SMUGGLING / ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍। ଓଡ଼ିଶା ସମେତ ୭ ରାଜ୍ୟରେ ଇଡିର ଚଢ଼ଉ। ନଗଦ ୩ କୋଟି ସହ ନିଶାଦ୍ରବ୍ୟ ଜବତ।
·5 months ago·2 min read

Key Points
ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍
ଓଡ଼ିଶା ସମେତ ୭ ରାଜ୍ୟରେ ଇଡିର ଚଢ଼ଉ
ନଗଦ ୩ କୋଟି ସହ ନିଶାଦ୍ରବ୍ୟ ଜବତ
ଓଡ଼ିଶା ସମେତ ୭ ରାଜ୍ୟରେ ଇଡିର ଚଢ଼ଉ
ନଗଦ ୩ କୋଟି ସହ ନିଶାଦ୍ରବ୍ୟ ଜବତ
ଅନ୍ତର୍ଜାତୀୟ ନିଶା କାରବାରରେ ଓଡ଼ିଶା ଲିଙ୍କ୍ | ଓଡ଼ିଶା ସମେତ ୭ ରାଜ୍ୟରେ ଇଡିର ଚଢ଼ଉ | ନଗଦ ୩ କୋଟି ସହ ନିଶାଦ୍ରବ୍ୟ ଜବତ | ଆନ୍ତର୍ଜାତୀୟ ସ୍ତରରେ ନିଶାଦ୍ରବ୍ୟ ଓ ଟଙ୍କା କାରବାରରେ ଓଡ଼ିଶା ଲିଙ୍କ୍ ସାମ୍ନାକୁ ଆସିଛି | ଗୋଆରୁ ଓଡ଼ିଶାକୁ ଲମ୍ବିଥିବା ନିଶା କାରବାର ଚେର ଖୋଜିବା ସହ ମନି ଲଣ୍ଡରିଂ ମାମଲାର ତଦନ୍ତରୁ ବଡ଼ଧରଣ ରାକେଟ୍ ପଦାକୁ ଆସିଛି |
ଓଡ଼ିଶା ସମେତ ୭ ରାଜ୍ୟର ୨୬ଟି ସ୍ଥାନରେ ଚଢ଼ଉ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ | ଏହି ଧରପଗଡ଼ରେ ବିଭିନ୍ନ ରାଜ୍ୟରୁ ନଗଦ ୩ କୋଟି ଟଙ୍କା, ବିପୁଳ ନିଶାଦ୍ରବ୍ୟ, ଅପରାଧିକ ନଥିପତ୍ର, ଡିଜିଟାଲ ଡିଭାଇସ୍ ଆଦି ଜବତ ହୋଇଛି | ନିଶା କାରବାର ଜଡ଼ିତ ଥିବା ଦିଲ୍ଲୀରୁ ଜଣେ ନିଶା ମାଫିଆଙ୍କୁ ଗିରଫ କରାଯାଇଛି | ସମ୍ପୃକ୍ତ ବ୍ୟକ୍ତିକୁ ୭ଦିନିଆ ରିମାଣ୍ଡରେ ନେଇ ଜେରା କରୁଛି ତଦନ୍ତକାରୀ ଦଳ | ସଂଗଠିତ ଭାବେ ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ଚାଲାଣର ସିଣ୍ଡିକେଟ୍ ଚାଲୁଥିଲା | ଓଡ଼ିଶା, ଗୋଆ, ଦିଲ୍ଲୀ, ହିମାଚଳ ପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ତାମିଲନାଡୁ ଓ କେରଳ ଭଳି ରାଜ୍ୟକୁ ଲମ୍ବିଛି ଏହି ନିଶାଦ୍ରବ୍ୟ କାରବାର ଚେର | ନାର୍କୋଟିକ କେଣ୍ଟ୍ରାଲ ବ୍ୟୁରୋ ଓ ସ୍ଥାନୀୟ ପୁଲିସ ସହାୟତାରେ ଇଡି ଚଢ଼ଉ କରିଥିଲା | ଜବତ କରାଯାଇଥିବା ଡିଜିଟାଲ୍ ଉପକରଣ ଓ ନଥିପତ୍ରରୁ ଅନେକ ସୁରାକ ମିଳିଛି।
ଭୁବନେଶ୍ୱର ରେ ପହଁଚି ୩୦ ରୁ ଉର୍ଦ୍ଧ୍ବ ଅଧିକାରୀ କରିଛନ୍ତି ସର୍ଜମିନ ଯାଞ୍ଚ । ଲଗେଜ କ୍ୟାରିୟର ଠାରୁ ବ୍ୟାଗେଜ ସ୍କାନର ଯାଏଁ ସବୁର ହୋଇଛି ଯାଞ୍ଚ। ସେପଟେ ଭୁବନେଶ୍ୱର ବିମାନବନ୍ଦର ବର୍ତ୍ତମାନ ନିଶା ମାଫିଆଙ୍କ ପାଇଁ ଏକ ସେଫ ପ୍ଲେସ ପାଲଟିଛି । କେତବେଳେ ମ୍ୟରିଜୁଆନା ତ ଆଉ କେତବେଳେ ସିଂଥେଟିକ୍ ଡ୍ରଗ୍ସ ଠାବ ହେଉଛି । କଡା ସୁରକ୍ଷା ବଳୟ କୁ ଭେଦ କରି କିଛି ଦିନ ବ୍ୟବଧାନରେ ଧରାପଡୁଛି ହାଇଡ୍ରଫୋନିକ ଉଇଡ଼ । ଥାଇଲାଣ୍ଡ, ମିଆଁମାରରୁ ଅନ୍ୟ ରାଜ୍ୟକୁ ନିଶା ଚାଲାଣ ହେଉଥିବା ବେଳେ ଭାୟା ପାଲଟିଛି ଭୁବନେଶ୍ୱର ଏୟାରପୋର୍ଟ ବୋଲି କହିଛନ୍ତି ଅବସରପ୍ରାପ୍ତ ପୋଲିସ ଅଧିକାରୀ ଶରତ ସାହୁ।
ନିଶା କାରବାରରୁ ରୋଜଗାର କରିଥିବା ଆୟରୁ ଅର୍ଜିତ ସମ୍ପତ୍ତିକୁ ଚିହ୍ନଟ, ଠାବ ଓ ଆଟାଚ୍ କରିବାକୁ ଲକ୍ଷ୍ୟ ରଖିଛି ED | ଓଡିଶା ଭିତରକୁ ନିଶା ଚାଲାଣ କଥା ସାମ୍ନାକୁ ଆସିଲେ, ନୋଡାଲ ଏଜେନ୍ସି ଭାବେ କାମ କରୁଛି STF, କିନ୍ତୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେବା STF ପାଇଁ ମଧ୍ୟ ସୃଷ୍ଟି କରିଛି ବଡ଼ ଚାଲେଞ୍ଜ ବୋଲି କହିଛନ୍ତି ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋର ସ୍ପେଶାଲ ପିପି ଏମଡି ଜିଆଉଲ ହକ୍ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories