ସଡ଼କ ସୁରକ୍ଷା ନିୟମ ଭାଙ୍ଗିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
·1 year ago·1 min read

ଲୋକସେବା ଭବନରେ ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତିଭୁଷଣ ଜେନା ସଡ଼କ ସୁରକ୍ଷା ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ମନ୍ତ୍ରୀ ସଡ଼କ ସୁରକ୍ଷା ସଂପର୍କିତ ବିଭିନ୍ନ ବିଷୟକୁ ଅନୁଧ୍ୟାନ କରିବା ସହ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ କଡ଼ା ଦଣ୍ଡ ବିଧାନ ଓ ଜୋରିମାନା ଆଦାୟ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ବିନା ହେଲମେଟରେ ଗାଡି ଚାଳନା ଏବଂ ଓଭର ସ୍ପିଡ ଯୋଗୁଁ ଦୁର୍ଘଟଣା ବଢ଼ିବାରେ ଲାଗିଛି ବୋଲି କହିଥିଲେ।
ତେଣୁ ସିସିଟିଭି ନେଟୱାର୍କ ବ୍ୟବସ୍ଥାର ସୁଦୃଢ଼ୀକରଣ ସହ ବେଆଇନ ପାର୍କିଂ ହଟାଇବା ଏବଂ ଦୁର୍ଘଟଣାରେ ଆହତଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବା ଉପରେ ମତ ରଖିଥିଲେ। ସେହିଭଳି ଉନ୍ନୟନ କମିଶନର ଅନୁ ଗର୍ଗ ବ୍ଲାକ ସ୍ପଟ ଚିହ୍ନଟ ସହ ୧୮ ବର୍ଷର କମ ବୟସର ପିଲାଙ୍କୁ ଗାଡିଚାଳନାରୁ କ୍ଷାନ୍ତ କରିବା, ଗ୍ରାମାଞ୍ଚଳରେ ସଡ଼କ ସଚେତନତା ସୃଷ୍ଟି ଓ ରୋଡ଼ ସେଫଟି ପଲିସି ଉପରେ ନିଜର ମତ ରଖିଥିଲେ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: