ଡାଏନିଂ ଟେବୁଲରେ ମହାପ୍ରସାଦ ସେବନ !

Key Points
ମହାପ୍ରଭୁଙ୍କ ମହାପ୍ରସାଦର ଭୋଜନ ପାଇଁ କିଛି ବିଧି ଓ ନିୟମ ରହିଛି। ମାତ୍ର ଏହାକୁ ଅନେକ ସ୍ଥଳରେ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି। ନିକଟରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅସମ୍ମାନ କରାଯାଇଥିବା ଘଟଣା ସାମନାକୁ ଆସିଛି
ମହାପ୍ରଭୁଙ୍କ ମହାପ୍ରସାଦର ଭୋଜନ ପାଇଁ କିଛି ବିଧି ଓ ନିୟମ ରହିଛି। ମାତ୍ର ଏହାକୁ ଅନେକ ସ୍ଥଳରେ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି। ନିକଟରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ମହାପ୍ରସାଦ ପ୍ରତି ଅସମ୍ମାନ କରାଯାଇଥିବା ଘଟଣା ସାମନାକୁ ଆସିଛି। ଏକ ନାମୀଦାମୀ ହୋଟେଲର ସମୁଦ୍ରକୂଳ ମୁହାଁ ଡାଇନିଂରେ ବସି କିଛି ପର୍ଯ୍ୟଟକ ମହାପ୍ରସାଦ ସେବନ କରିବା ଚିତ୍ର ଲୋକଲୋଚନକୁ ଆସିଛି। ଅବଢ଼ା ପରଷୁଥିବା ଘଟଣା ସାମାଜିକ ଗଣମାଧ୍ୟମରେ ପ୍ରଘଟ ହେବାରେ ଲାଗିଛି।
ଏହି ଘଟଣାକୁ ନେଇ ଶ୍ରୀଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଭୋଜନ ମେଜରେ ବସି ମହାପ୍ରସାନ ସେବନ ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନ, ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି । ଏହା ଶ୍ରୀଜଗନ୍ନାଥ ସଂସ୍କୃତି ଓ ମହାପ୍ରସାଦ ପ୍ରତି ଅସମ୍ମାନ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ସୁଚନା ଅନୁସାର, କେତେକ ପର୍ଯ୍ୟଟକ ଏକ ଦାମୀ ହୋଟେଲରେ ସପରିବାର ସହ ଡାଇନିଂ ଟେବୁଲରେ ବସି ଅବଢ଼ା ସେବନ କରୁଥିଲେ। ସେମାନେ କଦଳୀପତ୍ରରେ ଅବଢ଼ା ସେବନ କରୁଥିଲେ ବି ଡାଇନିଂ ଟେବୁଲରେ ବସିଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।
📱 Get Argus News App
✨ମହାପ୍ରସାଦ ତଳେ ବସି ଖାଇବା କଥା। ଅତୀତରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ଗଜପତି ମହାରାଜଙ୍କ ଭଳି ବିଶିଷ୍ଟ ବ୍ୟକ୍ତିବିଶେଷ ତଳେ ବସି ଅବଢ଼ା ସେବନ କରିଛନ୍ତି ଏପରିକି ମହାପ୍ରସାଦ ଖାଇଲେ ମୁହଁ ଧୋଇଲା ବେଳେ କୁଳିକରି ଅପରିତ୍ୟକ୍ତ ସ୍ଥାନରେ ଫୋପାଡ଼ିବା ନିୟମ ନାହିଁ। ତେବେ ଏଭଳି ଦାମୀ ହୋଟେଲରେ ଟେବୁଲରେ ବସି ମହାପ୍ରସାଦ ସେବନକୁ ନେଇ ଜଗନ୍ନାଥପ୍ରେମୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବିଭିନ୍ନ ହୋଟେଲକୁ ପର୍ଯ୍ୟଟକଙ୍କ ସେବନ ପାଇଁ ଯାଉଥିବା ମହାପ୍ରସାଦ ସେବନର ଏକ ବିଧିବଦ୍ଧ ନିୟମାବଳୀ ଆଣିବାର ଆବଶ୍ୟକ୍ତା ରହିଛି ବୋଲି ବୁଦ୍ଧିଜୀବୀ ପ୍ରକାଶ କରିଛନ୍ତି।
ଡାଇନିଂରେ ବସି ମହାପ୍ରସାଦ ସେବନକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ମହାପ୍ରଭୁଙ୍କ ଦିବ୍ୟ ମହାପ୍ରସାଦ ଅନ୍ନବ୍ରହ୍ମ ରୂପେ ପୂଜିତ। ଭୂମିରେ ବସି ମହାପ୍ରସାଦ ସେବନର ବିଧି ଅନାଦି କାଳରୁ ରହିଆସିଛି। ତେଣୁ ଡାଇନିଂ ଟେବୁଲରେ ମହାପ୍ରସାଦ ସେବନ କରିବା ଭଳି ପରମ୍ପରା ବିରୋଧୀ କାମରୁ ବିରତ ରହିବାକୁ ଭକ୍ତ ମାନଙ୍କୁ ନିବେଦନ କରାଯାଇଛି। ହୋଟେଲ ଗୁଡିକ ମଧ୍ୟ ଏ ଦିଗରେ ଦୃଷ୍ଟ ଦେବା ସହ ନିଜ ଅତିଥିଙ୍କୁ ଏଭଳି କାମରୁ ବିରତ ରହିବାକୁ ସଚେତନ କରାଇବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।