Videos
|
Odisha

କେବଳ ଶୀତ ଦିନ ନୁହେଁ ଏଣିକି ବର୍ଷ ସାରା ଉତ୍ପାଦନ ହେବ ଫୁଲ

Smruti Parija
Browse all articles by Smruti Parija
·1 year ago·1 min read
କେବଳ ଶୀତ ଦିନ ନୁହେଁ ଏଣିକି ବର୍ଷ ସାରା ଉତ୍ପାଦନ ହେବ ଫୁଲ

ଫୁଲ ଚାଷର ହବ୍‌ ହେବ ସମ୍ବଲପୁର । କେବଳ ଶୀତ ଦିନ ନୁହେଁ ଏଣିକି ପ୍ରତି 4 ମାସରେ ଥରେ ବର୍ଷ ସାରା ଉତ୍ପାଦନ ହେବ ଫୁଲ । ଚାଷରେ ଖର୍ଚ୍ଚ ହେବ ମାତ୍ର 30 ହଜାର ଟଙ୍କା । ଏକର ପିଛା ଲକ୍ଷେ ଟଙ୍କାରୁ ଅଧିକ ଦରରେ ବିକ୍ରି ହେବ ଏହି ଫୁଲ । ଜୁଯୁମୁରା ସନାତନପାଲି ଗାଁର ପୁଷ୍ପ କୃଷି ମେଳାରେ ଯୋଗ ଏହା କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଫୁଲ ଚାଷ ଜମିକୁ ବୁଲି ଦେଖିବା ସହ କିଭଳି ଚାଷ ହେଉଛି ସେନେଇ ଯୁବ ଚାଷୀଙ୍କ ସହ ଆଲୋଚନା କରିଥିଲେ ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଚାଷ ଜମିକୁ କିଭଳି ଜଳସେଚନ କରି ହେବ ସେନେଇ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ସନାତନପାଲିରେ ଅଢେଇ କୋଟି ଟଙ୍କା ମୂଲ୍ୟର ଏକ ପରିବା ମଣ୍ଡିର ଶିଳାନ୍ୟାସ କରିବା ସହ ପଲ୍ଲୀ ହାଉସର ଶିଳାନ୍ୟାସ କରିଥିଲେ ।