ଅପରାଧୀଙ୍କ ପ୍ରତି ରାଜ୍ୟ ସରକାରଙ୍କ ଜିରୋ ଟଲରାନ୍ସ ନୀତି

ଆକ୍ସନ୍ ମୋଡରେ ଓଡ଼ିଶା ପୋଲିସ। ସିନେମା ଷ୍ଟାଇଲରେ ପୋଲିସକୁ ଧକ୍କା ଦେଇ ବନ୍ଧୁକ ଛଡ଼ାଇ ଫେରାର ହେଉଥିବା ଅପରାଧୀଙ୍କୁ ଗୁଳି ମାରି ଧରିଛି ଝାରସୁଗୁଡ଼ା ପୋଲିସ। ପୋଲିସ ଏନକାଉଣ୍ଟରରେ ଆହତ ହୋଇଥିବା ଅପରାଧୀ ହେଉଛନ୍ତି ବେଲପାହାଡ଼ର ଶେଖ୍ ଆଶିଷ ଓ ଅଭିଷେକ ବାରିକ ।
ଗୁରୁବାର ରାତିରେ ବେଲପାହାଡ଼ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ କରି ନେଇ ନିକଟସ୍ଥ ଜଙ୍ଗଲରେ ଗଣ ଦୁଷ୍କର୍ମ କରିଥିଲେ । ପୋଲିସ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସମୟରେ ଆମଦରହ୍ ଜଙ୍ଗଲ ନିକଟରେ ବାନ୍ତି କରିବାର ନାଟକ କରି ପୋଲିସ ବନ୍ଧୁକ ଛଡ଼ାଇ ଫାୟାରିଂ କରି ଖସି ଯିବାକୁ ଉଦ୍ୟମ କରିଥିଲେ। ପୋଲିସ ଏନକାଉଣ୍ଟର କରି ଘାଇଲା କରିଛି।
📱 Get Argus News App
✨ମାର୍ଚ୍ଚ ଓ ଅପ୍ରେଲ ମାସରେ ପୋଲିସ ଏନକାଉଣ୍ଟର କରିଥିବା ଅପରାଧୀଙ୍କ ତାଲିକା-
ଏପ୍ରିଲ ୧୦ ତାରିଖ ରାତିରେ ନିଶା ମାଫିଆ ଶେଖ୍ ଜାମସେଦକୁ ଖଣ୍ଡଗିରିରେ ଏନକାଉଣ୍ଟର କରିଥିଲା
ଏପ୍ରିଲ ୫ ତାରିଖ ରାତିରେ ଅନୁଗୁଳ ତାଳଚେରରେ ପୋଲିସ ଗୁଳିର ଶିକାର ହୋଇଥିଲା କୁଖ୍ୟାତ ଅପରାଧୀ କ୍ଷିରୋଦ
ମାର୍ଚ୍ଚ ୮ ତାରିଖରେ ଏଟିଏମ ଲୁଟେରା ଦୀପକ କୁମାରକୁ ପୁରୀ ବାଇପାସ୍ ସାଇ ମନ୍ଦିର ପାଖରେ ଏନକାଉଣ୍ଟର କରିଥିଲା ପୋଲିସ
ମାର୍ଚ୍ଚ ୩ ରେ ଦୁଇ ବିହାରୀ ଲୁଟେରା ସୋନୁ ଯାଦବ ଓ ମନୀଷ ଯାଦବଙ୍କୁ ବାଙ୍କୁଆଳ ନଦୀ ପଠାରେ ଏନକାଉଣ୍ଟର କରାଯାଇଥିଲା
ଫେବୃଆରୀ ୧୬ ରେ ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେ ପୁରୀ କେନାଲ ରୋଡ଼ରେ ଏନକାଉଣ୍ଟର କରିଥିଲା କମିଶନରେଟ ପୋଲିସ
ଅପରାଧ ଓ ଅପରାଧୀଙ୍କ ପ୍ରତି ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ବିଜେପି ସରକାର। ଯାହା ଫଳରେ ଏବେ ଆକ୍ସନ୍ ମୋଡରେ ଓଡ଼ିଶା ପୋଲିସ।