Videos
|
Odisha

ମୌସୁମୀ ଜନିତ ବର୍ଷାରେ ଭିଜୁଛି ଓଡ଼ିଶା: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Ritu Das
Browse all articles by Ritu Das
·1 year ago·1 min read
ମୌସୁମୀ ଜନିତ ବର୍ଷାରେ ଭିଜୁଛି ଓଡ଼ିଶା: ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Key Points

ମୌସୁମୀ ଜନିତ ବର୍ଷାରେ ଭିଜୁଛି ଓଡ଼ିଶା

୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

୭ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା

୬ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ

ମୌସୁମୀ ଜନିତ ବର୍ଷାରେ ଭିଜୁଛି ଓଡିଶା I ୫ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି I ୭ଦିନ ପାଇଁ ରାଜ୍ୟରେ ଲାଗିରହିବ ବର୍ଷା। ସାରା ରାଜ୍ୟରେ ହେଉଛି ମୌସୁମୀ ବର୍ଷା I ଜୁନ ୧ ତାରିଖରୁ ଆଜି ପର୍ଯ୍ୟନ୍ତ 107.3 ମିଲିମିଟର ବର୍ଷାର ରେକର୍ଡ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇଥିବା ବେଳେ ୬ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ରେକର୍ଡ କରାଯାଇଛି I ସେହିପରି ଆଉ ପ୍ରବଳ ବର୍ଷା ୧୨ଟି ସ୍ଥାନରେ ହୋଇଛି I ଆଗାମୀ ୭ଦିନ ପାଇଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଲାଗିକି ରହିବ I ପୁଣି ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି I


ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ହେବାର ଆଶଙ୍କା କରିଛି ପାଣିପାଗ ବିଭାଗ I ସେପଟେ ବରଗଡ଼, ଅନୁଗୁଳ ଓ ଦେବଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବାକି ଅନ୍ୟ ସବୁ ଜିଲ୍ଲା ମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଲା ବିଭାଗ। ସେପଟେ ଆଜି ପାଇଁ ଅତି ପ୍ରବଳ ବର୍ଷାକୁ ଆଖିଆଗରେ ରଖି ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Monsoon Rain hits in odisha: 5 districts have orange alert warning | Argus News