Chandrabhaga / ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
·5 months ago·2 min read

Key Points
ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଂଚଳ ଚନ୍ଦ୍ରଭାଗା
ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ
ବିଶ୍ୱାସ ରହିଛି ଚନ୍ଦ୍ରଭାଗାରେ ବୁଡ ପକାଇଲେ ଅସାଧ୍ୟ ରୋଗ ଦୂର ହୁଏ

ପବିତ୍ର ମାଘ ସପ୍ତମୀ ପାଇଁ ଚଳଚଂଚଳ ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗା । ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ। ବିଶ୍ୱାସ ରହିଛି , ଏହି ଦିନ ଚନ୍ଦ୍ରଭାଗାରେ ବୁଡ ପକାଇଲେ ଅସାଧ୍ୟ ରୋଗ ଦୂର ହୋଇଥାଏ। ପଞ୍ଜିକାନୁଯାୟୀ ମାହେନ୍ଦ୍ରବେଳାରେ ତିନି ଠାକୁର କରିଥିଲେ ମହାସ୍ନାନ।
ଆସ୍ଥା ଓ ବିଶ୍ବାଷ ର ଅଭୁତ ପୂର୍ବ ସମାବେଶ,ପରମ୍ପରରା ବିଶାଳ ପଟୁଆରା। ଶନିବାର ସଞ୍ଜରୁ ସୋମବାର ସକାଳ ରାତି ତମାମ ତପୋକ୍ଷେତ୍ର ଚନ୍ଦ୍ରଭାଗାର ବେଳାଭୂମୀରେ ମାଘସପ୍ତମୀ ବୁଡ ଅପେକ୍ଷାରେ ଏହିଭଳି ଲହଡି ଭାଙ୍ଗୁ ଥିଲା ଶ୍ରଦ୍ଧାଳୁ ସମୁଦ୍ର। ଅସ୍ଥାଇ ତମ୍ବୁ କୁଡିଆରୁ ଥାଇ ଅପେକ୍ଷା ଥିଲା ମାହେନ୍ଦ୍ର ସ୍ନାନ ବେଳାକୁ। ତା ଭିତରେ ଅନେକ ଶ୍ରଦ୍ଧାଳୁ ବାଲି ଉପରେ ଚୁଲି କରୀ ମାଟି ହାଣ୍ଡି ରେ ରାନ୍ଧି ପିତୃ ପୁରୁଷଙ୍କ ଉଦେଶ୍ୟରେ ପିଣ୍ଡ ଅର୍ପଣର ବିଧିଥିଲା ବେଶ ଅନନ୍ୟ।
ସେପଟେ ବାଜା ରୋଷଣୀରେ ବିମାନରେ ବିରାଜି ଶୁକ୍ଳ ପକ୍ଷ ଷଷ୍ଠୀ ରାତି ୯ଟାରେ ମାଧିପୁର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର,ସନ୍ଥପୁର ଗ୍ରାମର ଇସାନେଶ୍ବର,କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମା ନିଜ ନିଜ ଆସ୍ଥାନରୁ ବାହାରି ଥିଲେ। ତିନି ଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି କୋଣାର୍କ ଏନଏସି ମଣ୍ଡପ, ତହସିଲ କାର୍ଯ୍ୟାଳୟ,ଆଇବି ପରିସରରେ ପୂଜାର୍ଚ୍ଚନା ସମାପନ ପରେ ରାତି ୩ଟା ସୁଦ୍ଧା ଚନ୍ଦ୍ରଭାଗା ର ପାପନାଶୀନି ମଣ୍ଡପରେ ବିରାଜ ମାନ କରିଥିଲେ ତିନି ମହାଦେବ। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ପରେ ସପ୍ତମୀ ତୀଥିରେ ମାହେନ୍ଦ୍ର ବେଳା ୪ଟା ୪୧ ରୁ ୫ଟା ୨୦ ମଧ୍ୟରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ସ୍ନାନ କରିଥିଲେ। ଏବଂ ସାଦ୍ଧୁ ସନ୍ଥ ଙ୍କ ଦ୍ବାରା ତ୍ରୀଥ ପୁଷ୍କରୀଣି ଆଳତୀରେ ସୃଷ୍ଠି ହୋଇଥିଲା ଆଧ୍ୟତ୍ମିକତାର ଅସରନ୍ତି ଅନୁଭବ। ତୀର୍ଥ ପୁଷ୍କରିଣୀ ପରିସରରେ ଚାଧବଲ୍ଲଭ ମଠର ମାତୃମଣ୍ଡଳୀଙ୍କ ଦ୍ୱାରା ୧୦୮ ଆଳତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାତି ୪ ଟାରୁ ସାଧୁସନ୍ଥ ଓ ଅପେକ୍ଷା ରତ ଶ୍ରଦ୍ଧାଳୁମାନେ ସ୍ନାନ କରିବାର ସୁଯୋଗ ପାଇଥିଲେ। ପରେ ଭୋରୁ ଭୋରୁ ସୂର୍ଯ୍ୟ ଦେବାତାଙ୍କୁ ଦର୍ଶନ କରି ଅର୍ଘ୍ୟ ଅର୍ପଣ କରୀ ଫେରିଥିଲେ ଶ୍ରଦ୍ଧାଳୁ।
ପୁରୀ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସୁରକ୍ଷା ଦାୟିତ୍ବରେ ମୁତୟନ ହୋଇଥିଲେ ୩୩ ପ୍ଲାଟୁନ ପୋଲିସ ଫୋର୍ସ । ୬ ଜଣ ଅତିରିକ୍ତ ଏସ୍ପିଙ୍କ ସହ ୨୦ଜଣ ଡିଏସ୍ପି, ୪୫ଜଣ ଇନ୍ସପେକ୍ଟର ନିୟୋଜିତ ହୋଇଥିଲେ । ବୁଡ଼ ସ୍ଥାନ ଓ ସମୁଦ୍ର କୂଳରେ ଲାଇଫ୍ ଗାର୍ଡ ମୁତୟନ ରହିଥିଲେ। ପୋଲିସ ପକ୍ଷରୁ ସ୍ବତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories