Odisha will go chatisgarh / ମହାନଦୀ ବିବାଦର ସମାଧାନ ପାଇଁ ଛତିଶଗଡ ଯିବ ଓଡ଼ିଶା
·8 months ago·2 min read

Key Points
ଜାନୁଆରି ୩୧ରେ ଛତିଶଗଡ଼ ଯିବେ କମିଟି ସଦସ୍ୟ
୨୩ରେ ବସିବ ସର୍ବଦଳୀୟ ବୈଠକ
ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ବଢ଼ାଇବାକୁ ଆବେଦନ

ମହାନଦୀ ବିବାଦର ସମାଧାନ ପାଇଁ ଛତିଶଗଡ ଯିବ ଓଡ଼ିଶା। ଆସନ୍ତା ୩୧ ଓ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ପ୍ରତିନିଧି । ୨୩ରେ ସର୍ବଦଳୀୟ ବୈଠକ।
ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ଆନ୍ତଃମନ୍ତ୍ରୀସ୍ତରୀୟ କମିଟିସଦସ୍ୟମାନେ ଜାନୁଆରି ୩୧ରେ ଦୁଇଦିନିଆ ଛତିଶଗଡ଼ ଗସ୍ତରେ ଯିବେ। ସେଠାରେ ମହାନଦୀର ପ୍ରକୃତ ସ୍ଥିତି ଯାଞ୍ଚ କରିବା ସହ ମହାନଦୀ ଜଳ ବିବାଦର ଆପୋସ ସମାଧାନ ପାଇଁ ଛତିଶଗଡ଼ ସରକାରଙ୍କ ସହ ଆଲୋଚନା କରିବେ। ଏହି ମନ୍ତ୍ରୀସ୍ତରୀୟ କମିଟି ଛତିଶଗଡ଼ ଯିବା ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯିବ। ଆସନ୍ତା ୨୩ ତାରିଖରେ ଲୋକସେବା ଭବନରେ ଏହି ବୈଠକ ବସିବ। ଏଥିରେ ସମସ୍ତ ଦଳର ପ୍ରତିନିଧିଙ୍କଠାରୁ ମତାମତ ସଂଗ୍ରହ କରାଯିବ। ସେହିପରି ମହାନଦୀ ସହ ଜଡ଼ିତ ପରିବେଶବିତ୍, ସାମାଜିକ କର୍ମୀମାନଙ୍କ ସହ ମଧ୍ୟ ଏକ ବୈଠକ କରି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯିବ।
ମହାନଦୀ ଜଳ ବିବାଦର ସମାଧାନ ନିମନ୍ତେ ଗଠିତ ଟ୍ରିବ୍ୟୁନାଲ୍ର କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୧୩ରେ ଶେଷ ହେଉଥିବାରୁ ଏହାର ଅବଧି ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆବେଦନ କରାଯାଇଛି। ଏଥିପାଇଁ ଯୁକ୍ତି ଦର୍ଶାଯାଇଛି ଯେ ପ୍ରାୟ ୯ ମାସ ଧରି ଟ୍ରିବ୍ୟୁନାଲ୍ର ଅଧ୍ୟକ୍ଷ ପଦ ଖାଲି ପଡ଼ିଥିବାରୁ ଟ୍ରିବ୍ୟୁନାଲ୍ କାର୍ଯ୍ୟରେ ଅଗ୍ରଗତି ହୋଇପାରି ନଥିଲା। ତେଣୁ ଆହୁରି ଏକ ବର୍ଷ ପାଇଁ ଟ୍ରିବ୍ୟୁନାଲ୍ର ଅବଧି ବଢ଼ାଇବାକୁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରାଯାଇଛି।
ଗତ ଡିସେମ୍ବର ୨୦ରେ ଦିଲ୍ଲୀରେ ମହାନଦୀ ଜଳ ବିବାଦ ଟ୍ରିବୁନାଲରେ ଶୁଣାଣି ହୋଇଥିଲା । ଏଥିରେ ଉଭୟ ପକ୍ଷର ଜଳ ସମ୍ପଦ ସଚିବ ଏବଂ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ । ଏହି ଶୁଣାଣିରେ ସ୍ପଷ୍ଟ ସଂକେତ ମିଳିଥିଲା ଯେ, ଉଭୟ ରାଜ୍ୟ ଜଳ ବିବାଦର ଆପୋଷ ସମାଧାନ କରିବେ। ଓଡିଶା ସରକାରଙ୍କ ପକ୍ଷରୁ ଏଜି ପିତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଥିଲେ। ଟ୍ରିବୁନାଲ ଶୁଣାଣିରେ କେବଳ ଓଡିଶା ସରକାରଙ୍କ ପକ୍ଷରୁ କୁହା ଯାଇଥିଲା ଯେ, ରାଜ୍ୟ ସରକାର ଗୋଟିଏ ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟିରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ,ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ,ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ବିଧାୟିକା ସୋଫିଆ ଫିରଦୋସ ସଦସ୍ୟ ଅଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମହାନଦୀ ଜଳ ବିବାଦକୁ ନେଇ ବର୍ଷ ବର୍ଷ ହୋଇଛି ଆଲୋଚନା ହେଲେ ଏଯାଏଁ ସମାଧାନର ବାଟ ବାହାରିନି । 2016ରେ ସେତେବେଳର କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ନେଇ ବୈଠକ ଡକାଇଥିଲେ। ହେଲେ ବୈଠକ ଅଧାରୁ ଉଠି ଚାଲିଆସିଥିଲେ ନବୀନ ପଟ୍ଟନାୟକ। ଖାଲି ସେତିକି ନୁହେଁ ସଂସଦରେ କେନ୍ଦ୍ରମନ୍ତ୍ରୀ ନିତୀନ ଗ଼ଡକରି ଓଡ଼ିଶାକୁ ଆପୋଷ ଆଲୋଚନା ପାଇଁ ପରାମର୍ଶ ଦେଇଥିଲେ। ହେଲେ ତାକୁ ଗ୍ରହଣ ନ କରି ଟ୍ରିବ୍ୟୁନାଲ ପାଇଁ ଜିଦି ଧରିଲେ ବିଜେଡି ସରକାର।
Related Topics
Explore more stories