KHANDAGIRI MELA / ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନା. ବିଏମସି ଆଣିଲା ଗାଇଡଲାଇନ। ଗାଇଡଲାଇନ ନ ମାନିଲେ ରଦ୍ଦ ହେବ ଯାତ୍ରା କମିଟିଙ୍କ ଏନଓସି
·4 months ago·2 min read

Key Points
ଖଣ୍ଡଗିରି ଯାତ୍ରାପାଇଁ ବିଏମସିର ଗାଇଡଲାଇନ
ହେବ ନାହିଁ ଅଶ୍ଲୀଳ ନୃତ୍ୟ
ଗାଇଡଲାଇନ ନ ମାନିଲେ ରଦ୍ଦ ହେବ ଯାତ୍ରା କମିଟିର ଏନଓସି

ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟକୁ ନା. ବିଏମସି ଆଣିଲା ଗାଇଡଲାଇନ। ଗାଇଡଲାଇନ ନ ମାନିଲେ ରଦ୍ଦ ହେବ ଯାତ୍ରା କମିଟିଙ୍କ ଏନଓସି। ଅଶ୍ଳୀଳତା, ପାର୍କିଂ, ସଫେଇ, ସାନିଟାରୀ ନେଇ ଗୁରୁତ୍ୱ ଦେବାକୁ ବିଏମସିର ନିର୍ଦ୍ଦେଶ। ସୁରକ୍ଷା ଦୃଷ୍ଟିରୁ ଚଳିତ ବର୍ଷ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ମେଳା ଅଂଚଳ ତଥା ଖଣ୍ଡଗିରି ଛକରୁ ଜୟଦେବ ବାଟିକା ପର୍ଯ୍ୟନ୍ତ ଅଂଚଳ ସିସିଟିଭି ନଜରରେ ରହିବ । ବୁଲା ବିକାଳିଙ୍କୁ ଖଣ୍ଡଗିରି କୁମ୍ଭ ମେଳାରେ ବ୍ୟବସାୟ କରିବା ପାଇଁ ବାରଣ କରାଯାଇଛି । ସମଗ୍ର ମେଳା ଅଂଚଳରେ 100 ଟି ସିସିଟିଭି ଲାଗିବ । ବିଭିନ୍ନ ସ୍ଥାନରେ ପୋଲିସ ଓ ବିଏମ୍ ସି ଏନଫୋର୍ସମେଣ୍ଟ ମୁତୟନ ରହିବେ । ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଟ୍ରାଫିକ ପୋଲିସକୁ ସହାୟତା କରିବାକୁ ଟ୍ରାଫିକ ଓ୍ୱାର୍ଡେନଙ୍କୁ ମୁତୟନ କରାଯାଉଛି । ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜନ ସାଧାରଣ ନିଜର ନିଜର ଯାନବାହନ ଏଣେତେଣେ ନ ରଖି କେବଳ ପାର୍କିଂ ସ୍ଥାନରେ ରଖିବା ପାଇଁ କୁହାଯାଇଛି ।
ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନା. ଅଶ୍ଳୀଳତା ପ୍ରଦର୍ଶନ କଲେ କ୍ୟାନ୍ସଲ ହେବ ଯାତ୍ରା କମିଟିର ଏନଓସି। ଯାତ୍ରା ପରିବେଷଣ ଉପରେ ନଜର ରଖିବ ବିଏମ୍ସିର ସ୍ଵତନ୍ତ୍ର ସ୍ବାର୍ଡ। ଏନଓସି ଦେବା ପୂର୍ବରୁ ଏଭଲି ସର୍ତ୍ତ ରଖିଛି ବିଏମସି। ଅଶ୍ଳୀଳତା, ସଫେଇ, ବ୍ୟାରିକେଡ଼, ସ୍ଵଚ୍ଛତା ନେଇ ଦିଆଯାଇଛି ନିର୍ଦ୍ଦେଶ। ଅଶ୍ଲୀଳତାକୁ ଆଦୌ ବରଦାସ୍ତ କରିବ ନାହିଁ ବିଏମସି। ଅଶ୍ଲୀଳତା ପ୍ରଦର୍ଶନ କଲେ ରଦ୍ଦ ହେବ ଏନଓସି। ବେନିୟମ ପାର୍କିଂକୁ ହଟାଯିବ । କେବଳ କମିଟି ମାନେ ପାର୍କିଂ କରି ପାରିବେ। ଚଳିତ ଥର ୬ଟି ମଣ୍ଡପ ଏନଓସି ପାଇଁ ଆବେଦନ କରିଛନ୍ତି। ଆଜି ୪ କମିଟିକୁ ମିଳିବ ଏନଓସି। । ୨ କମିଟି ର ଇସ୍ୟୁ ଅଛି ସମାଧାନ ହେଲେ ପ୍ରଦାନ କରାଯିବ। ଓଡ଼ିଶା ଷ୍ଟେଟ୍ ହାଉସିଙ୍ଗ ବୋର୍ଡର ପାର୍କିଂରେ ରହିବ ଯାନ ବାହାନ। କେବଳ ଏଏସଆଇ ପାର୍କିଂ ଗ୍ରାଉଣ୍ଡ ଫ୍ରି ରହିବ। ବାକି ପାର୍କିଂ ରେ ଟଙ୍କା ଆଦାୟ ହେବ । ରେଟ୍ ଚାର୍ଟ ଡିସପ୍ଲେ ବୋର୍ଡରେ ଲାଗିବ। ଆଜିଠୁ ବି ଆରମ୍ଭ ହୋଇଛି ଷ୍ଟଲ୍ ଆଲଟମେଣ୍ଟ। ୨୫ ତାରିଖରୁ ୭ ତାରିଖ ଯାଏଁ ଦୋକାନ ବସିବ।କମିଟି ପକ୍ଷରୁ ସର୍ବାଧିକ ୫୦ ଟି ଦୋକାନ ପକାଯାଇ ପାରିବ। ସେଥିରୁ ବି ବିଏମସି ଲାଇସେନ୍ସ ଫି ଆଦାୟ କରିବ। ଏହି ସୂଚନା ଦେଇଛନ୍ତି ଦକ୍ଷିଣ ପୂର୍ବ ଜୋନ୍ ଡେପୁଟି କମିଶନର ଏସ ରାକେଶ କୁମାର ପାତ୍ର।
ଗଣମାଧ୍ୟମ ରିପୋର୍ଟ ଆଧାରରେ ବି ହୋଇପାରେ ଆକ୍ସନ! ବିଏମସି ପାର୍କିଂ ବାହାରେ ପାର୍କିଂ କଲେ ଗାଡ଼ି ଉଠେଇ ନେବା ସହ ୧୨ ଶହ ଟଙ୍କା ଫାଇନ ହେବ ଗାଡ଼ି ମାଲିକଙ୍କୁ। ସାନିଟାରୀକୁ ଗୁରୁତ୍ଵ ଦେବେ ଯାତ୍ରା କମିଟି। ଯାତ୍ରା କଳାକାର ଓ କମିଟି ସଭ୍ୟଙ୍କ ପାଇଁ ହେବ ସ୍ଵତନ୍ତ୍ର ପାର୍କିଂ ପ୍ଲେସ। ସେନେଇ କମିଟି ପାର୍କିଂ ଜାଗା ନିରୂପଣ କରିବେ। ବିଏମସି ସବୁ ଗାଇଡ ଲାଇନ୍ ମାନିବାକୁ ସବୁ କମିଟି ପ୍ରସ୍ତୁତ ଥିବା କହିଛନ୍ତି ଯାତ୍ରା କମିଟିର ସଦସ୍ୟ ପ୍ରତି ବର୍ଷ ଭଲି ଏଥର ବି ଖଣ୍ଡଗିରି ରେ ଜମିବ ଯାତ୍ରା। ବଢ଼ିବ ଯାତ୍ରା ପ୍ରେମୀଙ୍କ ଗହଳି. କିନ୍ତୁ ଅଶ୍ଳୀଳ ନୃତ୍ୟ ଉପରେ ଲାଗିବ ରୋକ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories