ଲଗାଣ ବର୍ଷାରେ ହାଲ ବେହାଲ ସ୍ମାର୍ଟ ସିଟି: ଘରେ ପଶିଲା ନର୍ଦ୍ଦମା ପାଣି

Key Points
ଲଗାଣ ବର୍ଷାରେ ହାଲ ବେହାଲ
ଘରେ ପଶିଲା ୮ରୁ ୧୦ଫୁଟ ଉଚ୍ଚର ପଚା ପାଣି
ଲହଡ଼ି ମାରିଲା ନର୍ଦ୍ଦମା ପାଣି
ରାତି ତମାମ ଉଜାଗରରେ ବିତିଲା
କମିସନରଙ୍କୁ ଘେରିଲେ ଲୋକେ
ଯୁଆଡେ ଦେଖିବ ନର୍ଦ୍ଦମା ପାଣି,ସ୍ମାର୍ଟ ସିଟିର ଧଜ୍ଜିଆ ଉଡାଇଦେଲା ଲଗାଣ ବର୍ଷା । ୱାର୍ଡ ନମ୍ବର ୪୫ ବରଗଡ଼ କେନାଲ ରୋଡରେ,ଗୁରୁବାର କେନାଲ ଦବି ଯିବା ଫଳରେ ଘରେ ପଶିଥିଲା ଅପରିଷ୍କାର ପାଣି I ୮ରୁ ୧୦ଫୁଟ ଉଚ୍ଚର ପଚା ନର୍ଦ୍ଦମା ପାଣି ଘରେ ପଶିଲା । ରାତି ତମାମ ଅନିଦ୍ରା ହୋଇ ହନ୍ତସନ୍ତ ହେଲେ ସ୍ଥାନୀୟ ବାସିନ୍ଦା । ସକାଳୁ ସକାଳୁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଘଟଣାସ୍ଥଳରେ ପହଁଞ୍ଚିଲେ ବିଏମସି କମିଶନର Iବର୍ଷା ହେଲେ ବରଗଡ ଲକ୍ଷ୍ମୀସାଗର ରୋଡରେ ଥିବା ଡ୍ରେନ ନମ୍ବର ୬ ଏବଂ ଦୟା ୱେଷ୍ଟ କେନାଲ ପାଣି ନିଷ୍କାସନକୁ ନେଇ ସମସ୍ୟା ଉପୁଜୁଛି I ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜଳ ସମ୍ପଦ ବିଭାଗ ଶୁଣୁନଥିବା ଅଭିଯୋଗ ହୋଇଛି ।
BMC କମିଶନର , ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସମେତ ସିଟି ଇଂଜିନିୟର ପ୍ରମୁଖ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ କମିସନରଙ୍କୁ ଘେରି ଯାଇଥିଲେ ସାଧାରଣଲୋକେ। ୧୯୬୩ମସିହାରେ ତିଆରି ହୋଇଥିବା ସାଇଫନ ଦେଇ ସହରର ସମସ୍ତ ଡ୍ରେନ ପାଣି ନିଷ୍କାସିତ ହୋଇଥାଏ । ସେପଟେ ଜଳବନ୍ଦୀ ପରିସ୍ଥିତିକୁ ଏଡାଇବା ପାଇଁ BMC ସବୁ ପ୍ରକାର ବ୍ୟବସ୍ଥା କରୁଛି ।
ସେଠାରେ ଥିବା ସାଇଫନକୁ କିଭଳି ରିପାରିଙ୍ଗ କରାଯିବ ସେଥିପାଇଁ ଚିଫ୍ ଇଞ୍ଜିନିୟରଙ୍କ ସହ କଥା ସରିଛି । ସେ ଉପରେ ପ୍ଲାନିଂ ହୋଇ କାମ ହେବ ବୋଲି କହିଛନ୍ତି ବିଏମସି କମିସନର ।ଜଳବନ୍ଦୀ ପରିସ୍ଥିତିରେ ହନ୍ତସନ୍ତ ହେଉଥିବା ରାଜଧାନୀ ବାସିନ୍ଦାଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଜରୁରୀ ହୋଇପଡିଛି ।