Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

UNDER PASS / ସମ୍ବଲପୁରରେ ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନର ବଡ ପଦକ୍ଷେପ, ବରେଇପାଲି, ରେମେଡ ଛକରେ ହେବ ଅଣ୍ତରପାସ

Bikash Mohanty
Browse all articles by Bikash Mohanty
·5 months ago·2 min read
ସମ୍ବଲପୁରରେ ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନର ବଡ ପଦକ୍ଷେପ, ବରେଇପାଲି, ରେମେଡ ଛକରେ ହେବ ଅଣ୍ତରପାସ
SAMBALPUR UNDER PASS

Key Points

ସମ୍ବଲପୁର ସହରରେ ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନର ବଡ ପଦକ୍ଷେପ
ବରେଇପାଲି ଓ ରେମେଡ ଛକ NH ରେ ହେବ ଅଣ୍ତର ପାସ
କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଲେ ସ୍ଥାନୀୟ ଲୋକେ 
ସମ୍ବଲପୁର ସହରରେ ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନର ବଡ ପଦକ୍ଷେପ। ବରେଇପାଲି ଓ ରେମେଡ ଛକ NH ରେ ହେବ ଅଣ୍ତର ପାସ।  ଉଭୟ ଛକରେ ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ପାଇ ପ୍ରଶାସନ ବଡ ନିଷ୍ପତ୍ତି ନେଇଛି । ଏନେଇ  ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା ପରେ ପ୍ରସ୍ତାବ ମଞ୍ଜୁର ହୋଇଛି ।

ସମ୍ବଲପୁର ବରେଇପାଲି ଓ ରେମେଡ ଛକରେ ହେବ ଅଣ୍ତରପାସ । ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ ପାଇ ସମ୍ବଲପୁର ପ୍ରଶାସନ ନେଇଛି  ବଡ ନିଷ୍ପତ୍ତି । ସମ୍ବଲପୁର ସହର ବରେଇପାଲି ଓ ରେମେଡ ୫୩ ନମ୍ବର ଜାତୀୟ ରାଜପଥରେ ହେବ ଅଣ୍ତରପାସ । ଦୁର୍ଘଟଣା ଓ ଟ୍ରାଫିକ ନିୟନ୍ତ୍ରଣ କରିବା ଦିଗରେ ସମ୍ବଲପୁର ଜିଲ୍ଲାପ୍ରଶାସନ ବଡ ପଦକ୍ଷେପ ନେଇଛି । ଏଥିପାଇଁ ସମ୍ବଲପୁର ଜିଲ୍ଲା ପ୍ରଶାସନ  ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୁପକ୍ଷଙ୍କ ସହ ଆଲୋଚନା କରି ପ୍ରସ୍ତାବ ମଞ୍ଜୁର ହୋଇଛି । ଖୁବ ଶୀଘ୍ର ଏହାର ଟ୍ରେଣ୍ତର କରାଯିବା ସହ ଅଣ୍ତର ପାସ ନିର୍ମାଣ ହେବ । ତେବେ ପୁର୍ବରୁ ନିଷ୍ପତ୍ତି ଅନୁସାରେ ଅଇଁଠାପାଲି ପରେ ରେମେଡ ଓ ବରେଇପାଲିରେ ମଧ୍ୟ ଫ୍ଲାଏଓଭର ଆଗକୁ ନିର୍ମାଣ ହେବ ବୋଲି ସମ୍ବଲପୁର ଜିଲ୍ଲାପାଳ ସିଦ୍ଦେଶ୍ଵର ବଲିରାମ ବୋନ୍ଦର କହିଛନ୍ତି।

ସମ୍ବଲପୁରର ବରେଇପାଲି ଥାନା ଅନ୍ତର୍ଗତ ରେମେଡ ଛକରେ ଏକ ମାଲ ବୋଝେଇ ଟ୍ରକ ଜାତୀୟ ରାଜପଥ ଉପରେ ଯାଉଥିବା ବେଳେ ଏକ ସ୍କୁଟିରେ ଯାଉଥିବା ମାଁ ଓ ତାଙ୍କର ୭ ବର୍ଷିୟ ପୁଅକୁ ଧକ୍କା ଦେଇଥିଲା, ଘଟଣାସ୍ଥଳରେ ନାବାଳକର ମୃତ୍ୟୁ ହୋଇଯାଇଥିଲା । ତୁରନ୍ତ ସ୍ଥାନୀୟ ଲୋକେ ନାବାଳକ ଓ ତାଙ୍କ ଆହତ ମାଁ ଙ୍କୁ ବୁର୍ଲା ସ୍ଥାନାନ୍ତର କରିଥିଲେ ।

ନିକଟରେ ସମ୍ବଲପୁର ରେମେଡ ଛକରେ ଅନେକ ଦୁର୍ଘଟଣା ଘଟିବା ସହ ଅନେକ ଜୀବନ ଯାଇଛି ।  ଏହା ସହ ପ୍ରତିଦିନ ଉଭୟ ଛକରେ ଟ୍ରାଫିକ ସମସ୍ୟା ଉପୁଜୁଛି । ରାସ୍ତାର ଉଭୟପଟରେ ଦୋକାନ ଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଏଥିପାଇଁ  ରାସ୍ତା ଉଭୟ ପଟରୁ ଜବରଦଖଲକୁ  ଉଚ୍ଛେଦ କରାଯାଇଛି । ତେବେ ଅଣ୍ତର ପାସ ହେଉକି ଫ୍ଲାଏଓଭର ନିର୍ମାଣ ହେଲେ ଟ୍ରାଫିକ ସୁଧାର ହେବା ସହ ଦୁର୍ଘଟଣା ନିୟନ୍ତ୍ରଣ ହେବ ବୋଲି ଅଂଚଳବାସୀ କହିଛନ୍ତି । ଏଥିପାଇଁ ସ୍ଥାନୀୟ ଲୋକେ କେନ୍ଦ୍ରମନ୍ତ୍ରୀ ତଥା ସ୍ଥାନୀୟ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଦେଇଛନ୍ତି।

  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଓ ତତ୍ବାବଧାନରେ ଅଇଠାପାଲି ଛକରେ ଫ୍ଲାଏ ଓଭର ନିର୍ମାଣ କାମ ଖୁବ ଜୋର ସୋରରେ ଚାଲିଛି । ଏହି ଉଭୟ ଛକର ସୁରକ୍ଷା କ୍ଷେତ୍ରକୁ ମଧ୍ୟ ଦୃଷ୍ଟିରେ ରଖି ପ୍ରଶାସନ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UNDER PASS | Sambalpur: Underpasses Planned at Bareipali and Remed Chowks on NH | Argus News