Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Traffic Challan / ରାସ୍ତାରେ ଗାଡ଼ି ନେଇ ଯାଉଥିଲେ ସାବଧାନ ଏବେ ୮୦ ନୁହେଁ ୫୦ କିମି ବେଗରେ ବି କଟୁଛି ଚାଲାଣ

Bikash Mohanty
Browse all articles by Bikash Mohanty
·5 months ago·2 min read
ରାସ୍ତାରେ ଗାଡ଼ି ନେଇ ଯାଉଥିଲେ ସାବଧାନ ଏବେ ୮୦ ନୁହେଁ ୫୦ କିମି ବେଗରେ ବି କଟୁଛି ଚାଲାଣ
Challan

Key Points

ପୁରୀରେ ରାସ୍ତାରେ ଗାଡ଼ି ନେଇ ଯାଉଥିଲେ ସାବଧାନ, ୮୦ କିମି ନୁହେଁ, ୫୦ କିମି ବେଗରେ ବି କଟୁଛି ଚାଲାଣ, 5 ବର୍ଷ ଧରି ବକେୟା ପଡ଼ିଛି 27 କୋଟିର ଚାଲାଣ
ପୁରୀ ସହରରେ ଏବେ ୮୦ କିମି ନୁହେଁ, ୫୦ କିମି ବେଗରେ ଗାଡ଼ି ଚଳାଇଲେ ବି କଟୁଛି ଚାଲାଣ। 5 ବର୍ଷ ଧରି ବକେୟା ପଡ଼ିଛି 27 କୋଟି 17 ଲକ୍ଷର ଚାଲାଣ । ବେଗ ସୀମା ଟପିଲେ କଟୁଛି ଈ ଚାଲାଣ ।10 ଦିନରେ 3390 ଗାଡ଼ି କୁ 23 ଲକ୍ଷ 67 ହଜାର ଟଙ୍କାର ଚାଲାଣ । କନ୍ଦାଉଛି ଅପରେସନ ଜୀବନ ରକ୍ଷା । କେବଳ ପୁରୀରେ 17 ତାରିଖ ଦିନ 265 ଗାଡ଼ି କୁ ଦଣ୍ଡ । ଗୋଟିଏ ଦିନରେ ଲକ୍ଷେ 46 ହଜାର ଟଙ୍କାର ଜରିମାନା ।

ପୁରୀରେ ରାସ୍ତାରେ ଗାଡ଼ି ନେଇ ଯାଉଥିଲେ ସାବଧାନ ଏବେ ୮୦ କିମି ପ୍ରତି ଘଣ୍ଟା ନୁହେଁ ୫୦ କିମି ବେଗରେ ବି କଟୁଛି ଚାଲାଣ 10 ଦିନରେ 3390 ଗାଡ଼ି କୁ 23 ଲକ୍ଷ 67 ହଜାର ଟଙ୍କାର ଚାଲାଣ । ପୁରିବାସୀଙ୍କ ମୁଣ୍ଡରେ 5 ବର୍ଷ ଧରି ବକେୟା ପଡ଼ିଛି 27 କୋଟି 17 ଲକ୍ଷର ଚାଲାଣ ବୋଝ ବର୍ଷେ କି ଦୁଇ ବର୍ଷ ନୁହେଁ, ବିଗତ ୫ ବର୍ଷ ଧରି ପୁରୀବାସୀଙ୍କ ମୁଣ୍ଡରେ ଲଦି ହୋଇଛି ଚାଲାଣର ବୋଝ। ୨୦୨୦ ମସିହାରୁ ଏଯାବତ ମୋଟ ୭୨,୭୦୩ ଜଣଙ୍କ ନାଁରେ କଟିଛି ଇ-ଚାଲାଣ। ମୋଟ ୪୭ କୋଟି ୨୬ ଲକ୍ଷ ୬୫ ହଜାର ୯୦ ଟଙ୍କାର ଜରିମାନା ମଧ୍ୟରୁ ଏବେ ବି ୨୭ କୋଟି ୧୬ ଲକ୍ଷ ୮୮ ହଜାର ୮୬୦ ଟଙ୍କା ବକେୟା ପଡ଼ିଛି। ପାଖାପାଖି ୩୩,୯୫୧ ଜଣ ଗାଡ଼ି ଚାଳକ ଏଯାଏଁ ଟଙ୍କା ପଇଠ କରିନାହାଁନ୍ତି। ଖାଲି ସେତିକି ନୁହେଁ, ପ୍ରାୟ ୧୦ ହଜାରରୁ ଅଧିକ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ବୋଲି କହିଛନ୍ତି ଆଇନଜୀବୀ।

ପଢ଼ନ୍ତୁ ଏହି ଖବର: ପିପିଲି ପୋଲିସର ଏନକାଉଣ୍ଟର ,କିନ୍ନର ଅଞ୍ଜଳି ହତ୍ୟା ମାମଲାରେ ଅଭିଯୁକ୍ତକୁ ଏନକାଉଣ୍ଟର

ଅନ୍ୟପଟେ ଅପରେସନ ଜୀବନ ରକ୍ଷାରେ ଗତ ୧୦ ଦିନରେ ମୋଟ ୩,୩୯୦ଟି ଗାଡ଼ିକୁ କରାଯାଇଛି ଜରିମାନା। ଯାହାର ମୂଲ୍ୟ ପ୍ରାୟ ୨୩ ଲକ୍ଷ ୬୭ ହଜାର ୫୦୦ ଟଙ୍କା। କେବଳ ପୁରୀ ସହରରେ ଗୋଟିଏ ଦିନରେ ଅର୍ଥାତ୍ ୧୭ ତାରିଖରେ ୨୬୫ଟି ଗାଡ଼ିକୁ ଦଣ୍ଡିତ କରାଯାଇଛି। ଗୋଟିଏ ଦିନରେ ଲକ୍ଷେ ୪୬ ହଜାର ଟଙ୍କାର ଚାଲାଣ କଟାଯାଇଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି ବେଗ ସୀମାକୁ ନେଇ। ଜାତୀୟ ରାଜପଥରେ ସ୍ପିଡ୍ ଲିମିଟ୍ ୮୦ କିମି ଥିବା ବେଳେ ପରିବହନ ବିଭାଗ ଏହାକୁ ୫୦ କିମି କରିଦେଇଛି। ଯାହାକୁ ନେଇ ଗାଡ଼ି ଚାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଟ୍ରାଫିକ ନିୟମ ନାଁରେ ବିଭାଗ କେବଳ ଟାର୍ଗେଟ୍ ପୂରଣ କରୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Traffic Challan | Puri Speed Limit News: Challan Issued Even at 50 Kmph in Puri City | Argus News