Videos
|
Odisha

ପଥକୁ ଫେରୁଛନ୍ତି କୁନି କୁନି କଇଁଛ ଶାବକ

Smruti Parija
Browse all articles by Smruti Parija
·1 year ago·1 min read
ପଥକୁ ଫେରୁଛନ୍ତି କୁନି କୁନି କଇଁଛ ଶାବକ

ସମୁଦ୍ର ମୁହାଁ କୁନି ଅଲିଭ ରିଡଲେ ଶାବକ । ଅଣ୍ଡାରୁ ଛୁଆ ବାହାରିବା ପରେ ନିଜ ପଥକୁ ଫେରୁଛନ୍ତି କୁନି କୁନି ଶାବକ । ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଚଂଳ ସମୁଦ୍ର ବେଳାଭୂମିରୁ ଅଲିଭ ରିଡେଲ ସାମୁଦ୍ରିକ କଈଁଛ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି । ଦୈନିକ ଏବେ ଅଣ୍ଡାରୁ ଛୁଆ ବାହାରି ସମୁଦ୍ର ମୁହାଁ ହେଉଛନ୍ତି ଏହି କୁନି ଶାବକ । ଗତ ନଭେମ୍ବରରୁ ଜାନୁଆରୀରେ ସମୁଦ୍ରରେ ମିଳନ ପରେ ଋଷିକୁଲ୍ୟା ମୁହାଣ ନିକଟରେ ଦୁଇଟି ପର୍ଯ୍ୟାୟରେ ଗଣ ଅଣ୍ଡାଦାନ କରିଥିଲେ ।


ଅଣ୍ଡା ଦାନର ୪୫ ଦିନ ପରେ ଛୁଆ ଫୁଟିବା ଆରମ୍ଭ ହୋଇଛି । ସୁଦୂର ଦେଶରୁ ହଜାର ହଜାର କିଲୋମିଟର ଅତିକ୍ରମ କରି ଏନ୍ତୁଡିଶାଳ ଗଞ୍ଜାମ ଋଷିକୁଲ୍ୟା ମୁହାଣ ନିକଟକୁ ଆସି ଅଣ୍ଡାଦାନ କରି ବାଲିରେ ପୋତି ମା' ଅଲିଭ ରିଡେଲ କଇଁଛ ସମୁଦ୍ରରେ ଚାଲି ଯାଇଥାଏ । ଛୁଆ ବାହାରିବା ପରେ କୁନି ଶାବକମାନେ ମଧ୍ୟ ସମୁଦ୍ରକୁ ଚାଲିଯାଇଥାନ୍ତି । ଚଳିତ ବର୍ଷ ରେର୍କଡ ସଂଖ୍ୟକ ଦୁଇ ଥର ୯ ଲକ୍ଷ ୪ ହଜାର ୫୧୭ ଗଣ ଅଣ୍ଡାଦାନ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଏମାନଙ୍କ ସୁରକ୍ଷା ପାଇଁ ବନ ବିଭାଗ ସଜାଗ ରହିଛି । ମିଳନ ଠାରୁ ଅଣ୍ଡାରୁ ଛୁଆ ବାହାରିବା ପର୍ଯ୍ୟନ୍ତ ସେମାନଙ୍କ ସୁରକ୍ଷାରେ ଲାଗିପଡିଛନ୍ତି ବନ ବିଭାଗ କର୍ମଚାରୀମାନେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପ୍ରଥମ ପର୍ଯ୍ୟାୟରେ ହୋଇଥିବା ଅଣ୍ଡାଦାନରେ ଏବେ କୁନି କୁନି ଶାବକକୁ ଗୋଟିଏ ସ୍ଥାନରେ ଏକାଠି କରି ସେମାନଙ୍କୁ ସମୁଦ୍ରକୁ ଛଡାଯାଉଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଦିନବେଳେ ମଧ୍ୟ ଗଣଅଣ୍ଡାଦାନ ହେଉଥିବା ଦେଖିବାକୁ ମିଳିଥିଲା । ପୋଡମପେଟା ଅଚଂଳର ୫ କିମି ବେଳାଭୂମିକୁ ଅଲିଭ ରିଡେଲ ସୁରକ୍ଷା ପାଇଁ ବ୍ୟାରିକେଟ୍ ମଧ୍ୟ କରାଯାଇଛି ।

Olive- Ridley -cubs -at-rushikulya-estuary | Argus News