ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେବାରେ ଫେଲ ପୂର୍ବ ବିଜେଡି ସରକାର

Key Points
ସ୍ବାମୀ ସ୍ତ୍ରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଧୋକ୍କା
ଯୋଗ୍ୟ ହିତାଧିକାରୀଙ୍କୁ ଭତ୍ତା ଦେବାରେ ଫେଲ ପୂର୍ବ ବିଜେଡି ସରକାର
ବୟସ 70, ତଥାପି ପାଉନାହାନ୍ତି ବାର୍ଦ୍ଧକ୍ୟ ଭତ୍ତା
ନୂଆ ସରକାର ଶୁଣିବେ କି ଗୁହାରୀ
ନୂଆପଡ଼ା ଖଡ଼ିଆଳର ଵୃଦ୍ଧ ଟଙ୍କଧର ବଗର୍ତ୍ତୀ ଏବଂ ତାଙ୍କ ସ୍ତ୍ରୀ ସରୋଜିନୀ ବଗର୍ତି । ବୟସ ପାଖାପାଖି 70 । ହେଲେ ଆଜି ଯାଏଁ ବାର୍ଦ୍ଧକ୍ୟ ଭତ୍ତା ପାଇବାରୁ ବଂଚିତ । ଯୋଗ୍ୟ ହିତାଧିକାରୀ ହୋଇଥିଲେ ମଧ୍ୟ ଭତ୍ତା ଦେବାରେ ଫେଲ ପୂର୍ବ ବିଜେଡି ସରକାର । ଭତ୍ତା ପାଇଁ ନେତା ଠୁ ପ୍ରଶାସନ ସମସ୍ତଙ୍କ ପାଖରେ ଗୁହାରୀ କରିଛନ୍ତି । ହେଲେ ଫଳ ଶୂନ । ଭିକ ମାଗିଲେ ଘରେ ଚୁଳି ଜଳୁଛି ।
ବାର୍ଦ୍ଧକ୍ୟ ଭତ୍ତା ପାଇଁ ବାରମ୍ବାର ଆବେଦନ କରିଥିବା କହିଛନ୍ତି ଦମ୍ପତି l ହେଲେ ସ୍ୱାମୀ ସ୍ତ୍ରୀ କାହାକୁ ବି ସାମିଲ କରାଯାଇନି l ପୁଅ ବହୁ ବାହାରେ ରହୁଥିବାରୁ ଅର୍ଥ ଅନଟନ ଭିତରେ ବହୁ କଷ୍ଟରେ କଟୁଛି ଜୀବନ । ଖାଲି ଭତ୍ତା ନୁହେଁ, ସରକାରୀ ଯୋଜନାରୁ ବି ବଞ୍ଚିତ ହୋଇଛନ୍ତି ଏମାନେ । ଖଡ଼ିଆଳ ବିଡିଓ କହିଛନ୍ତି, ସମସ୍ୟା ଉପରେ ଗୁରୁତ୍ୱ ଦେବେ।
ବାର୍ଦ୍ଧକ୍ୟ ଭତ୍ତା ଦେବା ପାଇଁ ଯୋଗ୍ୟ ଅଯୋଗ୍ୟ ବାଛି ପାରିଲେ ନାହିଁ ପୂର୍ବ ସରକାର l ଆଉ ସମସ୍ୟା ଭୋଗୁଛନ୍ତି ତୁକୁଳା ଗାଁର ଏହି ସ୍ୱାମୀ ସ୍ତ୍ରୀ l ଏବେ ବିଜେପି ସରକାରଠୁ ଆଶା, ଗୁହାରୀ ଶୁଣିବେ। ଖୁବଶୀଘ୍ର ମିଳିଯିବ ଭତ୍ତା ଓ ଅନ୍ୟ ସରକାରୀ ଯୋଜନାର ଲାଭ ।