Odisha News / ତହସିଲ୍ କାର୍ଯ୍ୟାଳୟକୁ ଧାଁ ଦଉଡ଼ରୁ ମିଳିବ ମୁକ୍ତି, ହ୍ଵାଟ୍ସଆପ୍ରେ ମିଳିବ ରାଜସ୍ଵ ବିଭାଗର ସେବା
·7 months ago·2 min read

Key Points
ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ
ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ
ଗୋଟିଏ କ୍ଲିକରେ ମିଳିବ ସମସ୍ତ ରାଜସ୍ବ ସେବା

ଭୁବନେଶ୍ୱର ନ୍ୟୁଜ୍: ରାଜସ୍ବ ବିଭାଗରେ ବନ୍ଦ ହେଲା ମଧ୍ୟସ୍ଥି ଯୁଗ। ରାଜସ୍ବ ସେବା ଓ ଲୋକଙ୍କ ମଧ୍ୟ ରେ ଆଉ ରହିବେନି ମଧ୍ୟସ୍ଥି। ଏଣିକି ସିଧା ସଳଖ ଗୋଟିଏ କ୍ଲିକ ରେ ମିଳିବ ସମସ୍ତ ରାଜସ୍ବ ସେବା। ଆଉ ବାରମ୍ବାର ତହସିଲକୁ ଦୌଡିବାକୁ ପଡ଼ିବ ନାହିଁ। ଘରେ ବସି ହ୍ଵାଟ୍ସଆପ୍ରେମିଳିବ ରାଜସ୍ବ ସେବା ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆମ ସାଥି ସହାୟକ ୟୁନିଫାଏଡ଼ whats app chat ବଟ କୁ ଉନ୍ମୋଚନ କରିଛନ୍ତି। 9437292000 WhatsApp ନମ୍ବରରେ ରାଜସ୍ବ ଓ ବିପର୍ଯୟ ପରିଚାଳନା ବିଭାଗ ର ମୁଖ୍ୟ ନାଗରିକ କୈନ୍ଦିକ ସେବା ଗୁଡିକ ସହ 170ରୁ ଉର୍ଦ୍ଧ ଜରୁରୀ ସରକାରୀ ସେବା ମିଳିବ। 24 ଘଣ୍ଟା ସେବା ଯୋଗାଇବ ରାଜସ୍ବ ବିଭାଗ। ସେବା ପାଇବାରେ ବ୍ୟାଘାତ ହେଲେ ରାଜସ୍ବ ବିଭାଗ ରେ ଅଭିଯୋଗ କରିପାରିବେ ଆବେଦନ କାରି। ରାଜ୍ୟର 57 ଟି ଉପ ନିବନ୍ଧନ କାର୍ଯ୍ୟାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ଏଣିକି ତହସିଲ୍ କାର୍ଯ୍ୟାଳୟକୁ ଧାଁ ଦଉଡ଼ରୁ ମିଳିବ ମୁକ୍ତି । ହ୍ଵାଟ୍ସଆପ୍ରେ ମିଳିବ ରାଜସ୍ଵ ବିଭାଗର ସେବା । ଅନଲାଇନ୍ରେ ରାଜସ୍ଵ ବିଭାଗ ୨୪ ଘଣ୍ଟିଆ ସେବା ଯୋଗାଇବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ଜମି ଜମା ବାବଦୀୟ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ଅଭିଯୋଗକୁ ସମୟ ସୀମା ମଧ୍ୟରେ ସମାଧାନ କରାଯିବ ।"ଏଥିସହ ପଢ଼ନ୍ତୁ: PFରେ ଆକାଉଣ୍ଟ ଥିଲେ, ଖାତାକୁ ଫ୍ରିରେ ଆସିବ ୫୦ ହଜାର ଟଙ୍କା, ଏହାଦ୍ଵାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ୍ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ିବ ନାହିଁ ।
ଦୁର୍ନିତୀ ବିରୋଧରେ ହେବ ଜିରୋ ଟୋଲରେନ୍ସ। ସମୟ ଭିତରେ ସମସ୍ୟା ସମାଧାନ ନହେଲେ କିମ୍ବା ଦୁର୍ନୀତି ଅଭିଯୋଗ ଆସିଲେ ସମ୍ପୃକ୍ତ ଅଧିକାରୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।ସେହିପରି କାମ ନହେଲେ ସିଧାସଳଖ ରାଜସ୍ୱ ମନ୍ତ୍ରୀଙ୍କ ପାଖକୁ ମଧ୍ୟ ହ୍ଵାଟ୍ସଆପ୍ରେ ଅଭିଯୋଗ କରିପାରିବେ ଆବେଦନକାରୀ ।
ଦେଖନ୍ତୁ ଏହି ଖବର: ହିନ୍ଦୀ ଚଳଚ୍ଚିତ୍ର "ଗୋଦାନ" କୁ ରାଜ୍ୟରେ ଟିକସ ମୁକ୍ତ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୨୦୨୫ ମାର୍ଚ୍ଚରେ ଓଡ଼ିଶା ସରକାର ଓ ମେଟା ଇଣ୍ଡିଆ ମିଳିତ ଭାବେ ଏକ ୟୁନିଫାଏଡ୍ ହା ଆପ୍ ଚାଟ୍ବଟ୍ର ଶୁଭାରମ୍ଭ କରିଥିଲେ । ଗୋଟିଏ ଆପ୍ ନମ୍ବର ଜରିଆରେ ଜନ୍ମ ଓ ଆୟ ପ୍ରମାଣପତ୍ର ପାଇବା, ଡ୍ରାଇଭିଂ ଓ ସାର ଲାଇସେନ୍ସ ପାଇଁ ଆବେଦନ କରିବା ଏବଂ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସରକାରୀ ସେବା ମିଳିଥିଲା ।ୟୁନିଫାଏଡ୍ ହାଟ୍ସଆପ୍ ଚାଟ୍ ବଟ୍ ୪୨୯ଟି ସରକାରୀ ସେବାକୁ ଗୋଟିଏ ହ୍ଵାଟ୍ସଆପ୍ ନମ୍ୱରରେ ସମନ୍ଵିତ କରାଯାଇଛି ।
ଯାହା ଦ୍ଵାରା ନାଗରିକମାନେ ଜନ୍ମ, ମୃତ୍ୟୁ, ଆଇନଗତ ଇରାକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ସାର ଲାଇସେନ୍ସ ଇତ୍ୟାଦି ଏବଂ ପ୍ରୋତ୍ସାହନ ଯୋଜନା ଭଳି ଗୁରୁତ୍ଵପୂର୍ଣ ସେବା ସହ ଆନ୍ତଃଜାତି ବିବାହ ସୁବିଧା, ଜାତୀୟ ପରିବାର ମଙ୍ଗଳ ଯୋଜନା ଏବଂ ଆହୁରି ଅନେକ ସୁବିଧା ପାଇପାରିବେ ।

Related Topics
Explore more stories