Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - R&B ଡିଭିଜନ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀ ଗିରଫ

Odisha

R&B ଡିଭିଜନ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀ ଗିରଫ

Smruti Parija
Browse all articles by Smruti Parija
·12 months ago·1 min read
R&B ଡିଭିଜନ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀ ଗିରଫ

Key Points

ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀ ଗିରଫ

ନୂଆପଡା ଖରିଆର R&B ଡିଭିଜନ ଜୁନିଅର ଇଞ୍ଜିନିୟର ସୁଶାନ୍ତ କୁମାର ସେଠୀ ଗିରଫ । ଆୟବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । ଗିରଫ ପରେ ସାମ୍ନାକୁ ଆସିଲା ସାଙ୍ଘାତିକ ସତ । ଭିଜିଲାନ୍ସ ରେଡରୁ ବର୍ତ୍ତିବା ପାଇଁ ଭଡାଟିଆଙ୍କ ପାଖରେ 55 ଲକ୍ଷ ଟଙ୍କା ଆଉ 1400 ଗ୍ରାମ ସୁନା ଲୁଚାଇଥିଲେ ସୁଶାନ୍ତଙ୍କ ପତ୍ନୀ ।


ପରେ ଭଡାଟିଆ ଟଙ୍କା କି ସୁନା ଆଉ ଫେରସ୍ତ କରୁ ନଥିବାରୁ ଗତବର୍ଷ ଧଉଳି ଥାନାରେ ଅଭିଯୋଗ କରିଥିଲେ ସୁଶାନ୍ତଙ୍କ ପତ୍ନୀ । ଘଟଣାର ଏବେ ତଦନ୍ତ ଜାରି ରଖିଛି ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଗତକାଲି ସୁଶାନ୍ତଙ୍କ ଘର, ଅଫିସ ଓ ସମ୍ପର୍କୀୟଙ୍କ ଘରେ ରେଡ କରିଥିଲା ଭିଜିଲାନ୍ସ । ରେଡ଼୍ ବେଳେ ୩ଟି କୋଠା, ୧ଟି ଫାର୍ମହାଉସ୍, ୯ ଟି ଉଚ୍ଚ ମୂଲ୍ୟର ପ୍ଲଟ୍, ୧ ଟି ବେନାମୀ କାର ସମେତ ୨ ଟି ଦାମୀ ଚାରି ଚକିଆ ଯାନ, ୫୫ ଲକ୍ଷ ଟଙ୍କା ଜମା, ୧୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଘରୋଇ ସାମଗ୍ରୀ ଇତ୍ୟାଦି ଠାବ କରାଯାଇଥିଲା ।


Sponsored
R&B Division Junior Engineer Sushant Kumar Sethi arrested | Argus News