Political News / ମହାନଦୀ ପ୍ରସଙ୍ଗରେ ପୁଣି ମୁହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧି
·7 months ago·2 min read

Key Points
ମହାନଦୀ ପ୍ରସଙ୍ଗରେ ଶାସକ ଓ ବିରୋଧି ମୁହାଁ ମୁହିଁ
ବିରୋଧି କହିଲେ ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି
ମନ୍ତ୍ରୀ କହିଲେ ମହାନଦୀ ପାଇଁ କଣ କରିଛ ଶ୍ୱେତପତ୍ର ପ୍ରକାଶ କର

ସମ୍ବଲପୁର ନ୍ୟୁଜ୍: ମହାନଦୀ ପ୍ରସଙ୍ଗରେ ପୁଣି ମୁହାଁ ମୁହିଁ ହୋଇଛନ୍ତି ଶାସକ ଓ ବିରୋଧି। ଏହି ପ୍ରସଙ୍ଗରେ ବିରୋଧି ବିଜେଡିକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୁଜାରୀ କଡା ସମାଲୋଚନା କରିଛନ୍ତି। ଏହା ସହ ବିଧାନସଭାରେ ବିତର୍କ ପାଇଁ ଆହ୍ୱାନ ଦେଇଛନ୍ତି। 24 ବର୍ଷରେ ମହାନଦୀ ପାଇଁ କଣ କରିଛନ୍ତି ବିଜେଡି ତାର ଶ୍ୱେତ ପତ୍ର ପ୍ରକାଶ କରୁ। ବିଧାନସଭାରେ ବିଜେଡିର ଜଳ ସମ୍ପଦ ମନ୍ତ୍ରୀଙ୍କ ଲିଖିତ ବିବୃତି ମହାନଦୀ କଫିନରେ କଣ୍ଟା ବାଡେଇ ଦେଇଛି ।
ଛତିଶଗଡ ଯେତେ ବ୍ୟାରେଜ କଲେ ବି କୌଣସି ପ୍ରଭାବ ପଡିବନି ବୋଲି କହିଥିଲେ ବିଜେଡିର ଜଳ ସମ୍ପଦ ମନ୍ତ୍ରୀ । ମନ୍ତ୍ରୀଙ୍କ ବିଧାନସଭା ରେକର୍ଡ ବୟାନକୁ ଟ୍ରିବୁନାଲ ରେ ଉପସ୍ଥାପନା କରିଛି ଛତିଶଗଡ । ଆମେ ବ୍ଲେମ ଗେମ ଖେଳୁ ନାହୁଁ । 24 ବର୍ଷରେ ବିଜେଡି କଣ କରିଛି ଲୋକେ ଜାଣିବା ଦରକାର । ସତସାହସ ଥିଲେ ବିଧାନସଭା ରେ ବିତର୍କକୁ ଆସନ୍ତୁ । ବିଜେଡି ବେଳେ ଟ୍ରିବୁନାଲରେ କେତେ ଥର ଶୁଣାଣି ହେଇଛି କେତେ ଟଙ୍କା ଖର୍ଚ୍ଚ ହୋଇଛି ମୁଁ ହିସାବ ଦେବି । ଗତକାଲି ସଂସଦରେ ଏନେଇ ଉତ୍ତର ଆସିଛି ଉଭୟ ରାଜ୍ୟ ସହମତି ଭିତିରେ ଆଲୋଚନା କରୁଛନ୍ତି । ଆମର ମନ୍ତ୍ରୀ ସ୍ତରୀୟ କମିଟି ଗଠନ ହୋଇସାରିଛି । ଛତିଶଗଡର ମନ୍ତ୍ରୀ ସ୍ତରୀୟ କମିଟି ଗଠନ ପରେ ଆଗକୁ ବଢିବ ଆଲୋଚନା । କେନ୍ଦ୍ର ସରକାରଙ୍କ ମଧ୍ୟ ଗୋଟେ ବଡ଼ ଭୂମିକା ରହୁଛି ।
ଓଡ଼ିଶାର ନ୍ୟାର୍ଯ୍ୟ ପାଇଁ ସରକାର ଯେଉଁ କାର୍ଯ୍ୟକ୍ରମ କରୁଛନ୍ତି ସେଥିରେ ସନ୍ଦେହ ସୃଷ୍ଟି କରିଛି। ସରକାର କେବଳ ବ୍ଲେମ ଗେମରେ ନିଜେ ସରକାର ଦ୍ୱନ୍ଦାତ୍ମକ ସ୍ଥିତିରେ ଅଛନ୍ତି। ରାଜ୍ୟର ହକ ପାଇଁ 30.9.16 ରେ ତ୍ରିପାଖିକ ଆଲୋଚନା କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମା ଭାରତୀ ସେତେବେଳେ ଜଳ ସଂପଦ ମନ୍ତ୍ରୀ ଥିଲେ। ସେଥିରେ ନବୀନ ବାବୁ କାମ ବନ୍ଦ କରିବାକୁ କହିଥିଲେ। ତାକୁ ଛତିଶଗଡ଼ର ସେତେବେଳର ମୁଖ୍ୟମନ୍ତ୍ରୀ ରମଣ ସିଂ ମନା କଲେ ବୋଲି କହିଲେ ବିଜେଡି ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର।
ଦେଖନ୍ତୁ ଏହି ଖବର: 'ପରୀକ୍ଷା ପେ ଚର୍ଚ୍ଚା' ଛାତ୍ରଛାତ୍ରୀଙ୍କ ପାଇଁ ସର୍ବଶ୍ରେଷ୍ଠ ମାର୍ଗଦର୍ଶକ ସାଜିଛି: ଧର୍ମେନ୍ଦ୍ର ପ୍ରଧାନ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେପଟେ ମହାନଦୀ ଟ୍ରିବୁନାଲ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଛନ୍ତି ରାଜ୍ୟ ସରକାର। ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ହେବ ସମସ୍ୟାର ସମାଧାନ । ଆନ୍ତଃ ମନ୍ତ୍ରୀ ସ୍ତରୀୟ କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ।
ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ ହୋଇଛି ଆଲୋଚନା ହେଲେ ଏଯାଏଁ ସମାଧାନର ବାଟ ବାହାରିନି । 2016ରେ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଡକାଇଥିଲେ। ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ସଂସଦରେ କେନ୍ଦ୍ରମନ୍ତ୍ରୀ ନିତୀନ ଗ଼ଡକରି ଓଡ଼ିଶାକୁ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାକୁ ଗ୍ରହଣ ନ କରି ଟ୍ରିବ୍ୟୁନାଲ ପାଇଁ ଜିଦି ଧରିଲେ ବିଜେଡି ସରକାର।

Related Topics
Explore more stories