firecrackers blast / ବାଣ ଗୋଦାମରେ ରେଡ୍, କୋଟିଏରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ

Key Points
୪ ବେଆଇନ ବାଣ ଗୋଦାମ ରେ ତୃତୀୟ ଦିନରେ ରେଡ୍ ଜାରି । ଏବେ ସୁଦ୍ଧା ୧୦ ଟି ଟ୍ରକ୍ ରେ କୋଟିଏ ରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ ।
ପୁରୁଣାକଟକରେ ଭୟଙ୍କର ବିସ୍ଫୋରଣ ଘଟଣା । ବେଆଇନ ବାଣ ଗୋଦାମରେ ତୃତୀୟ ଦିନରେ ବି ରେଡ୍ ଜାରି । ଏବେସୁଦ୍ଧା ୧୦ଟି ଟ୍ରକରେ କୋଟିଏରୁ ଉର୍ଦ୍ଧ୍ବ ଟଙ୍କାର ବାଣ ଜବତ । ପୁରୁଣାକଟକ ଅଞ୍ଚଳର ୪ଟି ଜାଗା ପୁରୁଣାକଟକ କଲେଜ ଛକ , SBI କଲୋନୀ , ବଜାର ରେ ଥିବା ଓ ରୁଗୁଡିପାଲି ସ୍ଥିତି ଭଉଣୀ ଘରେ ରେଡ଼ ଚାଲିଛି । ପୋଲିସ ପକ୍ଷରୁ ବାଣ ବ୍ୟବସାୟୀ ଆଲୋକଦତ୍ତ କାଣ୍ଟିଙ୍କ ଗୋଦାମରେ ରେଡ଼ ଜାରି ରହିଛି । ଗୋଦାମ ଗୁଡିକରେ ରହିଥିଲା ବିପୁଳ ପରିମାଣର ବାଣ ସହ ବିସ୍ପୋରକ ରାସାୟନିକ ଦ୍ରବ୍ୟ ।
21 ତାରିଖ ରାତି ଠାରୁ ରେଡ଼ ଜାରି ରହିଥିବା ବେଳେ ଆଜି ମଧ୍ୟ ଚାଲିପାରେ ରେଡ଼ ବୋଲି ସୂଚନା ରହିଛି । ଏହି ଦୋକାନରୁ ଏତେ ବାଣ ବାହାରୁଛି ଯାହା ସମସ୍ତଙ୍କୁ ଚକିତ କରିଛି । ସେପଟେ ବାଣ ବୋହି ବୋହି ଶ୍ରମିକ ମଧ୍ୟ ହାଲିଆ ହୋଇଯାଇଛନ୍ତି । ରେଡ଼ରେ ଜଣେ SDPO ,୩ଜଣ IIC,ବୋମା ନିଷ୍କ୍ରିୟକାରୀ ଦଳ, IIRB ଯବାନ ଙ୍କ ସହ ଏକ ଅଗ୍ନିଶମ ବିଭାଗର ଟିମ ସାମିଲ ଅଛନ୍ତି । ଅନ୍ୟପଟେ ସମସ୍ତ ବାଣକୁ ବୌଦ୍ଧ ବଲାସିଙ୍ଗା ସ୍ଥିତ IRB ବାଟଲିୟନ ପରିସରରେ ପୋତାଯିବ ବୋଲି କହିଛନ୍ତି ବୌଦ୍ଧ SDPO । ଏହି ଘଟଣାରେ ଆଉ କିଏ କିଏ ଏବଂ କେଉଁଠି ରହିଛି ଏହିପରି ବେଆଇନ ବାଣ ପୋଲିସ ଏହାର ତଦନ୍ତ କରୁଛି।
📱 Get Argus News App
✨ସମସ୍ତ ବାଣକୁ ବୌଦ୍ଧ ବଲାସିଙ୍ଗା ସ୍ଥିତ ଆଇଆରବି ବାଟାଲିଅନ ପରିସରରେ ପୋତାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣରେ ଚାଲିଗଲା ୨ ଜଣଙ୍କ ଜୀବନ । ଜଣେ ମହିଳା ନିଖୋଜ ଥିବାବେଳେ ୮ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଜିଆକଟା ଏବଂ ଛତ୍ରପୁର ଗାଁ ମଝିରେ ଥିବା ବାଣ ଗୋଦାମରେ ଘଟିଥିଲା ଏହି ଅଘଟଣ ।
ବାଣ ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଏକ କିଲୋମିଟର ଦୂରରେ ଥିବା ପୁରୁଣାକଟକ ମାର୍କେଟର ଅନେକ ଗାଡ଼ି ଶୋ’ରୁମ୍ ଏବଂ କିଛି ଦୋକାନ ଘରର କାଚ ଭାଙ୍ଗିଯାଇଛି। ଏହି ଘଟଣା ପରେ ବାଣ ଗୋଦାମ ମାଲିକ ଫେରାର ଥିବା ବେଳେ ପୁରୁଣା କଟକ ବ୍ୟାଙ୍କ କଲୋନୀ ସ୍ଥିତ ତାଙ୍କ ଘରେ ରେଡ୍ କରିଛି ପୁଲିସ। ୩ ମହଲା ବିଶିଷ୍ଟ ତାଙ୍କ ଘରେ ବାଣ ଭର୍ତ୍ତି ଥିବା ସୂଚନା ମିଳିଛି। ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରେଡ୍ ଆରମ୍ଭ କରିଥିଲା।
Related Topics
Explore more stories