Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି: ସୁଭଦ୍ରା

Odisha

ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି: ସୁଭଦ୍ରା

Rashmita Mishra
Browse all articles by Rashmita Mishra
·1 year ago·2 min read
ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି: ସୁଭଦ୍ରା

ଗୋଟିଏ ସୁଭଦ୍ରା ଗୋଟିଏ ଦୀପ । ପରିବାର ଓ ସମାଜର ସୁଖ ସମୃଦ୍ଧି ପାଇଁ ମା' ସୁଭଦ୍ରାଙ୍କ ଆଶୀର୍ବାଦ ପାଇଁ ଆଜି ସନ୍ଧ୍ୟାରେ ସୁଭଦ୍ରା ହିତାଧିକାରୀ ଗୋଟିଏ ଲେଖାଏଁ ଦୀପ ଜାଳିବା ଜାଳିବାକୁ ଅପିଲ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାଙ୍କ ମନ କିଣିବ `ସୁଭଦ୍ରା' ଆସନ୍ତାକାଲି କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି। ଗୋଟିଏ ଦିନରେ ୫ ହଜାର କୋଟି ପଠାଇବେ ସରକାର।


ଘରେ ଘରେ ଦୀପ ଜାଳିବା ମହିଳା ସଶକ୍ତି କରଣ ପର୍ବ ପାଳିବା ପାଇଁ ବିଜ୍ଞାପନ ମାଧ୍ୟମରେ ଆହ୍ବାନ କରିଛନ୍ତି ରାଜ୍ୟସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ବ୍ରାଣ୍ଡ ଭାବେ ତିଆରି ହେଉଛି ସୁଭଦ୍ରା। ୮ ତାରିଖରେ କୋଟିଏ ୬୩ ହଜାରଙ୍କୁ ଦିଆଯିବ ଦ୍ବିତୀୟ କିସ୍ତି । ଗୋଟିଏ ଦିନରେ ୫ ହଜାର କୋଟି ପ୍ରଦାନ କରିବେ ସରକାର । କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ସୁଭଦ୍ରା, ନାରୀ ସଶକ୍ତିକରଣର ବଡ଼ ପ୍ରତୀକ ଯୋଜନାର ସଫଳ ରୂପାୟନ ପାଇଁ ଧନ୍ୟବାଦ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ରାଜ୍ୟର ୧ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହୋଇସାରିଲେଣି । ସୁଭଦ୍ରା ଯୋଜନାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚତ୍ତ ନହୁଅନ୍ତି, ସେଥିପାଇଁ ଘର ଘର ବୁଲି ହିତାଧିକାରୀଙ୍କୁ ଚିହ୍ନଟ କରାଯିବ ।


ମାର୍ଚ୍ଚ ୩୧ ତାରିଖରେ ଆବେଦନ ପ୍ରକ୍ରିୟାକୁ ବନ୍ଦ ରଖି ସର୍ଭେ କରିବା ପାଇଁ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଅଧିକାରୀମାନେ ଦ୍ୱାରକୁ ଦ୍ୱାର ଯାଇ ୱାନ ଟୁ ୱାନ ସର୍ଭେ କରିବେ। ଏବେ ସୁଦ୍ଧା ସୁଭଦ୍ରା ଯୋଜନାରେ ପ୍ରାୟ ୧ କୋଟି ୮ ଲକ୍ଷ ମହିଳା ଆବେଦନ କରିସାରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସର୍ଭେ ପରେ ଅବଶିଷ୍ଟ ହିତାଧିକାରୀଙ୍କୁ ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ଏକ ସଙ୍ଗେ ୩ଟି କିସ୍ତି ପ୍ରଦାନ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଜନଙ୍କୁ ରୂପରେଖ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମହିଳାଙ୍କୁ ସ୍ବାବଲମ୍ବୀ କରାଇବାକୁ ଏଭଳି ଯୋଜନା ହାତକୁ ନିଆଯାଇଛି । ମାତ୍ର ୮ ମାସରେ ସୁଭଦ୍ରା ଯୋଜନା ପାଇଁ କୋଟିଏରୁ ଅଧିକ ଆବେଦନ ଆସିବା ଓ ଯାଞ୍ଚ ପରେ ସେମାନଙ୍କୁ ଟଙ୍କା ଦିଆଯିବା ଏକ ଇତିହାସ ସୃଷ୍ଟି କରିଛି ।



Sponsored
Second installment to be given to 1.63 crore people tomorrow: Subhadra | Argus News