Videos
|
Odisha

ବାଲେଶ୍ବର ଜିଲ୍ଲାରେ କମୁନି ମାଟ୍ରିକ ଡ୍ରପ୍ଆଉଟ୍ ସଂଖ୍ୟା, ଚିନ୍ତାରେ ଶିକ୍ଷକ

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ବାଲେଶ୍ବର ଜିଲ୍ଲାରେ କମୁନି ମାଟ୍ରିକ ଡ୍ରପ୍ଆଉଟ୍ ସଂଖ୍ୟା, ଚିନ୍ତାରେ ଶିକ୍ଷକ

ବାଲେଶ୍ବର ଜିଲ୍ଲାରେ କମୁନି ମାଟ୍ରିକ ଡ୍ରପ୍ଆଉଟ୍ ସଂଖ୍ୟା
700 ଛାତ୍ରଛାତ୍ରୀ ଫର୍ମଫିଲପ୍ କରିଛନ୍ତି କିନ୍ତୁ ଦେଇନାହାନ୍ତି ପରୀକ୍ଷା
ପରୀକ୍ଷା ପାଇଁ ପିଲାମାନଙ୍କର ନକରାତ୍ମକ ମନୋଭାବ କାହିଁକି?
କାରଣ ଖୋଜୁଛି ଜିଲ୍ଲା ଶିକ୍ଷା ବିଭାଗ, ଚିନ୍ତାରେ ଶିକ୍ଷକ, ଅବିଭାବକ


ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଗତ ଫେବୃଆରୀ ୨୧ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୬ତାରିଖରେ ଶେଷ ହୋଇଥିଲା । ଚଳିତ ପରୀକ୍ଷାରେ ପୂର୍ବଥର ଭଳି ଡ୍ରପ୍ ଆଉଟ ସଂଖ୍ୟା ଚିନ୍ତା ବଢାଇଛି । ପ୍ରତି ବିଷୟରେ ୭୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇନାହାନ୍ତି । ଯାହା ଶିକ୍ଷା ବିଭାଗ ପାଇଁ ଉଦବେଗର ବିଷୟ ହୋଇଛି । ପ୍ରଶ୍ନ ଉଠୁଛି, ପରୀକ୍ଷା ପ୍ରତି ପିଲାମାନଙ୍କର ଏପରି ମନୋଭାବ କହିଁକି । ଏଥିପାଇଁ କିଏ ଦାୟୀ ।

ବାଲେଶ୍ବର ଜିଲ୍ଲାରେ ଚଳିତ ବର୍ଷ ରେଗୁଲାର ପରୀକ୍ଷାର୍ଥୀ ଭାବେ ୨୯ହଜାର୯୬୮ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ପଞ୍ଜିକୃତ କରିଥିଲେ । ଏମାନଙ୍କ ମଧ୍ୟରୁ ମାତୃଭାଷା ପରୀକ୍ଷାରେ ୭୩୫ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇନାହାନ୍ତି । ଇଂରାଜୀରେ ୭୬୧,ଗଣିତରେ ୭୭୮,ବିଜ୍ଞାନରେ ୭୭୯,ସାମାଜିକ ବିଜ୍ଞାନରେ ୭୯୧ ଏବଂ ହିନ୍ଦୀ ଓ ସଂସ୍କୃତ ପରୀକ୍ଷାରେ ୭୮୪ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇନାହାନ୍ତି।

ସେହିପରି ମଧ୍ୟମା ପରୀକ୍ଷାରେ ୬୪୭ଜଣ ପଞ୍ଜିକୃତ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୪୭ଜଣ ପରୀକ୍ଷା ଦେଇନାହାନ୍ତି । ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୪୨୯ଜଣ ପଞ୍ଜିକୃତଙ୍କ ମଧ୍ୟରୁ ୪୯ଜଣ ଅନୁପସ୍ଥିତ ରହିଛନ୍ତି । ଏବେ ଜିଲ୍ଲା ଶିକ୍ଷା ବିଭାଗ ଏମାନେ ଅନୁପସ୍ଥିତ ରହିବାର କାରଣ ଖୋଜୁଛି । ପ୍ରଧାନଶିକ୍ଷକ ମାନଙ୍କୁ ପ୍ରତି ପିଲା ଅନୁପସ୍ଥିତିର କାରଣ ଖୋଜି ରିପୋର୍ଟ ଦେବାକୁ କୁହାଯାଇଥିବା DEO କହିଛନ୍ତି । ବିଦ୍ୟାଳୟର ଭିତିଭୂମି ସଠିକ ଥିବା ବେଳେ ପାଠ ପଢ଼ା ମଧ୍ୟ ହେଉଛି । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ପାଇଁ ପଞ୍ଜିକୃତ କରିଥିଲେ ମଧ୍ୟ ପରୀକ୍ଷାକୁ କାହିଁକି ଆସୁ ନାହାନ୍ତି । ଏହାର କଣ କାରଣ ଖୋଜି ବାହାର କରୁଛି ଜିଲ୍ଲା ଶିକ୍ଷା ବିଭାଗ ଏବେ ତା ଉପରେ ନଜର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Number of communal matric dropouts in Balasore district | Argus News