ସମ୍ବଲପୁରରେ ଗୋମାଫିଆଙ୍କୁ ପୋଲିସର ଏକକାଉଣ୍ଟର , ୨ ଆହତ

ସମ୍ବଲପୁରରେ ଗୋମାଫିଆଙ୍କୁ ପୋଲିସର ଏକକାଉଣ୍ଟର
ପୋଲିସ ଉପରକୁ 3ରାଉଣ୍ଡ ଗୁଳି ମାଡ଼ କଲେ ଗୋଚାଲାଣକାରୀ
ପୋଲିସର ପାଲଟା ଆକ୍ରମଣରେ 2 ଗୋ-ମାଫିଆ ଆହତ
ଘଟଣାସ୍ଥଲରୁ 4ଟି ଖୋକା,2ଟି ଦେଶୀ ପିସ୍ତଲ, ଗୋଟିଏ କାର ଜବତ
ମୋରଡା ଅଂଚଳରେ ବେଆଇନ ମଇଁଷି ଚାଲାଣ ବେଳେ ଧରପଗଡ଼
ସମ୍ବଲପୁରରେ ଗୋ-ଚାଲାଣକାରୀ ଉପରେ ପୋଲିସର ଏନକାଉଣ୍ଟର । ୨ ଗୋ ଚାଲାଣକାରୀଙ୍କୁ ଏନକାଉଣ୍ଟର କଲା ପୋଲିସ । ଭୋର ସକାଳୁ ସିଟି ଷ୍ଟେସନ ନିକଟରେ ଗୋଚାଲାଣ କାରୀ ପୋଲିସ ଉପରକୁ ଗୁଳି ଚାଲନା କରିଥିଲେ। ପୋଲିସ ପାଲଟା ଗୁଳି ଚଳାଇଥିଲା ।
ଉତ୍ତରାଂଚଳ ପୋଲିସ ଆଇଜି ସାମ୍ବାଦିକ ସମ୍ମିଲ୍ଲନୀରେ କହିଛନ୍ତି, ଓଡିଶା ଛତିଶଗଡ଼ ସିମାନ୍ତ ସୋହେଲା ଓ ସୋନପୁରରୁ ପଶ୍ଚିମବଙ୍ଗକୁ ଗୋରୁ ଚାଲାଣ ହେଉଥିଲା । ସୋହେଲା ଅଂଚଳ ରୁ ଆସୁଥିବା ଟ୍ରକ କୁ ହୋଣ୍ତାଇ ଆଲକାଜର ଓ ସୋନପୁର ଆସୁଥିବା ଟ୍ରକକୁ ଫଚ୍ୟୁନର କାର ଏସକଟ କରୁ ଥିଲା । ପୋଲିସ ଚଢାଉ ବେଳେ ଆଲକାଜର କାର କୁ କାବୁ କରିଥିଲେ । ଗୋ ଚାଲାଣକାରୀ ପୋଲିସ ଉପରକୁ ଗୁଲି ଚାଲାଣ କରିଥିଲା । ପୋଲିସ ଆତ୍ମରକ୍ଷା ପାଇଁ ପାଳଟା ଗୁଲି ଚଲାଇଥିଲା । ଫଳରେ ୨ ଅଭିଯୁକ୍ତ ଜଣକ ବାମ ଓ ଡାହାଣ ଗୋଡରେ ଗୁଳି ବାଜିଛି । ଉଭୟ ହେଲେ ପଶ୍ଚିମବଙ୍ଗ ହାଓ୍ବାଡର ମଣ୍ଟୁ ହକିକ ଓ ସେକ ଆରଫି । ୪୦ ରୁ ଉଦ୍ଧ ଗୋରୁ ଚାଲଣ ହେଉଥିବା ରାଜସ୍ଥାନ ନମ୍ଵର ଟ୍ରକକୁ କାବୁ କରିଥିବା ବେଳେ ନରେନ୍ଦ୍ର ସିଂ ଓ ନରେନ୍ଦ୍ର ମେହେର ନାମକ ୨ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ । ଗୋ ଚାଲାଣକାରୀଙ୍କ ଫୋନରୁ ଅନେକ ତଥ୍ୟ ସାମ୍ନାକୁ ଆସିଥିବାରୁ ତାର ତଦନ୍ତ ଚାଲିଛି । ଘଟଣାରେ ରାଜ ଖାନର ଲିଙ୍କ ଥିବା ସୂ୍ଚଚନା ରହିଛି । ଏଥିପାଇ ବରଗଡ ଓ ସୋନପୁର ପୋଲିସ ସହାୟତାରେ ତଦନ୍ତ ଚାଲିଥିବା ପୋଲିସ କହିଛି ।
ସେପଟେ ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ବର୍ଷ ତମାମ ବେଆଇନ ଗୋ ଏବଂ ମଇଁଷି ଚୋରା ଚାଲାଣ ଅଭିଯୋଗ ହୋଇଛି । ସୋମବାର ବିଳମ୍ବିତ ରାତିରେ ମୋରଡ଼ା ଥାନା ଦେଇ ପଡୋଶୀ ପଶ୍ଚିମବଙ୍ଗକୁ ୧୮୫ ମଇଁଷି ବେଆଇନ ଭାବେ ଚାଲାଣ ହେଉଥିବା ବେଳେ ମୋରଡ଼ା ପୋଲିସ ଧଡ଼ାସାହି ଛକ ନିକଟରେ ପହଞ୍ଚି ମଇଁଷି ଗୋଠକୁ ଅଟକାଇ ପଚାରାଉଚୁରା କରିଥିଲେ। ମଇଁଷି ଗୁଡ଼ିକ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ। ସେହି ମଇଁଷିଗୁଡିକୁ ବିଳମ୍ବିତ ରାତିରେ ପୋଲିସ ଥାନାକୁ ଆଣିଥିଲା । ଏହି ଘଟଣାରେ ସମ୍ପୃକ୍ତ ୬ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।
ଆଠଗଡ଼ର ବାରମାଣ ସଂରକ୍ଷିତ ଜଙ୍ଗଲରେ ଗୋରୁ ହାଡ଼ ଓ କଙ୍କାଳ ଦେଖିବାକୁ ମିଳିଥିଲା । ଏହି ସ୍ଥାନ ଏବେ ପାଲଟିଛି ଗୋ ମାଂସ ତସ୍କରୀର ଭୂ ସ୍ବର୍ଗ। ଏବେ ସବୁଠୁ ବଡ଼ ପ୍ରଶ୍ନ କେବେ ହେବ କାର୍ଯ୍ୟାନୁଷ୍ଠାନ । ଗୋ ତସ୍କରୀ କିଏ ଚଳାଇଥିଲା ତାହା ଏବେ ବି ଅସ୍ପଷ୍ଟ । ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା ଆକ୍ସନ ନେବେ କି ରାଜ୍ୟ ସରକାର ? ସତ୍ୟବାଦୀ ଜୟା ହୋଟେଲରେ ମଟନ ତରକାରୀ ସହିତ ଗୋମାଂସ ମିଶାଇ ବିକ୍ରି ଅଭିଯୋଗ ଘଟଣା ଉପରେ ପୁରୀ ଜିଲ୍ଲାପାଳ କହିସାରିଛନ୍ତି, ଖାଦ୍ୟ ନମୁନା ଯାଞ୍ଚ ରିପୋର୍ଟ ଏ ପର୍ଯ୍ୟନ୍ତ ପ୍ରଶାସନର ହସ୍ତଗତ ହୋଇନାହିଁ । ସମ୍ପୃକ୍ତ ହୋଟେଲକୁ ସିଲ୍ କରାଯାଇଛି। ସମ୍ପୃକ୍ତ ସ୍ଥାନରେ ଧାରା ୧୬୩ ଲାଗୁ ହୋଇଛି।