|
logo
Live
Argus News App
GET APP

Argus News - ରଥ ନିର୍ମାଣ ପାଇଁ ଖପୁରିଆ ସରକାରୀ କରତ କଳରେ ଆରମ୍ଭ ହେଲା କାଠଚିରା

Odisha

ରଥ ନିର୍ମାଣ ପାଇଁ ଖପୁରିଆ ସରକାରୀ କରତ କଳରେ ଆରମ୍ଭ ହେଲା କାଠଚିରା

Smruti Parija
Browse all articles by Smruti Parija
·12 months ago·2 min read
ରଥ ନିର୍ମାଣ ପାଇଁ  ଖପୁରିଆ ସରକାରୀ କରତ କଳରେ ଆରମ୍ଭ ହେଲା କାଠଚିରା

ଆଜିଠାରୁ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥ କାଠ ଚିରଟ ପକ୍ରିୟା । ପବିତ୍ର ରାମନବମୀ ଅବସରରେ ଆଜି ଠାରୁ ଅନୁକୂଳ ହୋଇଥାଏ ରଥକାଠ ଚିରଟ । ଅନୁକୂଳ ପୂର୍ବରୁ ଝାଞ୍ଜ ସଂକୀର୍ତ୍ତନ ଆଧ୍ୟାତ୍ମିକ ପରିବେଶ ଭିତରେ ପହଞ୍ଚିଥିଲା ମହାପ୍ରଭୁଙ୍କ ଅଜ୍ଞା ମାଳ ।


ରଥ ନିର୍ମାଣ ପାଇଁ ଖପୁରିଆଠାରେ ଥିବା ସରକାରୀ କରତ କଳରେ କାଠଚିରା କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ 12 ଫୁଟ ଲମ୍ବ ଥିବା ତିନୋଟି ଧଉରା କାଠକୁ ନୀତିକାନ୍ତି ଅନୁଯାୟୀ ପୂଜାର୍ଚ୍ଚନା କରା ଯାଇ ମେସିନ ସାହାଯ୍ୟରେ ଚିରଟ ହୋଇଥିଲା । ଏହି ସମସ୍ତ କାଠ ନୟାଗଡ ବନଖଣ୍ଡରୁ ଆସିଛି ଏବଂ ବଳକା କାଠ ପରେ ଅନ୍ୟାନ ବନଖଣ୍ଡରୁ ଆସିବ । ଏବଂ ପର୍ଯ୍ୟାୟ ଅନୁସାରେ ଏଠାକୁ କାଠ ଆସିବ ଏବଂ ରଥ ନିର୍ମାଣ ସମସ୍ତ କାଠ ଚିରଟ କରାଯିବ ବୋଲି କହିଛନ୍ତି ମିଲ ପରିଚାଳକ ।


ତେବେ ରଥ ନିର୍ମାଣ ପାଇଁ ମୋଟ 818 ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ଏବେ ସୁଦ୍ଧା 500 ଖଣ୍ଡ କାଠ ସରକାରୀ ସ ମିଲ ରେ ପହଞ୍ଚି ସାରିଛି । ବଳକା କାଠ ଧୀରେ ଧୀରେ ବିଭିନ୍ନ ବନ ଖଣ୍ଡରୁ ଆସି ପହଞ୍ଚିବ । ତା' ପରେ ପର୍ଯ୍ୟାୟ କ୍ରମେ ଚିରଟ କରି ପୁରୀ ପଠାଯିବ । କାଠ ମଧ୍ୟରେ ଫାଶି, ଶିମିଳି, ଅଶନ, ଧଉରା ଆଦି କାଠ ସାମିଲ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଜି ପ୍ରଥମ ପର୍ଯ୍ୟାୟରେ ତିନି ଖଣ୍ଡ ଧଉରା କାଠରୁ ରଥ ଅଖରେ ଲାଗୁଥିବା ଅର ପାଇଁ ଚିରଟ କରାଯାଇଛି । ରଥ କାଠ ଅନୁକୂଳ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ,ମହାରଣା ସେବାୟତ ମନ୍ଦିର ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।


ଜୁନ 27 ତାରିଖରେ ମହାପ୍ରଭୂଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଥିବାବେଳେ ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ ପାଇଁ କାଠ ଚିରଟ ପକ୍ରିୟା । ବିଧି ଓ ପାରମ୍ପରା ଅନୁସାରେ ଅକ୍ଷୟ ତୃତୀୟାଠାରୁ ପୁରୀରେ ଆରମ୍ଭ ହେବ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥ ନିର୍ମାଣ କାର୍ଯ୍ୟ।

Sponsored
ରଥ ନିର୍ମାଣ ପାଇଁ ଖପୁରିଆ ସରକାରୀ କରତ କଳରେ ଆରମ୍ଭ ହେଲା କାଠଚିରା | Argus News