Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Shocking News / ସ୍ମାର୍ଟଫୋନ ନିଶା ନେଲା ନାରକୀୟ ରୂପ: ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ୬ ନାବଳକ

Ritu Das
Browse all articles by Ritu Das
·5 months ago·2 min read
ସ୍ମାର୍ଟଫୋନ ନିଶା ନେଲା ନାରକୀୟ ରୂପ: ନବମ ଶ୍ରେଣୀ ଛାତ୍ରୀଙ୍କ ସହ ଗଣଦୁଷ୍କର୍ମ କଲେ ୬ ନାବଳକ
India

Key Points

ଏକାସାଙ୍ଗରେ ସ୍କୁଲ ଯାଉଥିଲେ, ଏକାଠି ପଢୁଥିଲେ,ଏକାଠି ଟ୍ୟୁସନ ବି ଯାଉଥିଲେ। ସ୍ମାଟଫୋନରେ ଆଡଲ୍ଟ କଣ୍ଟେଣ୍ଟ ଦେଖି ସିନେମା କରିବାକୁ ଇଚ୍ଛା କଲେ। ଭାଇରାଲ ନିଶାରେ ରେପ୍ କଲେ। ପୁଣି ନିଜ ସହପାଠୀଙ୍କୁ।
ଏକାସାଙ୍ଗରେ ସ୍କୁଲ ଯାଉଥିଲେ, ଏକାଠି ପଢୁଥିଲେ,ଏକାଠି ଟ୍ୟୁସନ ବି ଯାଉଥିଲେ। ସ୍ମାଟଫୋନରେ ଆଡଲ୍ଟ କଣ୍ଟେଣ୍ଟ ଦେଖି ସିନେମା କରିବାକୁ ଇଚ୍ଛା କଲେ। ଭାଇରାଲ ନିଶାରେ ରେପ୍ କଲେ। ପୁଣି ନିଜ ସହପାଠୀଙ୍କୁ। ଭାଇରାଲ ଭିଡିଓରେ ସମସ୍ତେ ହସୁଥିବାର ଦେଖାଯାଉଛି। କିନ୍ତୁ ଘଟଣାକୁ ପରିବାର ଲୋକେ ଲୋକଲଜ୍ଜାରେ ଚାପି ଦେଇଥିଲେ। ଏଭଳି କୁକର୍ମ କରିଥିଲେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କ ୬ ଜଣ ନାବାଳକ ସହପାଠୀ। ଘଟଣା ବାହାରେ ପ୍ରକାଶ ନକରିବାକୁ ଧମକ୍ ମଧ୍ୟ ଦେଉଥିଲେ। ଗତ ଡିସେମ୍ବର ମାସ ୨୭ ତାରିଖରେ ବଲାଙ୍ଗିର ଜିଲ୍ଲା ତୁରକେଲା ଅଞ୍ଚଳରେ ଘଟିଛି ଏଭଳି ନାରକୀୟ ଘଟଣା। ଯାହାକୁ ଶୁଣିଲେ ଲୋମ ଟାଙ୍କୁରି ଉଠୁଛି। ଆମେ ଯେତେ ଆଧୁନିକତାକୁ ଛୁଇଁଥିଲେ ବସି ଲୋକ ଦିନକୁ ଦିନ ପଶୁ ପାଲଟି ଯାଉଛନ୍ତି। ଛୋଟ ଛୁଆଙ୍କ ମୁଣ୍ଡରେ ଏବେ ଏଭଳି ଚିନ୍ତାଧାରା ଆସୁଛି ଯାହା ଭାବିଲେ ବି ଘୃଣା ଲାଗୁଛି। ସମାଜ କେଉଁ ସ୍ତରକୁ ଯାଉଛି। ଗଣଦୁଷ୍କର୍ମ କରିଛନ୍ତି ତାହା ପୁଣି ୬ଜଣ ଯାକ ନାବାଳକ। କୁକର୍ମ କରିଥିଲେ ତୁରେକେଲା ଅଞ୍ଚଳର ୬ ଜଣ ନାବାଳକ। ଘଟଣାର ମାଷ୍ଟର ମାଇଣ୍ଡ ବି ଜଣେ ୧୭ ବର୍ଷର ନାବାଳକ।

ଘଟଣାଟି ଘଟିଥିଲା ଗତ ଡିସେମ୍ବର ୨୭ ତାରିଖରେ। ଟ୍ୟୁସନରୁ ଫେରିବା ବାଟରେ ଜଣେ ପରେ ଜଣେ ସମସ୍ତ ୬ଜଣ ନାବାଳକ କରିଥିଲେ ଦୁର୍ଷ୍କମ। କିନ୍ତୁ ଗତକାଲି ସୋସିଆଲ ମିଡିଆ,ଇନଷ୍ଟା ଫେସବୁକରେ ଭାଇରାଲ କରିଥିଲେ ଦୁର୍ଷ୍କମ ଭିଡିଓ। ଏନେଇ ପରିବାର ଲୋକେ ବଲାଙ୍ଗିର ଏସପିଙ୍କ ଦ୍ବାରସ୍ତ ହେବା ସହେ ତୁରେକେଲା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି। ଘଟଣାରେ ସଂପୃକ୍ତ ସମସ୍ତ ୬ଜଣ ନାବାଳକଙ୍କୁ ଅଟକ ରଖି ତଦନ୍ତ କରିଥିଲା। ଗତକାଲି ରାତିରେ CWC ଓ DISTRICT CHILD PROTECTION UNIT ତରଫରୁ ବଲାଙ୍ଗିର ଏସପିଙ୍କ ଏହି ଘଟଣାକୁ ନେଇ ଆଲୋଚନା କରିଥିଲେ। ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ବଲାଙ୍ଗିର ଏସପି। ସମସ୍ତ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରି କାଉନସେଲିଂ କରାଯିବ ସହ ଭାଇରାଲ କରୀଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ବଲାଙ୍ଗିର ଏସପି ଅଭିଳାଷ ଜୀ। ତେବେ ନବମଶ୍ରେଣୀ ଛାତ୍ରୀକୁ ଗଣଦୁର୍ଷ୍କମ ଘଟଣାକୁ ବଲାଙ୍ଗିର ଏସପି ଭଲଭାବେ ତଦନ୍ତ କରିଛନ୍ତି ବୋଲି କହିଛନ୍ତି ଆଇଜି ହିମାଂଶୁ ଲାଲ।

ସ୍ମାର୍ଟଫୋନରେ ଆଡଲ୍ଟ ଦେଖି ଏଭଳି କରିଥିବା ଜଣାପଡିଛି। ତେବେ ଛୋଟଛୋଟ ପିଲା ସ୍ମାଟଫୋନ ବ୍ୟବହାର ଯୋଗୁଁ ଏଭଳି ଘଟଣା ଘଟିଛି। ଭାଇରାଲ ନିଶା ଏବେ ସମାଜ ପାଇଁ ସତର୍କ ଘଣ୍ଟି। ଏନେଇ ସ୍ଥାନୀୟ ଲୋକେ ପ୍ରତିକାର ସ୍ବରୁପ ସରକାର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହ ବ୍ୟାପକ ସଚେତନତା କରିବାକୁ ଦାବି ହେଉଛି। ସ୍ମାଟଫୋନକୁ ବ୍ୟବହାର କରି ଅନେକ ଛାତ୍ରଛାତ୍ରୀ ପାଠପଢୁଛନ୍ତି। କିନ୍ତୁ ଏହାର ଅପବ୍ୟବହାର କେମିତି ହେଉଛି ତାହା ଏହି ଘଟଣାରୁ ସ୍ପଷ୍ଟ। ଏବେ ଏଥିପ୍ରତି ସତର୍କ ରୁହନ୍ତୁ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Smartphone addict took a dark form: 6 boys raped a ninth grade student | Argus News