Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

MAO LEADER ENCOUNTER / ପାପାକୁ ଏନକାଉଣ୍ଟର

Bikash Mohanty
Browse all articles by Bikash Mohanty
·5 months ago·2 min read
 ପାପାକୁ ଏନକାଉଣ୍ଟର
MAO LEADER ENCOUNTER

Key Points

ଶେଷ ନିଶ୍ବାସ ନେଉଛି ମାଓ ବାଦ
ଛତିଶଗଡ଼ ବିଜାପୁରରେ ଏନକାଉଣ୍ଟର
ଏନକାଉଣ୍ଟରରେ  ପାପା ରାଓ ନିହତ
ଶେଷ ନିଶ୍ବାସ ନେଉଛି ମାଓ ବାଦ। ଛତିଶଗଡ଼ ବିଜାପୁରରେ ମାଓ ବିରୋଧୀ ଅପରେସନକୁ ମିଳିଛି ବଡ ସଫଳତା। ଶୀର୍ଷ ନକ୍ସଲ କମାଣ୍ଡର ପାପା ରାଓ ଏନକାଉଣ୍ଟରରେ ନିହତ ହୋଇଛି । ହିଡମାର ମୃତ୍ୟୁ ପରେ, ନକ୍ସଲ କମାଣ୍ଡର ପାପା ରାଓକୁ ନିପାତ କରି ସୁରକ୍ଷା ବାହିନୀ ବଡ଼ ସଫଳତା ହାସଲ କରିଛି । ଏନକାଉଣ୍ଟରରେ ଆଉ ଜଣେ ନକ୍ସଲ ମଧ୍ୟ ନିହତ ହୋଇଥିବା ଜଣାପଡ଼ିଛି ।

ଘଟଣାସ୍ଥଳରୁ ଦୁଇଟି AK47 ରାଇଫଲ ମଧ୍ୟ ଉଦ୍ଧାର କରିଛନ୍ତି ସୁରକ୍ଷା କର୍ମୀ । ନକ୍ସଲ କମାଣ୍ଡର ପାପା ରାଓ ଛତିଶଗଡ଼ର ବସ୍ତର ଅଞ୍ଚଳରେ, ବିଶେଷକରି ବିଜାପୁର ଏବଂ ସୁକମା ଅଞ୍ଚଳରେ ସକ୍ରିୟ ଥିଲା । ପୋଲିସ ଅଧିକ୍ଷକ ଜିତେନ୍ଦ୍ର ଯାଦବ କହିଛନ୍ତି ଯେ, ଏନକାଉଣ୍ଟର ଜାରି ରହିଛି। ପାପା ରାଓ ଭୈରମଗଡ଼ ପଶ୍ଚିମ ବସ୍ତର କ୍ଷେତ୍ର କମିଟି ସହିତ ଜଡିତ ଆକ୍ରମଣରେ ସାମିଲ ଥିଲା ।

ପାପା ରାଓ ସୁରକ୍ଷା ବାହିନୀ ବିରୁଦ୍ଧରେ ଅନେକ ହିଂସାକାଣ୍ଡ ଘଟାଇଥିଲା । ପାପା ରାଓ ବିରୁଦ୍ଧରେ ୪୦ ରୁ ଅଧିକ ଅପରାଧିକ ମାମଲା ଏବଂ ଗିରଫଦାରୀ ୱାରେଣ୍ଟ ରହିଥିଲା । ଅଧିକାରୀଙ୍କ ଅନୁଯାୟୀ, ସେ PLGA ପାଇଁ ଅସ୍ତ୍ରଶସ୍ତ୍ର, ନିଯୁକ୍ତି ଏବଂ ଲଜିଷ୍ଟିକ୍ସ ପାଇଁ ଦାୟୀ ଥିଲା। ଗତ କିଛି ମାସ ମଧ୍ୟରେ ସୁରକ୍ଷା ବାହିନୀ ବିଜାପୁରର କାଣ୍ଡୁଲନାର ଜଙ୍ଗଲରେ ବଡ଼ ଧରଣର ଅପରେସନ୍ କରିଛନ୍ତି। ଏହି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ପାପା ରାଓର ପତ୍ନୀ ଉର୍ମିଲା ସମେତ ଅନେକ ନକ୍ସଲଙ୍କୁ ନିପାତ କରିଛି । ପାପା ରାଓ ସେତେବେଳେ ଖସିଯିବାରେ ସଫଳ ହୋଇଥିଲା ।
୨୦୨୬ ମାର୍ଚ୍ଚ ସୁଦ୍ଦା ମାଓ ମୁକ୍ତ ଭାରତ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ମାଓବାଦୀଙ୍କ ସବୁଠାରୁ ଘାତକ ବାଟାଲିୟନ ନମ୍ବର ୧ର କମାଣ୍ଡର ବାରସେ ଦେବା ଓରଫ ସୁକ୍କା ତାଙ୍କର ପ୍ରାୟ ୪୦ ଜଣ ସହଯୋଗୀଙ୍କ ସହ ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ବାରସେ ଦେବା ଛତିଶଗଡ଼ର ସବୁଠାରୁ ୱାଣ୍ଟେଡ୍ ନକ୍ସଲମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କ ଗିରଫ ପାଇଁ ୫୦ ଲକ୍ଷ ପୁରସ୍କାର ଘୋଷଣା କରାଯାଇଥିଲା ସେ ନିହତ ଶୀର୍ଷ କମାଣ୍ଡର ମାଡଭି ହିଡମାଙ୍କ ଜଣେ ଘନିଷ୍ଠ ସହଯୋଗୀ ଥିଲେ ଏବଂ ତାଙ୍କ ମୃତ୍ୟୁ ପରେ, ବାଟାଲିୟନ ନମ୍ବର ୧ କୁ କମାଣ୍ଡ କରିଥିଲେ। ଜଙ୍ଗଲରୁ ସୁରକ୍ଷିତ ସ୍ଥାନାନ୍ତର ସୁନିଶ୍ଚିତ କରିବା ପାଇଁ ସୁକମା ଏବଂ ତେଲେଙ୍ଗାନା ସିଗା ମଧ୍ୟରେ ଏକ ସୁରକ୍ଷିତ କରିଡର ପ୍ରତିଷ୍ଠା କରାଯାଇଥିଲା। ଏହାପରେ ଏହି ମାଓବାଦୀ ମାନେ ତେଲେଙ୍ଗନାରେ ପହଞ୍ଚି ଆତ୍ମସମର୍ପଣ କରିଥିବା ଜଣାପଡିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
MAO LEADER ENCOUNTER | Maoism on Its Last Breath | Argus News