Videos
|
Odisha

Mahanadi / ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି, ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 14ରେ, ସ୍ପଟ୍ ଭିଜିଟରେ ଯିବେ ଟ୍ରିବ୍ୟୁନାଲ

Bikash Mohanty
Browse all articles by Bikash Mohanty
·7 months ago·2 min read
ମହାନଦୀ ଟ୍ରିବ୍ୟୁନାଲର ଶୁଣାଣି, ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 14ରେ, ସ୍ପଟ୍ ଭିଜିଟରେ ଯିବେ  ଟ୍ରିବ୍ୟୁନାଲ
Mahanadi Tribunal

Key Points

ମହାନଦୀ ଟ୍ରିବୁନାଲର ଶୁଣାଣି
ସ୍ପଟ୍ ଭିଜିଟରେ ଯିବେ ମହାନଦୀ ଟ୍ରିବୁନାଲ
ମାର୍ଚ୍ଚ 14ରେ ହେବ ପରବର୍ତ୍ତୀ ଶୁଣାଣି

ମହାନଦୀ ଟ୍ରିବୁନାଲର ଶୁଣାଣି ହୋଇଛି। ସ୍ପଟ୍ ଭିଜିଟରେ ଯିବେ ମହାନଦୀ ଟ୍ରିବୁନାଲ। ଫେବୃୟାରୀ ଶେଷ ମାର୍ଚ୍ଚ ପ୍ରଥମ ସପ୍ତାହରେ ସ୍ପଟ୍ ଭିଜିଟରେ ଯିବେ ଟ୍ରିବୁନାଲ। ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ 14ରେ ହେବ। ଟ୍ରିବ୍ୟୁନାଲର ଅବଧି ୨୦୨୭ ଯାଏ ବୃଦ୍ଧି ପାଇଁ ଟ୍ରିବ୍ୟୁନାଲ ଜରିଆରେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ଉଭୟ ଓଡ଼ିଶା ଓ ଛତିଶଗଡ଼ ରାଜ୍ୟ।

ଟ୍ରିବୁନାଲର ଅବଧି ଚଳିତ ଏପିଲ ୧୩ ଶେଷ ହେବାକୁ ଯାଉଛି। ଟ୍ରିବ୍ୟୁନାଲର ଅଧକ୍ଷ୍ ପଦ ଖାଲି ଥିବାରୁ ୯ ମାସ କାର୍ଯ୍ୟରତ ହୋଇନଥିଲା, ଯାହା ଦ୍ୱାରା କାର୍ଯ୍ୟକ୍ରମ ବିଳମ୍ବିତ ହୋଇଛି ବୋଲି ଓଡ଼ିଶା ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ଆଜି ଶୁଣାଣିରେ ଓଡ଼ିଶାର କୌଣସି ଉଚ୍ଚପଦସ୍ଥ ଅଧିକାରୀ କିମ୍ବା ବଡ଼ ଓକିଲ ମଧ୍ୟ ଉପସ୍ଥିତ ହୋଇନାହାନ୍ତି ବୋଲି ଶୁଣିବାକୁ ମିଳୁଛି । ଯଦି ଏହା ସତ୍ୟ ତେବେ ଦୁର୍ଭାଗ୍ୟପୂର୍ଣ୍ଣ । ଏଥିରୁ ସ୍ପଷ୍ଟ ଯେ ସମସ୍ୟା ସମାଧାନ ପାଇଁ ସରକାରଙ୍କର କେତେ ଆନ୍ତରିକତା ଅଛି । ଆଗାମୀ ୯ ମାସ ଭିତରେ ଟ୍ରିବ୍ୟୁନାଲ ତାଙ୍କର ନିଷ୍ପତି ଶୁଣାଇବା ସମ୍ଭାବନା ନାହିଁ । ତେଣୁ ଯେତେ ପର୍ଯ୍ୟନ୍ତ ରାୟ ଆସିନାହିଁ, କାର୍ଯ୍ୟକାଳ ବଢାଇବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ବିରୋଧି ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବିଜେଡ଼ିକୁ କଡ଼ା ଜବାବ ଦେଲ ରାଜସ୍ୱ ମନ୍ତ୍ରୀ । ଏ ପ୍ରସଙ୍ଗରେ ବିଧାନସଭା ଭିତରେ ଓ ବାହାରେ ବିତର୍କ ପାଇଁ ବିଜେଡ଼ିକୁ ପୁଣି ଆହ୍ଵାନ କଲେ ରାଜସ୍ୱ ମନ୍ତ୍ରୀ ସୁରେଶ ପୁଜାରୀ। । ଯଦି ସତସାହସ ଅଛି, ତେବେ ଓଡ଼ିଶାକୁ ନ୍ୟାୟ ଦେବା ପାଇଁ ସେମାନେ କଣ ପଦକ୍ଷେପ ନେଇଥିଲେ କୁହନ୍ତୁ । ତଥ୍ୟ ଆମ ପାଖରେ ଅଛି । ନିଜେ ହାରିବା ପାଇଁ କେଉଁ କେଉଁ ଘାତକ ଅସ୍ତ୍ର ତିଆରି କଲେ ଓ ଛତିଶଗଡକୁ ଦେଲେ ଆମେ କହିବୁ । ଆମେ କଣ ପଦକ୍ଷେପ ନେଇଛୁ ତାହା ଉପସ୍ଥାପନ କରିବୁ । ଓଡ଼ିଶାବାସୀ ଦେଖିବେ କିଏ ସାତ କହୁଛି କିଏ ମିଛ କହୁଛି । ପୂର୍ବ ସରକାର ଏତେ ଦିନ ପର୍ଯ୍ୟନ୍ତ ଓଡ଼ିଶା ପକ୍ଷ ରଖିବା ପାଇଁ ଯେଉଁ ଓକିଲ ମାନଙ୍କୁ ନିଯୁକ୍ତ କରିଥିଲେ । 49ଟି ଶୁଣାଣି ହେଲା, କିନ୍ତୁ ପ୍ରକୃତ କାର୍ଯ୍ୟ ଘଣ୍ଟେ ମଧ୍ୟ ହୋଇନାହିଁ ବୋଲି ଅଭିଯୋଗ କରିଛନ୍ତି ରାଜସ୍ବମନ୍ତ୍ରୀ ସୁରେଶ ପୁଜାରୀ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ ହୋଇଛି ଆଲୋଚନା ହେଲେ ଏଯାଏଁ ସମାଧାନର ବାଟ ବାହାରିନି । 2016ରେ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଡକାଇଥିଲେ। ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ସଂସଦରେ କେନ୍ଦ୍ରମନ୍ତ୍ରୀ ନିତୀନ ଗ଼ଡକରି ଓଡ଼ିଶାକୁ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାକୁ ଗ୍ରହଣ ନ କରି ଟ୍ରିବ୍ୟୁନାଲ ପାଇଁ ଜିଦି ଧରିଲେ ବିଜେଡି ସରକାର।