Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା

Rashmita Mishra
Browse all articles by Rashmita Mishra
·1 year ago·1 min read
ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭରୁ ବିରୋଧୀଙ୍କ ହଙ୍ଗାମା

ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ । ଚାଲି ପାରିଲା ନାହିଁ ଗୃହ । ପ୍ରଶ୍ନକାଳ ଆରମ୍ଭରୁ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଙ୍ଗାମା ଦେଖିବାକୁ ମିଳିଥିଲା । ବିରୋଧୀଙ୍କ ହଙ୍ଗାମା କାରଣରୁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ।


ଗୃହକାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିଲା ନାହିଁ । ପ୍ରଶ୍ନକାଳ ସମ୍ପୂର୍ଣ୍ଣ ଧୋଇଗଲା । ଗୃହରେ ହଙ୍ଗାମା କରୁଥିବା ବିରୋଧୀଙ୍କୁ ବାରମ୍ବାର ବୁଝାଇବାକୁ ଚେଷ୍ଟା କରିଥିଲେ ବାଚସ୍ପତି। କିନ୍ତୁ ବାଚସ୍ପତିଙ୍କ କଥାକୁ ନମାନି ପୋଡିୟମ ଉପରକୁ ଚଢି ପ୍ଲାକାର୍ଡ ଧରି ନାରାବାଜୀ କରିଥିଲା ବିଜେଡି। ଏହାପରେ ଗୃହକୁ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଛି।


ସେପଟେ ବିଜୁ ବାବୁଙ୍କ ପ୍ରତି ସରକାରଙ୍କ ଅସମ୍ମାନ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଛି ବିଜେଡି । ବିଜୁ ବାବୁଙ୍କ ପ୍ରତି ସରକାରଙ୍କ ଏତେ ହୀନମନ୍ୟତା କାହିଁକି ବୋଲି ପ୍ରଶ୍ନ ଉଠାଇଛି ବିଜେଡି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ବିଜୁ ବାବୁ ଙ୍କ ପ୍ରତି ଅପମାନ ନାରା ଦେଇ ବିଜେଡି ବିଧାୟକ ଙ୍କ ପ୍ରତିବାଦ। ବିଜୁ ବାବୁ ଙ୍କ ପ୍ରତି ଅସମ୍ମାନ ଚଳିବ ନାହିଁ ଫ୍ଲାଗ କାର୍ଡଧରି ଫୋଡିୟମ ତଳେ ପ୍ରତିବାଦ। ବାଚସ୍ପତି ଙ୍କ ଫୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରୁଛନ୍ତି ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀ ଓ କଂଗ୍ରେସ ବିଧାୟକ ତାରା ବାହିନୀପତି। ମହିଳା ଅତ୍ୟାଚାର ଓ ନାରୀ ନିର୍ଯାତନା ପ୍ରସଙ୍ଗ ରେ କଂଗ୍ରେସ ବିଧାୟକ ଙ୍କ ପ୍ରତିବାଦ। ବିରୋଧୀଙ୍କ ହଟଗୋଳ ଭିତରେ ଚାଲିଛି ପ୍ରଶ୍ନ କାଳ ବାଚସ୍ପତି ଙ୍କ ମାଇକ ଭାଙ୍ଗିବାକୁ କଲେ ଉଦ୍ୟମ।

Sponsored
Opposition ruckus from the beginning of the second phase of the budget session | Argus News