Cattle Smuggling / ଗୋ-ଚାଲାଣକାରୀ ଗୋ-ତସ୍କରୀ ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ ଜେଲ୍ ଯିବେ
·5 months ago·2 min read

Key Points
ଗୋ-ତସ୍କରୀ ଜଗିବାକୁ ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ
ନିର୍ଦ୍ଦେଶ ଦେଲେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ଗତ ସରକାରରେ ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ଛତ୍ର ଛାୟାରେ ଗୋ ମାଫିଆ

ଚର୍ଚ୍ଚାରେ ଗୋ-ମାଫିଆ ସେକ ତାଜୁଦ୍ଧିନ ଓରଫ ରାଜନ। ପଦାକୁ ଆସିଲା ଗୋ ତସ୍କରି ନେଟଓ୍ବର୍କ ପଛର ସତ। ବିଜେଡି ସରକାର ଅମଳରେ କାୟା ମେଲାଇଥିଲା ସେକ ତାଜୁଦ୍ଧିନ। ପୋଲିସ ଓ ରାଜନେତାଙ୍କୁ ରଖିଥିଲା ହାତମୁଠାରେ। ଖୋର୍ଧାରୁ କୋଲକାତା ଓ ସମ୍ବଲପୁରରୁ – ପଶ୍ଚିମବଙ୍ଗ ଚାରିଆଡେ ନେଟଓ୍ବର୍କ ଖେଳାଇଥିଲା ସେକ ତାଜୁଦ୍ଧିନ।
ଭଦ୍ରକ ପୁରୁଣା ବଜାର ସ୍ଥିତ ମୁଲାସାହିର ରାଜନ ଘରେ ଯେତେବେଳେ ରେଡ ହୋଇଥିଲା ଏହିପରି ବିଡା ବିଡ଼ା ବଣ୍ଡଲ ନୋଟ ଦେଖିବାକୁ ମିଳିଥିଲା । ନଗଦ 65 ଲକ୍ଷ ଟଙ୍କା ଓ 5 କୋଟିରୁ ଅଧିକ ଟଙ୍କାର କୋଠାବାଡି । ଏହା ପଛରେ ଥିଲା ସେକ ତାଜୁଦ୍ଧିନର ବଡ଼ ନେଟଓ୍ବର୍କ । ଗତ ବିଜେଡି ସରକାର ଅମଳରେ ହିଁ କାୟା ବିସ୍ତାର କରିଥିଲା ସେକ ତାଜୁଦ୍ଧିନ । ପୋଲିସ ପ୍ରଶାସନ ଓ ରାଜନେତାଙ୍କୁ ହାତ କରି ରାଜ ଚଲାଇଥିଲା । ସାରା ରାଜ୍ୟରେ ଏବଂ ରାଜ୍ୟ ବାହାରେ ଚାଲିଥିଲା କାରବାର। ଖୋର୍ଧାରୁ - କୋଲକାତା, ସମ୍ବଲପୁରରୁ - ପଶ୍ଚିମବଙ୍ଗ ଯାଏଁ ସବୁଠି ଥିଲା ସେକ ତାଜୁଦ୍ଧିନର ନେଟୱର୍କ। ବଡ଼ କଥା ହେଲା ଜାତୀୟ ରାଜପଥ କିମ୍ବା ରାଜ୍ୟ ରାଜପଥରେ ସବୁଠି ଗଡୁଥିଲା ସେକ ତାଜୁଦ୍ଧିନର ଗୋରୁ ବୋଝେଇ ଗାଡି। ବାଟରେ ତାର ଗୋରୁ ଗାଡିକୁ ଥାନା ଫାଣ୍ଡି ଅଟକାଇବା ମନା ଥିଲା। କାହିଁକି ନା ଥାନା ଗୁଡିକୁ ଯାଉଥିଲା ମାସିକ ବଟି । ଗତ ଦଶମାସ ହେବ କେନ୍ଦୁଝର ଏସପିଙ୍କ ସ୍କାନରରେ ଥିଲା ଗୋ-ମାଫିଆ ସେକ ରାଜନ । ଏବେ ତାର ଗୋ ତସ୍କରି ପଛର କଳା ସାମ୍ରାଜ୍ୟର ଗୁମର ଖୋଲୁଛି ।
ଗୋ-ଚାଲାଣ ଓ ଗୋ-ତସ୍କରୀ ଜଗିବାକୁ ପ୍ରତ୍ୟେକ ଜିଲ୍ଲାର ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୋ-ଚାଲାଣକାରୀ ଓ ଗୋ-ତସ୍କରଙ୍କ ଉପରେ ରାଜ୍ୟବ୍ୟାପୀ ଚଢ଼ାଉ କରାଯାଉଛି । ଗୋ-ଚାଲାଣକାରୀ ଗୋ-ତସ୍କରୀ ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ ନଚେତ ଜେଲ୍ ଯିବେ ବୋଲି ଚେତାବନୀ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ବିଜେପି ସରକାରରେ ଗୋଚାଲାଣକାରୀଙ୍କ ସ୍ଥାନ ନାହିଁ । ୫ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢ଼ାଉ ହୋଇଛି । ଆଗାମୀ ଦିନରେ ଗୋମାଂସ ଚାଲାଣକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ । ଗତ ସରକାର ରାଜନେତା ଓ ପ୍ରାଶାସନିକ ଅଧିକାରୀଙ୍କ ଛତ୍ର ଛାୟାରେ ଗୋ ମାଫିଆ ମାନେ ସକ୍ରିୟ ଥିଲେ।
ଗୋରକ୍ଷା ଅଭିଯାନରେ ୫ଟି ଜିଲ୍ଲାରେ ରେଡ଼ ବେଳେ ୯ ଜଣ ଗୋ ମାଫିଆଙ୍କୁ ଅଟକ ରଖିବା ସହ ସେମାନଙ୍କଠାରୁ ୧କୋଟି ୪୦ ଲକ୍ଷ ଟଙ୍କା ନଗଦ ଟଙ୍କା ଜବତ ହୋଇଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories