙ୍କ ନିର୍ଦେଶ କ୍ରମେ ଗଁଦିଆ ଥାନା ଅଧିକାରୀ ପ୍ରତାପ ଚନ୍ଦ୍ର ଦଳେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଘଟଣାରେ ବଣିଆ ଗାଁର ସରୋଜ ନାୟକ, ସମୀର ନାୟକ ଏବଂ ମନ୍ଦାର ଥାନା ଅନ୍ତର୍ଗତ ରାୟପୁର ଗାଁର ସଂଗ୍ରାମ ରଥ ଓରଫ ଦୁର୍ଗାଙ୍କୁ ପୋଲିସ ଗିରଫ କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉ କି, ଜାମୁଇରେ ଜଣେ ଯୁବତୀଙ୍କୁ ଖରାପ ସ୍ପର୍ଶ କରି କୋଳରେ ଟେକି ନେଇଥିଲେ। ଆଉ ତାଙ୍କ ପୁରୁଷ ବନ୍ଧୁଙ୍କୁ ମାରିଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଘଟଣାଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାପରେ ଆଜି ବିହାର ପୋଲିସ ମୁଖ୍ୟ ଅଭିଯୁକ୍ତ ନନ୍ଦନ ପୋଲିସ ଦ୍ୱାରା ଏକ ଏନକାଉଣ୍ଟର ହୋଇଛି। ଖବର ମିଳିଛି ଯେ ସେ ପଳାଇବା ସମୟରେ ଗୁଳି ଚାଳନା କରିଥିଲେ। ଘଟଣା ପରେ ତାଙ୍କୁ ଚିକିତ୍ସା ପାଇଁ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବିହାରର ଜାମୁଇରେ ଦଶମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କ ସହ ଅସଦାଚରଣ ମାମଲାରେ ଏହା ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଆଜି ନେଇଛି ପୋଲିସ। ପୂର୍ବରୁ ପୋଲିସ ତିନି ଜଣ ନାବାଳକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।
Related Topics
Explore more stories