ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ
·1 year ago

ପାରାଦୀପ ମାଛଧରା ବନ୍ଦରରେ ଭୟଙ୍କର ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ୨ ରୁ ଅଧିକ ମାଛଧରା ବୋଟ। ନିଆଁ ଲିଭାଇବାରେ ନିୟୋଜିତ ୭ରୁ ଅଧିକ ଦମକଳ ବାହିନୀ। ପାରାଦୀପ ଏଡିଏମ, ଏଏସପିଙ୍କ ସମେତ ଘଟଣାସ୍ଥଳରେ ୫ ଥାନା ଅଧକାରୀ ଏବଂ ପୋଲିସ ବାହିନୀ ଉପସ୍ଥିତ ଅଛନ୍ତି। ମାଛଧରା ବନ୍ଦରର ୧ ଓ ୨ ନମ୍ବର ଜେଟ୍ଟିକୁ କର୍ଡନ କରିଯାଇଛି ।
ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁକୁ ଆୟତ୍ତ କରିଛନ୍ତି। ଏ ଯାଏ ସମ୍ପୂର୍ଣ୍ଣ ନିଆଁ ଆୟତ୍ତ ହୋଇଥିବା ଜଣାପଡିଛି। ମୃତାହତର କୌଣସି ସୂଚନା ନାହିଁ। ଏହି ଅଗ୍ନିକାଣ୍ଡରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
