Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Marijuana Raid / ମାଲକାନଗିରି ପୋଲିସକୁ ବଡ଼ ସଫଳତା,କୋଟିଏ ଟଙ୍କାର ଗଞ୍ଜେଇ ଜବତ, ସାରା ଦେଶରେ ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍

Bikash Mohanty
Browse all articles by Bikash Mohanty
·5 months ago·2 min read
ମାଲକାନଗିରି  ପୋଲିସକୁ ବଡ଼ ସଫଳତା,କୋଟିଏ ଟଙ୍କାର ଗଞ୍ଜେଇ ଜବତ, ସାରା ଦେଶରେ ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍
Marijuana Raid

Key Points

ମାଲକାନଗିରି ପୋଲିସକୁ ବଡ଼ ସଫଳତା
କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଗଞ୍ଜେଇକୁ ନେଇ ଓଡ଼ିଶାର ରେକର୍ଡ
ସାରା ଦେଶରେ ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍

ମାଲକାନଗିରି ପୋଲିସକୁ ବଡ଼ ସଫଳତା । କୋଟିଏ ଟଙ୍କାର ଗଞ୍ଜେଇ ଜବତ । ଭେଜାଙ୍ଗିୱାଡ଼ା ଜଙ୍ଗଲରୁ ଜବତ କଲା କାଲିମେଳା ପୋଲିସ । ଗଞ୍ଜେଇ ମାଫିଆମାନେ ଅନ୍ୟ ରାଜ୍ୟକୁ ନେବା ପାଇଁ ଲୁଚାଇ ରଖିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ କୋଟିଏରୁ ଊର୍ଦ୍ଧ୍ୱ ସୂଚନା । ୧ କୁଇଣ୍ଟାଲ ୨୫୦ କେଜି ଗଞ୍ଜେଇ ଜବତ ।

କାଲିମେଳା ବ୍ଲକ୍ ଅନ୍ତର୍ଗତ ବେଜାଙ୍ଗିୱାଡା ଅଞ୍ଚଳରୁ ଜଙ୍ଗଲ ଭିତରୁ ଗଞ୍ଜେଇ ଜବତ କରିଛି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସ କାଲିମେଳା ବ୍ଲକ ଅଧୀନ ଭେଜାଙ୍ଗିୱାଡା ଅଞ୍ଚଳ ଜଙ୍ଗଲ ଭିତରେ ଗଛିତ ଗଞ୍ଜେଇକୁ ଜବତ କରିଛି। ତେବେ ଉକ୍ତ ଜବତ ଗଞ୍ଜେଇ ୫୪ ଟି ପ୍ଲାଷ୍ଟିକ ବ୍ୟାଗରେ ଗଛିତ ହୋଇଥିଲା ।ତାର ଓଜନ ୧,୨୫୦ କିଲୋଗ୍ରାମ ବୋଲି କାଲିମେଳା ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହି ଗଞ୍ଜେଇ କାରବାର କାହାକୁ ଧରିବାରେ ସକ୍ଷମ ହୋଇ ନଥିବା ବେଳେ କାଲିମେଳା ପୋଲିସ ଥାନାରେ ଏ ନେଇ ଏକ ଏନଡ଼ିପିଏସ୍ ମାମଲା ରୁଜୁ କରାଯାଇଛି । ଏହି ଗଞ୍ଜେଇ କାହାର ଓ କିଏ ଏହି ଗଞ୍ଜେଇ ରଖିଥିଲା । କାହାର ସମ୍ପୃକ୍ତ ରହିଛି ସେ ନେଇ ତଦନ୍ତ କରୁଛି କାଲିମେଳା ପୋଲିସ ।

ଗଞ୍ଜେଇକୁ ନେଇ ଓଡ଼ିଶାର ରେକର୍ଡ । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଗତ ୫ ବର୍ଷରେ ସାରା ଦେଶରେ ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍ ହୋଇଛି । ୨୦୨୦ରୁ ୨୦୨୫ ମଧ୍ୟରେ ମୋଟ୍ ୧୦ ଲକ୍ଷ ୬୦ ହଜାର କେଜି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଛି । ଏହି ସମୟରେ ସିକିମ୍‌ରେ ମାତ୍ର ୪ କେଜି ଗଞ୍ଜେଇ ସିଜ୍ ହୋଇଛି । 'ସିଲ୍‌ଭର ଅକ୍ସ' ବା 'ଗଞ୍ଜେଇର ହବ୍' କୁହାଯାଉଥିବା ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଚିତ୍ତୋରରେ ପ୍ରଚୁର ମାତ୍ରାରେ ଗଞ୍ଜେଇ ଉତ୍ପାଦନ ହେଉଛି । କିନ୍ତୁ ଏଠାରେ ମଧ୍ୟ ସିଜ୍ ଗଞ୍ଜେଇର ପରିମାଣ ଓଡ଼ିଶା ଠାରୁ ଅଧା ।
ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋର ତଥ୍ୟ ଅନୁସାରେ, ଏକ ଅଲୋଡ଼ା ରେକର୍ଡ କରିଛି ଓଡ଼ିଶା । ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଗତ ୫ ବର୍ଷ ଭିତରେ ଓଡ଼ିଶାରୁ ଧରାପଡ଼ିଛି ମୋଟ୍ ୧୦ ଲକ୍ଷ କେଜି ଗଞ୍ଜେଇ । ଯାହା ସାରାଦେଶରେ ସର୍ବାଧିକ । ଗତ ୫ ବର୍ଷରେ ଓଡ଼ିଶାରୁ ସର୍ବାଧିକ ୧୦.୬ ଲକ୍ଷ କେଜି ଗଞ୍ଜେଇ ଜବତ ହୋଇଛି । ଆଶ୍ଚର୍ଯ୍ୟଜନକ ଭାବେ ଆନ୍ଧ୍ରପ୍ରଦେଶ, ହିମାଚଳ, ଉତ୍ତରାଖଣ୍ଡ ଓ ମଣିପୁର ଭଳି ରାଜ୍ୟରେ ମଧ୍ୟ ବହୁଳ ପରିମାଣରେ ଗଞ୍ଜେଇ ଉତ୍ପାଦନ ହେଉଥିଲେ ବି ଓଡ଼ିଶାରୁ ସର୍ବାଧିକ ଗଞ୍ଜେଇ ସିଜ୍ ହୋଇଛି । ଏହି ସମୟରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ସିଜ୍ ହୋଇଛି ସାଢ଼େ ୫ ଲକ୍ଷ କେଜି ଓ ଉତ୍ତରପ୍ରଦେଶରୁ ପ୍ରାୟ ଅଢେଇ ଲକ୍ଷ କେଜି ଗଞ୍ଜେଇ । ଗତ ୫ ବର୍ଷରେ ସିଜ୍ ହୋଇଥିବା ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ରିପୋର୍ଟରୁ ଜଣାପଡ଼ିଛି । କେରଳରେ ସାଢ଼େ ୫ ହଜାର କେଜି ଓ ସିକିମରେ ୫ ବର୍ଷ ମଧ୍ୟରେ ମାତ୍ର ୪ କେଜି ଗଞ୍ଜେଇ ଜବତ ହୋଇଛି ।

ଭାରତ ସରକାରଙ୍କ ୧୯୮୫ NDPS ଆକ୍ଟ ଅନୁଯାୟୀ ଓଡ଼ିଶାରେ ଗଞ୍ଜେଇ ବେଆଇନ୍ । ଗଞ୍ଜେଇ ଚାଷ କରିବା, ରଖିବା, ବିକ୍ରୟ କିମ୍ବା ପରିବହନ ଦଣ୍ଡନୀୟ ଅପରାଧ । ଗଞ୍ଜେଇ ସହ ଧରାପଡ଼ିଲେ ଜରିମାନା ସହ କଠୋର କାରାଦଣ୍ଡର ବ୍ୟବସ୍ଥା ରହିଛି । ଗଞ୍ଜେଇ ପରିମାଣ ଅନୁଯାୟୀ କାରାଦଣ୍ଡ ୧୦ରୁ ୨୦ ବର୍ଷ ଯାଏଁ ହୋଇପାରେ । ସେଥିପାଇଁ ଓଡ଼ିଶା ପୋଲିସ ଏବଂ ଅବକାରୀ ବିଭାଗ ବିଭିନ୍ନ ସମୟରେ ଚଢ଼ାଉ କରି ହେକ୍ଟର ହେକ୍ଟର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଥାନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Marijuana Raid | Rs 1 Crore Ganja Seized | Big Success for Malkangiri Police. | Argus News