Nisha Maharana / ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ନେଇ ନିଶାଙ୍କୁ ଜାମିନ, ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ
·5 months ago·2 min read

Key Points
ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ
ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ
ବଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟକୁ ନେଇ ହୋଇଥିଲା ମାମଲା

ଯାତ୍ରା ମଞ୍ଚରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଘଟଣାରେ ନିଶା ମହାରଣାଙ୍କୁ ମିଳିଲା ଆଗୁଆ ଜାମିନ। ହାଇକୋର୍ଟରୁ ମିଳିଲା ସର୍ତ୍ତମୂଳକ ଆଗୁଆ ଜାମିନ। ବଲାଙ୍ଗୀରରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ନେଇ ହୋଇଥିଲା ମାମଲା। ପୋଲିସ ନିଜ ଆଡୁ ମାମଲା ରୁଜୁ କରି ଦୁଇ ଆୟୋଜକ ଙ୍କୁ ଗିରଫ କରିଥିଲା। ଗିରଫ ଭୟରେ ଆଗୁଆ ଜାମିନ ଆବେଦନ କରିଥିଲେ ନିଶା।
ଗତ ଜାନୁଆରୀ ୧୨ ତାରିଖ୍ରେ ବଲାଙ୍ଗୀର ଜିଲ୍ଲା ଚନ୍ଦନ ଭାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ବଲାଙ୍ଗୀର ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ନିଶାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୋଲିସ ଏକ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ, ଗିରଫଦାରୀକୁ ଏଡ଼ାଇବାକୁ ନିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଶା ଶୁକ୍ରବାର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।
ସେପଟେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ନେଇ ଛତିଶଗଡ଼ରେ ବଡ଼ ଆକ୍ସନ । ଏଡିଏମଙ୍କୁ ବଦଳି, ୩ ପୋଲିସ କର୍ମଚାରୀ ନିଲମ୍ବିତ, ୧୪ କମିଟି ମେମ୍ବର ଗିରଫ । ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ?
ସୂଚନା ଅନୁସାରେ ନିକଟରେ, ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଛତିଶଗଡ଼ ଗାରିଆବନ୍ଧ ଜିଲ୍ଲାର ଏଡିଏମଙ୍କ ସହ କିଛି ପୋଲିସ କର୍ମୀ । ଯାହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନେଇଛି କଡ଼ା ଆକ୍ସନ । ଏଡିଏମଙ୍କୁ ଅନ୍ୟତ୍ର ବଦଳି ସହ ୩ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୪ କମିଟି ମେମ୍ବରଙ୍କୁ ଗିରଫ କରାଯାଇଥିଲା।
ଓଡ଼ିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ କଳା ପ୍ରତି ରୁଚି ରଖୁଥିବା ଲୋକମାନଙ୍କର ଭାବନାକୁ କୁଠାରଘାତ କରୁଛି ଏହି ଟ୍ରେଣ୍ଡ । ଦିନେ ଯାତ୍ରା, ଓଡ଼ିଆଙ୍କ ପରିଚୟ ହୋଇଥିଲା ବେଳେ ଏବେ ଶିକ୍ଷିତ ପରିବାର ଏପରି ଅଶ୍ଳୀଳତା ପାଇଁ ଯାତ୍ରାରୁ ମୁହଁ ଫେରାଉଛନ୍ତି । ସେପଟେ ଆଇନ ମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ କହିଛନ୍ତି ଏବେଠୁ ସଜାଗ ହୁଏ ।
ତେବେ ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବି ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଗକୁ ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? କଠୋର କାର୍ଯ୍ୟାନୁଷ୍ଠାନ ସହ ଆସିବ କି କିଛି SOP ? ଏସବୁ ଉପରେ ରହିବ ନଜର ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories