Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - 30 ହଜାର 480 ଜଣ ପାଇବେ ସିଧା ସଳଖ ନିଯୁକ୍ତି

Odisha

30 ହଜାର 480 ଜଣ ପାଇବେ ସିଧା ସଳଖ ନିଯୁକ୍ତି

Smruti Parija
Browse all articles by Smruti Parija
·1 year ago·2 min read
30 ହଜାର 480 ଜଣ ପାଇବେ ସିଧା ସଳଖ ନିଯୁକ୍ତି

ପୁଞ୍ଜି ନିବେଶର ପ୍ରଥମ ପର୍ଯ୍ୟାୟରେ ମୋହନ ସରକାରଙ୍କୁ ପୁଞ୍ଜିପତିଙ୍କ ଉପହାର। ଉତ୍କର୍ଷ ଓଡ଼ିଶା ଆୟୋଜନର ୬ ମାସ ମଧ୍ୟରେ ୫ ହଜାର ୭୭୦ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିଛି। ଆଜି ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ୧୪ ଟି ଶିଳ୍ପପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଗୋଟିଏ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଯାହା ଦ୍ଵାରା 30 ହଜାର 480 ଜଣ ପାଇବେ ସିଧା ସଳଖ ନିଯୁକ୍ତି ଓ 6550 ଜଣରୁ ଅଧିକ ବ୍ୟକ୍ତି ପାଇବେ ପରୋକ୍ଷ ଭାବେ ନିଯୁକ୍ତି । ଏଥି ସହ ଇଡକୋର ୩୦୦ କୋଟି ଟଙ୍କାର ବଜେଟ୍ ରେ ପାଖା ପାଖି ୬ ହଜାର କର୍ମଚାରୀଙ୍କ ପାଇଁ ଆବାସ, ପାଣି, ବିଜୁଳି, ରାସ୍ତା ସହ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରିବେ ସରକାର। ଖୋର୍ଦ୍ଧା ଜିଲ୍ଲାରେ ୩ ଅପ୍ରେଲ ୨୦୨୮ ସୁଦ୍ଧା ୩୦ ହାଜର କୋଟି ଟଙ୍କାର ପୁଞ୍ଜି ନିବେଶ ଲକ୍ଷ୍ୟ ରଖିଛନ୍ତି ସରକାର।


କାଳିବେତୀ ଠାରେ ଦୀନଦୟାଲ କର୍ମଚାରୀ ଆବାସ ଯୋଜନା ଅନ୍ତର୍ଗତ ଶ୍ରମିକ ଆବାସ ଗୃହ, ଜୁପିଟର୍ ଟାଟ୍ରାଭଗୋଙ୍କା ରେଲହୁଇଲ୍ ଫ୍ୟାକ୍ଟ୍ରୀ ପ୍ରାଇଭେଟ୍ ଲିମିଟେଡ୍ ଓ ଶାଲିମାର ଗ୍ଲାସ୍ ୱାର୍ଲ୍ସ ପ୍ରାଇଭେଟ ଲିମିଟେଡ୍ ଆଦି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅରାଙ୍ଗ ଠାରେ ଗୋଲ୍ଡେନ୍ ସିମସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ପୂଜା ଇଣ୍ଟରନ୍ୟାସନାଲ, ବି ଏଲ୍ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ଓ ରେନ୍‌ବୋ ଫାବାର୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିୟୁ ଟେକ୍ସଟାଇଲ୍ ପାର୍କର ଶିଳାନ୍ୟାସ କରିଛନ୍ତି। ଗୌଡପୁଟରେ ପଲିମିରୋର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍, ଆଇ ଏଫ୍ ଜି ଏଲ୍ ରିଫ୍ରାକ୍ଟରିଜ୍ ଲିମିଟେଡ୍ ଏବଂ ଖଜୁରିଆ ଠାରେ ଭୁବନେଶ୍ବରୀ ଫୁଡସ ଆଣ୍ଡ୍ ବେଭରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ ଆଦି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶିଳ୍ପ ମନ୍ତ୍ରୀ କହିଛନ୍ତି ପୁଞ୍ଜି ନିବେଶ ପାଇଁ ଲକ୍ଷ୍ୟ ରଖିଥିବା ଶିଳ୍ପାନୁଷ୍ଠାନ ଗୁଡ଼ିକୁ ଯଥା ସମ୍ଭବ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇ ଦେବା ନେଇ ସରକାର ଦୃଢ଼ମନା ଅଛନ୍ତି । ବିଜେଡି ବିଧାୟକ କହିଛନ୍ତି ବିକାଶକୁ ରାଜନୀତିରେ ଅନ୍ତର୍ଭୁକ୍ତ କରାଯିବନି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଖୋର୍ଦ୍ଧା ହଳଦୀପଦା ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶିଳ୍ପ ମନ୍ତ୍ରୀ, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ , IDCO MD, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ଖୋର୍ଦ୍ଧା ଜିଲ୍ଲାପାଲ ଙ୍କ ସହ ଅନେକ ଶିଳ୍ପପତି ଯୋଗ ଦେଇଥିଲେ।

Argus Whatsapp Channel Mobile Top
Sponsored
Odisha invests Rs 5,770 crore in 6 months of preparation | Argus News