Puri Srimandir / ନୂଆ ବର୍ଷ ପାଇଁ ରାତି ୧୧ଟାରେ ପଡ଼ିବ ପହଡ଼, ଖୋଲିବ ୨ଟାରେ !
·6 months ago·2 min read

Key Points
ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ।
ଶ୍ରୀମନ୍ଦିର ଭିତରେ ୧୫୨, ବ୍ୟାରିକେଡ୍ ଓ ସହରରେ ୧୯୨ ସିସିଟିଭି କ୍ୟାମେରା ।

ରାତି ପାହିଲେ ଇଂରାଜୀ ନବବର୍ଷ- ୨୦୨୬ । ନୂଆବର୍ଷରେ ପୁରୀ ଶ୍ରୀମନ୍ଦିରରେ ଲାଗିବ ପ୍ରବଳ ଗହଳି । ଏଥିପାଇଁ ଶ୍ରୀମନ୍ଦିର ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଆଜି ରାତି ୧୧ଟାରେ ପହୁଡ଼ ପଡ଼ି ରାତି ୨ଟାରେ ଦ୍ବାରଫିଟା ନୀତି ହେବ। ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ବ୍ୟାରିକେଡ କରାଯାଇଛି । ୭୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ୨୦ ଜଣ ଓଏଏସ ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି । ଏପଟେ ଆଜି ବିଳମ୍ବିତ ରାତି ଯାଏଁ ଚାଲିବ ଜିରୋ ନାଇଟ ସେଲିବ୍ରେସନ୍ । ହୋଟେଲ, କ୍ଲବ ସମେତ ବିଭିନ୍ନ ସ୍ଥାନରେ ବିଳମ୍ବିତ ରାତି ଯାଏଁ ଜମିବ ନାଗ, ଗୀତର ଆସର ।
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ସମଗ୍ର ଓଡ଼ିଶାବାସୀଙ୍କ ଭାବାବେଗ ଜଡ଼ିତ । ଇଂରାଜୀ ନବବର୍ଷରେ ଶ୍ରୀଜୀଉଙ୍କ ଦର୍ଶନରୁ କାମ ଆରମ୍ଭ କରିବାକୁ ଚାହାନ୍ତି ସମସ୍ତେ । ସେଥିପାଇଁ ଆଜିଠାରୁ ପୁରୀରେ ଭକ୍ତଙ୍କ ଭିଡ଼ ଜମିଲାଣି । ବଡ଼ଦାଣ୍ଡରୁ ବେଳାଭୂମି ଏକାଠି ହେଲେଣି ଭକ୍ତ, ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ । ନୂଆବର୍ଷରେ ପ୍ରବଳ ଭିଡ଼ ଆଶଙ୍କା କରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଆଧାରରେ ନୂଆବର୍ଷ ପାଇଁ ଶ୍ରୀମନ୍ଦିର ନୀତିକାନ୍ତି ସ୍ଥିର କରାଯାଇଛି ।
ରାତି ୧୧ଟାରୁ ପହୁଡ଼ ନୀତି କରାଯାଇ ରାତି ୨ଟାରେ ହେବ ଦ୍ୱାରଫିଟା ।
କେବଳ ସିଂହଦ୍ଵାର ଦେଇ ଶ୍ରୀମନ୍ଦିରକୁ ଦର୍ଶନ କରିବାକୁ ଯିବେ ଶ୍ରଦ୍ଧାଳୁ ।
ନାୟକ ପ୍ଲାଜା ଛକରୁ ଲମ୍ବା ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିରକୁ ଯିବେ ଭକ୍ତ ।
ଶୃଙ୍ଖଳିତ ଦର୍ଶନ ଓ ଭକ୍ତଙ୍କ ସୁରକ୍ଷା ପାଇଁ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ।
ଶ୍ରୀମନ୍ଦିର ଭିତରେ ୧୫୨, ବ୍ୟାରିକେଡ୍ ଓ ସହରରେ ୧୯୨ ସିସିଟିଭି କ୍ୟାମେରା ।
ବ୍ୟାରିକେଡ ଦେଇ ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିବାକୁ ଯିବେ ସେନେଇ ଆଜି ସମୀକ୍ଷା କରିଛନ୍ତି ପୁରୀ ଏସପି ପ୍ରତୀକ୍ ସିଂ। ପୁରୀ ମହୋଦଧି କୂଳରେ ନୂଆବର୍ଷର ପ୍ରଥମ ସୂର୍ଯ୍ୟୋଦୟ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଆଗ୍ରହ ଥାଏ । ଏଥିପାଇଁ ବେଳାଭୂମିରେ ପର୍ଯ୍ୟାପ୍ତ ପରିମାଣର ଲାଇଫଗାର୍ଡଙ୍କୁ ମୁତୟନ ରହିବେ ବୋଲି ଜିଲ୍ଲାପାଳ କହିଛନ୍ତି।
ନୂଆବର୍ଷର ଗହଳିକୁ ଦୃଷ୍ଟିରେ ରଖି ୨୦ ଜଣ OAS ଅଧିକାରୀଙ୍କୁ ପୁରୀରେ ଦାୟିତ୍ବ ଦିଆଯାଇଛି । ଉତ୍ତରା ଛକଠାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜାଗାରେ ଖୋଲାଯାଇଛି କଣ୍ଟ୍ରୋଲ ରୁମ୍ । ଲୁଟେରାଙ୍କ ଉପରେ ଆଣ୍ଟି ସ୍ନାଚିଂ ଟିମ୍ ନଜର ରଖିଥିବା ପୁରୀ ଏସପି କହିଛନ୍ତି । ଦଳାଚକଟା ସ୍ଥିତି ଏଡ଼ାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିର ଭିତର ବେଢ଼ା, ନାଟମଣ୍ଡପ ଓ ଜଗମୋହନରେ କୁଇକ୍ ରେସ୍ପନ୍ସ ଦଳ ମୁତୟନ ରହିବେ । ଜରୁରୀ ପରିସ୍ଥିତିରେ ଲୋକଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ ଓ ଅଗ୍ନିଶମ ବାହିନୀ ସଜାଗ ରହିବେ। ଆମ୍ବୁଲାନ୍ସ ଓ ଡାକ୍ତରୀ ଦଳ ସିଂହଦ୍ବାର ସମ୍ମୁଖରେ ରହିବେ । ମନ୍ଦିର ଚତୁଃପାର୍ଶ୍ବରେ ମଧ୍ୟ ପୋଲିସ ସହାୟତା କେନ୍ଦ୍ର ଖୋଲାଯାଇଛି।
ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ ହୋଟେଲ୍ ଓ କ୍ଲବରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ରାତି ବଢ଼ିବା ସହ ନାଗ ଗୀତର ତାଳେ ତାଳେ ଝୁମିବେ ଯୁବପିଢ଼ି । ପୁରୀର ବିଭିନ୍ନ ହୋଟେଲରେ ମଧ୍ୟ ପର୍ଯ୍ୟଟକମାନେ ଏହାକୁ ଉପଭୋଗ କରିବାକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଇଂରାଜୀ ନବବର୍ଷକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ବାଲୁକା କଳାକୃତି କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ମହାପ୍ରଭୁଙ୍କ ପଦ୍ମମୁଖ ଥିବା ଏହି ବାଲୁକା କଳାରେ ବାର୍ତ୍ତା ରହିଛି ଜୟ ଜଗନ୍ନାଥ ୨୦୨୬ । ଆଉ କେଇଘଣ୍ଟାର ଅପେକ୍ଷା । ରାତି ପାହିଲା ବେଳକୁ ପ୍ରବେଶ କରିସାରିଥିବ ବର୍ଷ ୨୦୨୬ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories