Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Significant drop in Maoist activities / ଓଡ଼ିଶାରେ ଖସିଲା ମାଓ ଗ୍ରାଫ୍, କେବଳ କନ୍ଧମାଳ ଜିଲ୍ଲା ମାଓ ପ୍ରଭାବିତ

Bikash Mohanty
Browse all articles by Bikash Mohanty
·5 months ago·2 min read
ଓଡ଼ିଶାରେ ଖସିଲା ମାଓ ଗ୍ରାଫ୍, କେବଳ କନ୍ଧମାଳ ଜିଲ୍ଲା ମାଓ ପ୍ରଭାବିତ
Maoist

Key Points

ସାରା ଦେଶରେ ଖସୁଛି ମାଓବାଦୀଙ୍କ ଗ୍ରାଫ
୮କୁ ଖସିଲା ମାଓ ପ୍ରବଣ ଜିଲ୍ଲା
ଓଡ଼ିଶାର କେବଳ କନ୍ଧମାଳ ଜିଲ୍ଲା ମାଓ ପ୍ରଭାବିତ
ସାରା ଦେଶରେ ଖସୁଛି ମାଓବାଦୀଙ୍କ ଗ୍ରାଫ। ୮କୁ ଖସିଲା ମାଓ ପ୍ରବଣ ଜିଲ୍ଲା। ଛତିଶଗଡ଼ର ୬ଟି ଜିଲ୍ଲା, ଝାଡ଼ଖଣ୍ଡର ଗୋଟିଏ ଜିଲ୍ଲା ମାଓପ୍ରବଣ। ଓଡ଼ିଶାର କେବଳ କନ୍ଧମାଳ ଜିଲ୍ଲା ମାଓ ପ୍ରଭାବିତ ରହିଛି । ସଂସଦରେ ଲିଖିତ ଉତ୍ତର ରଖିଲେ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ସେପଟେ ମାଲକାନଗିରିରେ ଏରିଆ କମିଟି ମେମ୍ବର ସୁଖରାମ ମର୍କମ କଲା ଆତ୍ମସମର୍ପଣ। ଦୀର୍ଘ ବର୍ଷ ଧରି ମାଓ ସଂଗଠନ ରେ କାର୍ଯ୍ୟ କରୁଥିଲା ସୁଖରାମ । ଆତ୍ମସମର୍ପଣ ସମୟରେ ଏସଏଲଆର ରାଇଫଲ ଓ 12 ଟି 7.62 mm ଜୀବନ୍ତ ଗୁଳି, ଦୁଇଟି 2 kg ଓଜନର ଆଇଡି 10 ମିଟର kardex wire ସମେତ ବିପୁଲ ପରିମାଣ ର ମାଓ ସାମଗ୍ରୀ ପୋଲିସ କୁ ହସ୍ତାନ୍ତର କଲା ସୁଖରାମ । 2010 ରୁ ମାଓ ସଂଗଠନ ରେ କାର୍ଯ୍ୟ କରୁଥିବା ବେଳେ ଉଭୟ ମାଲକାନଗିରି ଓ ଛତିଶଗଡ଼ ର ବିଭିନ୍ନ ହିଂସା ରେ ଜଡିତ ଥିଲା ସୁଖରାମ । ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର। ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ।

ମାଓବାଦୀ ଓ ନକ୍ସଲ ପ୍ରଭାବିତ ଅଂଚଳରେ ବିକାଶକୁ ରୋକିବାକୁ ସେମାନେ ପାରୁ ପର୍ଯ୍ୟନ୍ତ ଉଦ୍ୟମ କରୁଥିଲେ । କେତେବେଳେ ରାସ୍ତାବନ୍ଦ କରୁଥିଲେ ତ କେତେବେଳେ ସ୍କୁଲ ଖୋଲିବାକୁ ଖୋଲାଖୋଲି ମନା କରୁଥିଲେ । ରୋଗୀ ସେବା ପାଇଁ ହସ୍ପିଟାଲନିର୍ମାଣରେ ସେମାନେ ବାଧା ଉପୁଜାଉଥିଲେ । ଡାକ୍ତରମାନଙ୍କୁ ଧମକ ଦେବା ସହ ଅନେକ ସ୍ଥାନରେ ମୋବାଇଲ ଟାଓ୍ବାର ଉଡାଇ ଦେଉଥିଲେ । କିନ୍ତୁ ସେମାନେ ଏବେ ହିଂସା ଛାଡି ନୂଆ ବିକାଶ ପ୍ରକ୍ରିୟାରେ ସାମିଲ ହେଉଛନ୍ତି । ଅପହଞ୍ଚ ଇଲାକାକୁ ଯୋଡୁଛି ରାସ୍ତା । ସ୍କୁଲ ଓ ହସ୍ପିଟାଲ ନିର୍ମାଣ ଦ୍ବାରା ସ୍ଥାନୀୟ ଅଂଚଳର ଶିଶୁମାନଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି ବୋଲି କହିଛନ୍ତି ବୁଦ୍ଧିଜୀବୀ।

ଏବେ ମାଓବାଦୀଙ୍କୁ ନିସ୍ତାର ନାହିଁ । କ୍ରମାଗତ ଭାବେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବା ପରେ ଏବେ ବଡ଼ ବଡ଼ ନକ୍ସଲ କମାଣ୍ଡର ଆତ୍ମସମର୍ପଣ ମଧ୍ୟ କରୁଛନ୍ତି । କାହିଁକି ନା ସେମାନେ ଜାଣିସାରିଛନ୍ତି , ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବ । କେନ୍ଦ୍ର ସରକାରଙ୍କ ନକ୍ସଲଙ୍କ ବିରୋଧରେ କଡା ଆଭିମୁଖ୍ୟ ରହିଥିବାରୁ ଏବେ ମାଓବାଦୀ ଶେଷ ନିଶ୍ବାସ ନେଉଛନ୍ତି । ପ୍ରତିଟି ନକ୍ସଲ ଅପରେସନକୁ ମିଳୁଛି ବଡ଼ ସଫଳତା
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Significant drop in Maoist activities | Odisha Security Update | Maoist Activity Drops in Odisha, Kandhamal Now the Only Affected District | Argus News