Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଚୁଟ୍‌କିରେ ପଢ଼ନ୍ତୁ ୧୦ ବଡ଼ ଖବର ସଂକ୍ଷେପରେ...

Odisha

ଚୁଟ୍‌କିରେ ପଢ଼ନ୍ତୁ ୧୦ ବଡ଼ ଖବର ସଂକ୍ଷେପରେ...

Ritu Das
Browse all articles by Ritu Das
·1 year ago·2 min read
ଚୁଟ୍‌କିରେ ପଢ଼ନ୍ତୁ ୧୦ ବଡ଼ ଖବର ସଂକ୍ଷେପରେ...

1-ବହୁ ଚର୍ଚ୍ଚିତ ଶୁଆକାଟୀ ଲୋଡିଙ୍ଗ କୋପରେଟିଭ୍ ସୋସାଇଟି ଦୁର୍ନୀତି ମାମଲା... ରାଜାଙ୍କ ଦୁଇ ସହଯୋଗୀ ସୁଶାନ୍ତ ସାମଲ ଓ ପ୍ରଭାତ ପଟ୍ଟନାୟକଙ୍କୁ ଉଠାଇଲା EOW..ଉଭୟଙ୍କୁ ଆମନା ସାମନା ବସାଇ EOWର ଜେରା...ପୂର୍ବରୁ OMCରୁ ଖଣିଜ ପଦାର୍ଥ ଚୋରି ମାମଲାରେ ଗିରଫ ହୋଇଥିଲେ ସୁଶାନ୍ତ...
2- ପାରାଦୀପ ମାଛଧରା ବନ୍ଦରରେ ଭୟାବହ ଅଗ୍ନିକାଣ୍ଡ … ସଂପୂର୍ଣ୍ଣ ଜଳିଗଲା 7ଟି ମାଛଧରା ବୋଟ୍‌ … ନିଆଁ ଆୟତ୍ତ ହୋଇଥିଲେ ମଧ୍ୟ ଏଵେ ବି କିଛି ବୋଟରୁ ବାହାରୁଛି ଧୂଆଁ … ଘଟଣାସ୍ଥଳରେ ମହଜୁଦ ରହିଛି ଅଗ୍ନିଶମ ବାହିନୀ ...
3- ଭୁବନେଶ୍ବର KIIT ନେପାଳୀ ଛାତ୍ରୀ ମୃତ୍ୟୁ ମାମଲା...ଆଜି ପୁଣି କିଟ ଯାଇପାରନ୍ତି NHRC ଟିମ୍ ...ଗତକାଲି ୟୁନିଭର୍ସିଟିରେ NHRC ଟିମର ତନାଘନା ପରେ ରାଜ୍ୟ ଅତିଥି ଭବନରେ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ...NHRC ଟିମକୁ ଭେଟି ପକ୍ଷ ରଖିଲେ ପୋଲିସ କମିଶନର ଏବଂ ଭୁବନେଶ୍ୱର ଡିସିପି ...CP କହିଲେ, ତଦନ୍ତରେ ସମସ୍ତ ସହଯୋଗ କରିବ ପୋଲିସ...
4- ଆଜିଠୁ ବିଧାନସଭା ବଜେଟ୍ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ... ସରଗରମ ରହିପାରେ ଗୃହ ... ରାଜ୍ୟରେ ପଞ୍ଚାୟତିରାଜ ଦିବସ ପାଳନ ପ୍ରସଙ୍ଗରେ ବିଜେଡି କରିପାରେ ହଙ୍ଗାମା ... ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର ଭଳି ବହୁ ବିଭାଗର ରହିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ... ଅପରାହ୍ନରେ ଉପସ୍ଥାପିତ ହେବ ବିଭିନ୍ନ ଷ୍ଟାଣ୍ଡିଂ କମିଟି ରିପୋର୍ଟ ...
5- ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ମନ କିଣିବ `ସୁଭଦ୍ରା'...ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି...ଗୋଟିଏ ଦିନରେ ୫ ହଜାର କୋଟି ପଠାଇବେ ସରକାର...କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଲେ ସୁଭଦ୍ରା, ନାରୀ ସଶକ୍ତିକରଣର ବଡ଼ ପ୍ରତୀକ…ଆଜି ଦୀପ ଜଳାଇବା ଲାଗି ଆହ୍ୱାନ ଦେଲେ ପ୍ରଭାତୀ …
6- ହୀରାକୁଦ ଡ୍ୟାମ୍‌ ପାଇଁ ବଡ଼ ଘୋଷଣା..... ଡ୍ୟାମ୍‌ର ଉନ୍ନତିକରଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଯୋଜନା ଘୋଷଣା ହୋଇଛି.....ଆସନ୍ତା ୬ ବର୍ଷ ପାଇଁ ଦୀର୍ଘ ମିଆଦି ଯୋଜନା କରାଯାଇଛି ....ଯେଉଁଥିରେ ଖର୍ଚ୍ଚ ହେବ ଏକ ହଜାରରୁ ଅଧିକ କୋଟି ଟଙ୍କା ।
7- ରଥଯାତ୍ରାରେ ଭିଡ଼ ନିୟନ୍ତ୍ରଣ ପାଇଁ ମହାକୁମ୍ଭ ରଣନୀତି ଆପଣାଇବ ପ୍ରଶାସନ … AI ଟେକ୍ନୋଲୋଜି ଓ ସିସିଟିଭି ସର୍ଭିଲାନ୍ସ ଜରିଆରେ ହେବ ଭିଡ଼ ନିୟନ୍ତ୍ରଣ … ଏକକ ଆପରେ ଭକ୍ତଙ୍କୁ ମିଳିବ ସମସ୍ତ ପ୍ରକାର ସୂଚନା … ଗତବର୍ଷ ତ୍ରୁଟି ସୁଧାରି ଶୃଙ୍ଖଳିତ ରଥଯାତ୍ରା କରିବାକୁ ହୋଇଛି ଯୋଜନା …
8- ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାରୁ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି....ଗୁରୁବାର ରାତିରେ ପଠାଖେଡା ଡବ୍ଲୁସିଏଲର ଛତରପୁର-୧ କୋଇଲା ଖଣିରେ ଏକ ଛାତ ଭୁଶୁଡ଼ି 3 ଜଣଙ୍କର ମୃତ୍ୟୁ ହୋଇଛି
9- ଏଣ୍ଟରଟେନମେଣ୍ଟରୁ ଏକ ବଡ ଖବର ସାମ୍ନାକୁ ଆସିଛି.....ବଲିଉଡକୁ ବାଏ ବାଏ କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଅନୁରାଗ କଶ୍ୟପ.....ବଲିଉଡରେ କାହାକୁ ଭଲ ଫିଲ୍ମ ଦରକାର ନାହିଁ....ସମସ୍ତଙ୍କୁ ୮୦୦ କୋଟିର ଫିଲ୍ମ ଦରକାର ବୋଲି ଅନୁରାଗ କହିଛନ୍ତି
10- ମାର୍ଚ୍ଚ ମାସ ଯେତିକି ବଢ଼ୁଛି... ତାତି ସେତିକି ଅସମ୍ଭାଳ ହେଉଛି.....ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି......ଆଗକୁ ୨ଦିନ ତାତି ଆହୁରି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Read the 10 biggest news stories in a nutshell | Argus News