Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜିର ଦେଶ ଦୁନିଆଁ ଖବର ଉପରେ ପକାନ୍ତୁ ନଜର

Odisha

ଆଜିର ଦେଶ ଦୁନିଆଁ ଖବର ଉପରେ ପକାନ୍ତୁ ନଜର

Ritu Das
Browse all articles by Ritu Das
·1 year ago·2 min read
ଆଜିର ଦେଶ ଦୁନିଆଁ ଖବର ଉପରେ ପକାନ୍ତୁ ନଜର

୧- ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ... ଆଇନ ମନ୍ତ୍ରୀଙ୍କ ଚିଠି ପରେ ଆକ୍ସନ୍ ମୋଡରେ ଶ୍ରୀମନ୍ଦିର ପ୍ରଶାସନ... ଆଜି ଅପରାହ୍ନ ୫ଟାରେ ପୁରୀରେ ବଡ଼ ବୈଠକ... ନବକଳେବର ସମୟରେ ବଳକା ଥିବା ଦାରୁ ସମ୍ପର୍କରେ ହେବ ଗୁରୁତ୍ବପୂର୍ଣ୍ଣ ଆଲୋଚନା....
୨- ଭକ୍ତଙ୍କ ପାଇଁ ଖୁସିଖବର: ଚାରିଧାମ ଯାତ୍ରା ପାଇଁ ଚାଲିବ ଭାରତ ଗୌରବ ଡିଲକ୍ସ ଟ୍ରେନ......ଏହି ବର୍ଷ ୧୭ ଦିନିଆ ଚାରିଧାମ ଯାତ୍ରା ଭାରତ ଗୌରବ ଡିଲକ୍ସ ଟ୍ରେନରୁ ମେ ୨୭ ତାରିଖରେ ଦିଲ୍ଲୀର ସଫଦରଜଙ୍ଗ ରେଳ ଷ୍ଟେସନରୁ ଆରମ୍ଭ ହେବ
୩- LOCରେ ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ... ଉରି, ଅଖନୁର ଏବଂ କୁପୱାରା, ଅଞ୍ଚଳରେ ଫାୟାରିଂ... ଭାରତୀୟ ସେନା ପକ୍ଷରୁ ଦିଆଗଲା ମୁହଁତୋଡ଼ ଜବାବ...
୪- ପାକିସ୍ତାନର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଆତାଉଲ୍ଲାହ ତରାରଙ୍କ ଏକ୍ସ ଆକାଉଣ୍ଟ ଭାରତରେ ବ୍ୟାନ୍‌ କରାଯାଇଛି......ଏକ୍ସ ପ୍ରୋଫାଇଲଲ୍‌ରୁ ତରାରଙ୍କ ଫଟୋ ଏବଂ କଭର୍‌ ଇମେଜ ମଧ୍ୟ ଗାଏବ ହୋଇଯାଇଛି।
୫- ପଦାରେ ପଡିଲା କଂଗ୍ରେସର ପାକିସ୍ତାନ ପ୍ରେମ... ପୁଣି ସର୍ଜିକାଲ୍ ଷ୍ଟ୍ରାଇକର ପ୍ରମାଣ ମାଗିଲା କଂଗ୍ରେସ... ବିଜେପିର ଜୋରଦାର୍ କାଉଣ୍ଟର୍... ପ୍ରମାଣ ମାଗି ଦେଶଦ୍ରୋହର ପ୍ରମାଣ ଦେଇଛି କଂଗ୍ରେସ... ଭାରତ ମାତାର ପିଠିରେ ଛୁରୀ ଭୁସିବା ସଙ୍ଗେ ସମାନ...
୬- KIITରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ... ଆଜି ହେବ ଶବ ବ୍ୟବଚ୍ଛେଦ... ଘଟଣାର ତଦନ୍ତ କରିବ UGCର ୪ ଜଣିଆ ଫ୍ୟାକ୍ଟ ଫାଇଣ୍ଡିଂ କମିଟି... ଯାଞ୍ଚ ସାରି ୧୦ ଦିନ ଭିତରେ ଦେବେ ରିପୋର୍ଟ...
୭- ରାଜା ଚକ୍ରଙ୍କ ଓକିଲଙ୍କ ନାଁରେ ମାନହାନି ମକଦ୍ଦମା... ମକଦ୍ଦମା ଦାଏର କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ... ବାଲେଶ୍ବର ଏସ୍‌ଡିଜିଏମ୍‌ କୋର୍ଟରେ ମକଦ୍ଦମା ଦାଏର... ରାଜା ଚକ୍ରଙ୍କ ଓକିଲ ସିତାଂଶୁ ଦ୍ବିବେଦୀଙ୍କ ମନ୍ତବ୍ୟ ଉପରେ ମକଦ୍ଦମା...
୮- ଗୋଆ ସିରଗାଓଁରେ ଅଭାବନୀୟ ଘଟଣା...ଲୈରାଇ ଯାତ୍ରାରେ ଦଳାଚକଟାରେ ୬ ମୃତ... ୫୦ରୁ ଅଧିକ ଗୁରୁତର, GMC ଓ ମାପୁସାର ଉତ୍ତର ହସ୍ପିଟାଲରେ ଭର୍ତ୍ତି... ଆହତଙ୍କୁ ଭେଟି ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ ଗୋଆ ସିଏମ୍...
୯- ତାତିରୁ ଆଶ୍ବସ୍ତି... କାଳବୈଶାଖୀ ଓ ଟ୍ରପଲାଇନ୍ ପ୍ରଭାବରେ ତଳକୁ ଖସିବ ପାରଦ... ଆସନ୍ତା ୬ ତାରିଖ ଯାଏଁ ରାଜ୍ୟରେ କାଳବୈଶାଖୀ ସମ୍ଭାବନା... ୮ ଜିଲ୍ଲାକୁ ଅରେଞ୍ଜ୍, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି...
୧୦- ଆଇପିଏଲ୍... କାମ ଦେଲାନି ଅଭିଷେକଙ୍କ ଧୁଆଁଧାର ଇନିଂସ...ହାଇଦ୍ରାବାଦକୁ ହରାଇଲା ଗୁଜରାଟ...ପଏଣ୍ଟ ଟେବୁଲର ଦ୍ବିତୀୟ ସ୍ଥାନକୁ ଡେଇଁଲା ଶୁଭମନ ଗିଲଙ୍କ ଟିମ୍... ଆଜି ବେଙ୍ଗାଳୁରୁକୁ ଭେଟିବ ଚେନ୍ନାଇ...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Take a look at today's national and world news. | Argus News