PACKET FOOD / ପ୍ୟାକେଟ ଫୁଡ୍ ଖାଇ ଚାଲିଗଲା ଜୀବନ
·6 months ago·2 min read

Key Points
ପ୍ୟାକେଟ ଫୁଡ୍ ଖାଇ କୋମଳମତି ବାଳକର ଚାଲିଗଲା ଜୀବନ
ବେଗୁନିଆର ତାପସ କୁମାର ପାଇକରାୟଙ୍କ ଚାଲିଗଲା ଜୀବନ
ପ୍ୟାକେଟ ଫୁଡ୍ ଖାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ

ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍ ଖାଇ କୋମଳମତି ବାଳକର ଚାଲିଗଲା ଜୀବନ। ଏଭଳି ଏକ ମର୍ମନ୍ତୁଦ ହୃଦୟ ବିଦାରକ ଘଟଣାଟି ଘଟିଛି ଖୋର୍ଦ୍ଧାଜିଲା ବେଗୁନିଆବ୍ଲକ ହଜ ଗ୍ରାମପଞ୍ଚାୟତ ନିଧିପୁର ଗ୍ରାମରେ । ଏହି ଗ୍ରାମର ଅଭୟ ପାଇକରାୟଙ୍କ ୬ ବର୍ଷରଏକମାତ୍ର ପୁଅ ତାପସ କୁମାର ପାଇକରାୟ। ବଜାରରେ ବିକ୍ରି ହେଉଥିବା ପ୍ୟାକେଟ ଫୁଡ୍ ଖାଇ ମୃତ୍ୟୁ ବରଣ କରିଥିବା ଅଭିଯୋଗ ହୋଇଛି।
ପ୍ୟାକେଟ ଫୁଡ୍ କିଭଳି ବଜାରରେ ଅଧିକମାତ୍ରାରେ ବିକ୍ରିହେବ ସେଥିନିମନ୍ତେ ଏହାକୁ ଖାଉଥିବା କୋମଳମତି ପିଲାଙ୍କୁ ଅଧିକ ଆକୃଷ୍ଟ କରିବ ସେଥିନିମନ୍ତେ ପ୍ୟାକେଟ ଫୁଡ୍ ପ୍ୟାକେଟରେ ବିଭିନ୍ନପ୍ରକାରର ଛୋଟ ଛୋଟ ଖେଳଣା ଭର୍ତିକରି ବଜାରକୁ ଛାଡୁଛି। ସେହିପରି ଏକ ପ୍ୟାକେଟ ଫୁଡ୍ ପ୍ୟାକେଟରୁ ସବୁ ଖାଇ ସାରିବା ପରେ ତା ଭିତରେ ଥିବା ଛୋଟ ବେଲୁନକୁ ତାପସ ପାଟିରେ ଫୁଙ୍କିବା ବେଳେ ବେଲୁଟି ହଠାତ୍ ଫାଟିଯାଇ ଗଳା ଭିତରୁ ପଶି ଶ୍ୱାସରୁଦ୍ଧ ହୋଇଯାଇଥିଲା। ଫଳରେ ବିକଳରେ ଛଟଛଟ ହେଉଥିବା ତାପସକୁ ତାର ପରିବାର ଲୋକେ ଚିକିତ୍ସା ନିମନ୍ତେ ସଂଗେସଂଗେ ବୋତଳମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ।ଡାକ୍ତର ବହୁତ ଚେଷ୍ଟା କରିଥିଲେ ମଧ୍ୟ ତା ମୁହଁରୁ ବେଲୁନକୁ ବାହାର କରିପାରି ନଥିଲେ । ସେଠାରୁ ତାକୁ ଖୋର୍ଦ୍ଧାଜିଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ।
ତେବେ ପ୍ୟାକେଟ ଫୁଡ୍ ପ୍ୟାକେଟ ଭିତରେ ଥିବା ଖେଳନା ବେଲୁନ ଯୋଗୁଁ କୋମଳମତି ଶିଶୁ ତାପସର ଅକାଳ ବିୟୋଗ ଘଟିଥିବାରୁ ସରକାରଙ୍କ ତରଫରୁ ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯିବାକୁ ପରିବାର ଲୋକ ଦାବି କରିଛନ୍ତି। ପ୍ୟାକେଟ ଫୁଡ୍ କମ୍ପାନୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାସହ ଏହି କମ୍ପାନୀ ତରଫରୁ ମୃତ ତାପସ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଯୋଗାଇ ଦେବାକୁ ପରିବାର ସଦସ୍ୟଙ୍କ ସମେତ ଗ୍ରାମବାସୀ ଦାବି କରିଛନ୍ତି।
ସେପଟେ କିଛି ଦିନ ତଳେ କନ୍ଧମାଳରେ ମଧ୍ୟ ଏଭଳି ଘଟଣା ଘଟିଥିଲା। କନ୍ଧମାଳର ଦାରିଙ୍ଗବାଡ଼ି ବ୍ଲକ ମୁସିମାହା ଗାଁର ରଞ୍ଜିତ ପ୍ରଧାନଙ୍କ ପୁଅ ବିଗଲ ପ୍ରଧାନର ପ୍ୟାକେଟ ଫୁଡ୍ ଖାଇ ଚାଲି ଯାଇଥିଲା ଜୀବନ । ପ୍ୟାକେଟ୍ ଫୁଡ୍ରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ୪ ବର୍ଷର ଶିଶୁର ମୃତ୍ୟୁ ହୋଇଥିଲା । ପ୍ୟାକେଟ୍ ଫୁଡ୍ରେ ଥିବା ପ୍ଲାଷ୍ଟିକ୍ ଖେଳନା ଶିଶୁର ଶ୍ବାସନଳୀରେ ଅଟକି ଯାଇଥିଲା । ଅଝଟ କରିବାରୁ ପ୍ୟାକେଟ୍ ଫୁଡ୍ କିଣି ପୁଅକୁ ଖାଇବାକୁ ଦେଇଥିଲେ ବାପା । ହେଲେ ପିଲାଟି ପ୍ୟାକେଟ୍ ଫୁଡ୍ ଖାଇବା ସହ ସେଥିରେ ଥିବା ଖେଳନାଟିକୁ ବି ଖାଇ ଦେଇଥିଲା। ଫଳରେ ଶ୍ୱାସକ୍ରିୟା ସଠିକ ଭାବେ ନେଇପାରିନଥିବା ସହ ଚେତାଶୂନ୍ୟ ହୋଇ ନାକରୁ ରକ୍ତସ୍ରାବ ହୋଇଥିଲା l ବାପାମା ଛୁଆଟିକୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ନେବା ବାଟରେ ହିଁ ଶିଶୁଟିର ମୃତ୍ୟୁ ହୋଇଥିଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories