Biggest vigilance raid / ଓଡିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ ରେଡ୍, 4 କୋଟି ଜବତ୍, ଲାଞ୍ଚୁଆ ଖଣି ଉପନିର୍ଦ୍ଦେଶକ ଗିରଫ
·4 months ago·2 min read

Key Points
ଭିଜିଲାନ୍ସ ଇତିହାସରେ ସବୁଠୁ ବଡ ରେଡ୍
ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟି ଟଙ୍କା ଜବତ
କଟକ ସର୍କଲ ମାଇନ୍ସ ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତି

ଓଡିଶା ଭିଜିଲାନ୍ସ ଇତିହାସରେ ସବୁଠୁ ବଡ ରେଡ୍। କଟକ ଖଣି ବିଭାଗର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ ଘରୁ ୪ କୋଟି ନଗଦ ଟଙ୍କା ଜବତ । ଭୁବନେଶ୍ୱର ଫ୍ଲାଟ ରୁ ଜବତ ହୋଇଛି ଏହି ସବୁ ନଗଦ ଟଙ୍କା। ଭିଜିଲାନ୍ସ ଇତିହାସର ଏହା ହେଉଛି ଅଧିକ ଟଙ୍କା ଜବତ । ଟ୍ରଲି ବ୍ୟାଗ ରୁ ଏହି ସବୁ ନଗଦ ଟଙ୍କା ଜବତ କଲା ଭିଜିଲାନ୍ସ। ପଟିଆ ଶିଶୁ ବିହାର ଫ୍ଲାଟ ର ଆଲମୀରାରେ ଟ୍ରଲି ବ୍ୟାଗ ରେ ରଖିଥିଲେ ଟଙ୍କା। ଏହାସହ ଅଫିସ ଡ୍ର ରୁ ମଧ୍ୟ 1ଲକ୍ଷ 20ହଜାର ଟଙ୍କା ଜବତ ହୋଇଛି। ଭୁବନେଶ୍ୱର ପାହାଳରେ ରହିଛି ଘର। 130ଗ୍ରାମ ସୁନା ଅଳଙ୍କାର ବି ଜବତ କରିଛି ଭିଜିଲାନ୍ସ। ଗତକାଲି ବ୍ୟବସାୟୀ ଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍।
ଖଣି ବିଭାଗର ଲାଇସେନ୍ସ ଥାଇ କୋଇଲା ବ୍ୟବସାୟୀଙ୍କଠାରୁ ମାସିକିଆ ଚାନ୍ଦା ଭିଡୁଥିଲେ। କଟକ ସର୍କଲ୍କୁ ପ୍ରାୟ ୩ ମାସ ହେଲା ଆସି ଲାଞ୍ଚ ନେଇ ଚହଳ ସୃଷ୍ଟି କରିଆସୁଥିବା ଖଣି ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତି ଭିଜିଲାନ୍ସ ପଞ୍ଚାରେ ପଡ଼ିଛନ୍ତି। ଜଣେ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କଠାରୁ ଦାବି ମୁତାବକ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତପୁରସ୍ଥିତ ସର୍କଲ୍ କାର୍ଯ୍ୟାଳୟରୁ ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ୍ ଟିମ୍ ତାଙ୍କୁ ଗିରଫ କରିଛି। ଅଭିଯୁକ୍ତ ଖଣି ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କ ପାଖରୁ ଭିଜିଲାନ୍ସ ଟିମ୍ କେମିକାଲ୍ ବୋଳା ୫ ଟଙ୍କିଆ ନୋଟ୍ ଜବତ କରିଥିବାରୁ ସେ ଅକଳରେ ପଡ଼ିଛନ୍ତି। ଉପନିର୍ଦ୍ଦେଶକ ଭିଜିଲାନ୍ସରେ ଧରାପଡ଼ିବା ଘଟଣା ଖଣି ବିଭାଗରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଉପନିର୍ଦ୍ଦେଶକ କଟକ ସର୍କଲ୍ କାର୍ଯ୍ୟାଳୟକୁ ଆସିଲା ଦିନୁ ବିବାଦ ଘେରରେ ରହିଆସୁଥିଲେ। ଲାଞ୍ଚ ଦାବି କରି ଦାବି ମୁତାବକ ଟଙ୍କା ନେଉଥିବା ନେଇ ଗତ ଦୁଇ ମାସ ହେଲା ଭିଜିଲାନ୍ସରେ ଅଭିଯୋଗ ହୋଇଆସୁଥିଲା। ଲାଇସେ ନ୍ସପ୍ରାପ୍ତ କୋଇଲା ଡିପୋ ଓ ଟ୍ରେଡ୍ ଲାଇସେନ୍ସ ପାଇଁ ସିଧାସଳଖ ଖଣିରୁ କୋଇଲା ପରିବହନ କରୁଥିବା କିଛି ବଡ଼ ବ୍ୟବସାୟୀଙ୍କଠାରୁ ମାସିକ ମୋଟା ଅଙ୍କର ଲାଞ୍ଚ ନେଉଥିଲେ। ନିକଟରେ ଜଣେ ଲାଇସେନ୍ସ ପ୍ରାପ୍ତ କୋଇଲା ବ୍ୟବସାୟୀଙ୍କୁ କୋଇଲା ପରିବହନ ଓ ବ୍ୟବସାୟରେ ସୁବିଧା କରାଇବା ପାଇଁ ୩୦ ହଜାର ଟଙ୍କାରୁ ଅଧିକ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେବାରୁ ବ୍ୟବସାୟୀଙ୍କୁ ବିଭିନ୍ନ ନିୟମ ଓ କଟକଣା ଆଳରେ ଅଭିଯୁକ୍ତ ଶ୍ରୀ ମହାନ୍ତି ହଇରାଣ କରୁଥିଲେ। ଏଥିରେ ବ୍ୟବସାୟୀ ଜଣକ ନିରାଶ ହୋଇ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ।
ଭିଜିଲାନ୍ସ ଘଟଣାର ସତ୍ୟାସତ୍ୟ ଜାଣିବା ପରେ ପୂର୍ବ ପ୍ରସ୍ତୁତି ମୁତାବକ ଜଗତପୁରସ୍ଥିତ ଖଣି ଉପନିର୍ଦ୍ଦେଶକଙ୍କ ସର୍କଲ୍ ଅଫିସର ନିକଟରେ ସନ୍ଧ୍ୟାରେ ଛକି ରହିଥିଲେ । ଦାବି ମୁତାବକ ବ୍ୟବସାୟୀ ଜଣକ ୩୦ ହଜାର ଟଙ୍କା ନେଇ ଅଭିଯୁକ୍ତ ଉପନିର୍ଦ୍ଦେଶକ ଶ୍ରୀ ମହାନ୍ତିଙ୍କୁ ଦେଇଥିଲେ । ଅଭିଯୁକ୍ତ ଟଙ୍କା ଗଣି ପକେଟ୍ରେ ପୂରାଇବା ମାତ୍ରେ ଭିଜିଲାନ୍ସ ଅଧୁକାରୀମାନେ ତାଙ୍କୁ ଘେରି ଯାଇ ମାଡ଼ି ବସିଥିଲେ। ଭିଜିଲାନ୍ସର ଆଉ ତିନୋଟି ଟିମ୍ ଅଭିଯୁକ୍ତ ଶ୍ରୀ ମହାନ୍ତିଙ୍କ ଘର ସମେତ ଆଉ ୩ଟି ସ୍ଥାନରେ ଚଢ଼ଉ କରିଥିଲେ।
ପଢନ୍ତୁ ଏହି ଖବର: କୋଟିପତି କିରାଣି ସୁବ୍ରତ ବେହେରା ଗିରଫ, ଲାଇଫଷ୍ଟାଇଲ ଦେଖି ଭିଜିଲାନସ ତାଜୁବ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories