Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହଠାତ୍ ବଦଳିଗଲା ପାଗର ମିଜାଜ୍

Smruti Parija
Browse all articles by Smruti Parija
·1 year ago·1 min read
ହଠାତ୍ ବଦଳିଗଲା ପାଗର ମିଜାଜ୍

ଓଃ ତାତିରୁ ମିଳିଲା ଆଶ୍ୱସ୍ତି । ସକାଳୁ ଟାଇଁ ଟାଇଁ ଖରାକୁ ପ୍ରବଳ ଗୁଳୁଗୁଳି ହେଉଥିବାବେଳେ ଅପରାହ୍ନରେ ହଠାତ୍ ବଦଳିଗଲା ପାଗର ମିଜାଜ୍ । ଚାରିଆଡ ଅନ୍ଧାର ଘୋଟିଯିବା ସହ କୁଆପଥର ସାଙ୍ଗରେ ପ୍ରବଳ ବର୍ଷା ଓ ପବନ ହୋଇଥିଲା । କିଛି ସମୟ ପାଇଁ ଅସ୍ତବ୍ୟସ୍ତ ହୋଇଯାଇଥିଲା ରାଜଧାନୀର ଜୀବନ ଯାତ୍ରା। ଏହି ବର୍ଷା ସହ ପାଗ ଥଣ୍ଡା ହୋଇଯାଇଛି। ତାତିରୁ ତ୍ରାହି ପାଇଛନ୍ତି ଭୁବନେଶ୍ବରବାସୀ।


ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁଆପଥର ସହ କାଳବୈଶାଖୀ ପ୍ରଭାବରେ ବର୍ଷା ହେଇଛି। ଗତ ୨୪ ଘଣ୍ଟାରେ ଗଜପତି ଜିଲ୍ଲା ଆର. ଉଦୟଗିରିରେ ସର୍ବାଧିକ ୨୨.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଜିର ସବୁଠାରୁ ଉତପ୍ତ ଜିଲ୍ଲା ଥିଲା ବଲାଙ୍ଗିର । ଏଠାରେ ସର୍ବାଧିକ ତାପମାତ୍ରା ୪୦.୪ ଡିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି। ଆଗାମୀ ୭ ଦିନ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଆଗାମୀ ୨୪ ଘଣ୍ଟାରେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଯାଜପୁର, ଭଦ୍ରକ, ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ହାଲକାରୁ ମଧ୍ୟମ ଧରଣର ବର୍ଷା ସହିତ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଜାରି କରାଯାଇଛି।

Sponsored
Sudden-Weather-Change-In-Bhubaneswar | Argus News