Hindu Traditions / ମହାପ୍ରଭୁଙ୍କ ପାଖରେ ଲାଗିବ ପହଲି ଭୋଗ

Key Points
ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି ।
ମହାପ୍ରଭୁଙ୍କ ପାଖରେ ଲାଗିବ ପହଲି ଭୋଗ ।
ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଏହି ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ହୋଇଥିବା ନୀତିନିର୍ଘଣ୍ଟ ଅନୁଯାୟୀ ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ରାତ୍ର ୨ଟା ରୁ ଦ୍ୱାର ଫିଟା ହେବ। ୫ଟା ୩୦ ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗିହେବ ପହିଲିଭୋଗ ।
ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ ଲାଗି ହୋଇଛି । ଗୋପାଳବଲ୍ଲଭ ପରେ ପହିଲିଭୋଗ ନୀତି ସମ୍ପନ୍ନ ହେବ । ବହୁ ପ୍ରତିକ୍ଷୀତ ପହିଲି ଭୋଗର ମହତ୍ୱ ଅନ୍ୟ ଦିନ ମାନଙ୍କରେ ମିଳୁଥିବା ଭୋଗ ତୁଳନାରେ ସ୍ୱତନ୍ତ୍ର ସ୍ଥାନ ରହିଛି ।
କଥାରେ ଅଛି ଯେ ଆଜିଠୁ ମା ଲକ୍ଷ୍ମୀ ନିଜ ବାପ ଘରକୁ ଯାଇଥାନ୍ତି । ତେଣୁ ଶ୍ରୀମନ୍ଦିରରେ ମା ଲକ୍ଷ୍ମୀଙ୍କ ଅନୁପସ୍ଥିତ ବେଳେ ମା ଯଶୋଦା ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ଦେବୀ ସୁଭଦ୍ରାଙ୍କ ପାଇଁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ଯାଏଁ ପହଲିଭୋଗ ପ୍ରସ୍ତୁତ କରାଯାଏ। ପହଲି ଭୋଗ ହେଉଛି ମହାପ୍ରଭୁଙ୍କର ଆଦ୍ୟ ଭୋଗ ଯାହା ବଡି ଭୋରୁ କାଉ କା କରିବା ପୂର୍ବରୁ ଲାଗି କରାଯାଏ । ବିରି, ଗହମରେ ପ୍ରସ୍ତୃତ ପ୍ରାୟ ୨୮ ପ୍ରକାର ପିଠାପଣା ଶ୍ରୀଜିଉଙ୍କ ନିକଟରେ ଲାଗି କରାଯାଏ। ପହିଲି ଭୋଗରେ ମୁଖ୍ୟତଃ ବଡଝିଲି, ଅମାଲୁ, ଗଇଣ୍ଠା, ମଣ୍ଡା, ଆରିସା, କାକରା, ଚଢେଇ ନେଦା ଓ ବଡି ଆଦି ଭୋଗ କରାଯାଇଥାଏ ।
ସେପଟେ ବିଷେଶ କରି ଭୁବନରେ ଧନୁ ସଂକ୍ରାନ୍ତି ପୂର୍ବରୁ ସମସ୍ତ ବଜାରରେ ଗୁଡ ମୁଆଁ ବିକ୍ରି କରାଯାଉଥିବା ବେଳେ ସଂକ୍ରାନ୍ତି ପରେ ମଧ୍ୟ ମାସ ମାସ ଧରି ବଜାରରେ ଏହି ମୁଆଁ ମିଳିଥାଏ । ତେବେ ଚଳିତ ବର୍ଷ ଗୁଡ ଓ ଧାନର ମୂଲ୍ୟ ଅଧିକ ଥିବାରୁ ଲାଭ କମ ହେବାର ଆଶଙ୍କା ଥିବାବେଳେ ଭୁବନରେ ପ୍ରସ୍ତୁତ ମୁଆଁ ମଧ୍ୟ ଜିଲ୍ଲା ବାହାରକୁ ପଠା ଯାଉଥିବା ବ୍ୟବସାୟୀମାନେ ପ୍ରକାଶ କରିଛନ୍ତି ।
ତେବେ ଓଡିଆଙ୍କ ପର୍ବପର୍ବାଣୀ ମଧ୍ୟରେ ଧନୁ ସଂକ୍ରାନ୍ତି ରହିଛି ସ୍ବତନ୍ତ୍ର ସ୍ଥାନ । ଏହି ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ତେଜ କମିଥିବାରୁ ପାଚନ ପ୍ରକ୍ରିୟାରେ ଶକ୍ତି କମିଥାଏ । ଫଳରେ ଧନୁମୁଆଁ ଖାଇ ପ୍ରଭୁ ସଂସାରକୁ ସରଳ ଖାଦ୍ୟ ଖାଇବାର ବାର୍ତ୍ତା ଦେଇଥାନ୍ତି । ଯାହାକୁ ନେଇ ହିନ୍ଦୁ ଧର୍ମର ଘରେ ଘରେ ପ୍ରଭୁଙ୍କ ପାଖରେ ଧନୁ ମୁଆଁକୁ ପହିଲି ଭୋଗ ଭାବେ ଅର୍ପଣ କରା ଯାଇଥାଏ ।
ତେବେ ଓଡିଆଙ୍କର ବାର ମାସରେ ତେର ପର୍ବ ପାଳନ ହେଉଥିବାବେଳେ ଧନୁ ସଂକ୍ରାନ୍ତିକୁ ମଧ୍ୟ ସମସ୍ତେ ବଡ ଶ୍ରଦ୍ଧା ଓ ଭକ୍ତିର ସହକାରେ ପାଳନ କରିଥାନ୍ତି । ଭଗବାନଙ୍କ ଠାରେ ଭୋଗଲାଗି ପରେ ଧନୁମୁଆଁ ଖାଇ ବେଶ ଆନନ୍ଦ ଉଲ୍ଲାସରେ ଦିନଟିକୁ ପାଳିଥାନ୍ତି ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...
📱 Get Argus News App
✨Related Topics
Explore more stories